କଣ ଆପଣ ଜାଣିଛନ୍ତି ଯଦି ମହାକାଶରେ ମୃତ୍ୟୁ ହେଲେ ମରୁତ ବ୍ୟକ୍ତି ସହ କଣ ହୁଏ ?

ବନ୍ଧୁଗଣ ମହାକାଶ ଯାତ୍ରା ଆଜିକା ଦିନରେ କିଛି ବଡ କଥା ନୁହେଁ । ଏଲନ ମସ୍କୋ କମ୍ପାନୀର ସ୍ପେସ-ଏ ମଙ୍ଗଳ ଗ୍ରହକୁ ଯାତ୍ରା କରିବାକୁ ନେଇ ପ୍ରସ୍ତୁତି ଚଲାଇଛନ୍ତି । ହୁବ ଜଲ୍ଦି ପୃଥିବୀର ନିମ୍ନ କକ୍ଷ ଅର୍ଥାତ ୫୦୦ କିମି ଯାଏଁ ଯାତ୍ରା କରିବା ସାମାନ୍ଯ ଓ ସହଜ ହୋଇଯିବ । କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ଯଦି ମହାକାଶରେ ପର୍ଜ୍ୟଟକଙ୍କ ବା ମହାକାଶଚାରୀ ଙ୍କ ମୃତ୍ୟୁ ହୋଇଯାଏ ତେବେ କଣ ହେବ ? ମହାକାଶ ଯାତ୍ରୀ ବା ପର୍ଜ୍ୟତକଙ୍କ ମୃତ ଶରୀରକୁ ପୃଥିବୀକୁ ଫେରାଇ ଅଣାଯାଏ ନା ନାହି ?

ମହାକାଶରେ ଆଜିଯାଏଁ ମାତ୍ର ଥରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ ୧୯୭୧ ଜୁନ ୩୦ରେ ସ୍ଵୟୁଜ-୧୧ ସ୍ପେସ ଷ୍ଟେସନରୁ ୩ ସପ୍ତାହ ପରେ ଅଲଗା ହୋଇ ପୃଥିବୀକୁ ଫେରି ଆସିବାର ଥିଲା । ସ୍ପେସ ଷ୍ଟେସନରୁ କ୍ୟାପ୍ସନ ଅଲଗା ହେଲା ଏଥିରେ ୩ ଜଣ ରୁଷୀୟ ମହାକାଶଯାତ୍ରୀ ଥିଲେ । ଏହି ସମୟରେ କ୍ୟାପସନ କ୍ୟାବିନର ବଲବ ବାହାରିଗଲା । କ୍ୟାପ୍ସନରେ ଭିତରେ ଥିବା ସବୁ ଅକ୍ସିଜେନ ଶେଷ ହୋଇଗଲା । ଫଳରେ ତିରେ ଥିବା ୩ଜଣ ମହାକାଶଚାରୀଙ୍କ ମୃତ୍ୟୁ ହୋଇଥିଲା ।

ମହାକାଶରେ ଏପରି ପ୍ରଥମ ଥର ପାଇଁ ହୋଇଥିଲା । କିନ୍ତୁ ଏମାନଙ୍କର ମୃତ ଶରୀରର କଣ ହେଲା ତାହା ନେଇ କିଛି ସୂଚନା ଦିଆଯାଇ ନାହି । ପୃଥିବୀ ପ୍ରୁଷ୍ଠରେ କାହାରି ମୃତ୍ୟୁ ହେଲେ ଶବକୁ ନଷ୍ଟ କରିବା ପାଇଁ ଅନେକ ପ୍ରକାରର ଉପାୟ ରହିଛି । ମୃତ ଶରୀରକୁ ଅନ୍ତିମ ସଂସ୍କର କରିବାକୁ ବିଭିନ୍ନ ଉପାୟ ରହିଛି । ମୃତ୍ୟୁ ପରେ ମଣିଷର ରକ୍ତ ସଂଚାଳନ ବନ୍ଦ ହୋଇଯାଏ । ମୃତ୍ୟୁକାର୍ଷଣ ଯୋଗୁଁ ରକ୍ତ ଗୋଟେ ଜାଗାରେ ଜମା ହୋଇଯାଏ । ଏହାକୁ ଲିଭର ମୋଟିଶ କୁହାଯାଏ । ଏହା ପରେ ଶରୀର ଶୀତଳ ହୋଇଯାଏ ।

ଯାହାକୁ ଆଲଗୋର ମୋଟିଶ କୁହାଯାଏ । ଏହା ପରେ ମାଂସପେଶୀ ଟାଣ ହେବାକୁ ଲାଗେ ଏହାକୁ ରିଗର ମୋଟିଶ କୁହାଜେ । ପରେ ଶରୀରରେ ଥିବା ଏନଯାଇମ ଓ ପ୍ରୋଟିନ କୋସିକାରୁ ବାହାରି ଯାଇଥାନ୍ତି । ଏହା ସହ ଅନ୍ତରେ ଥିବା ବ୍ୟାକ୍ଟେରିୟା ଗୁଡିକ ବାହାରି ଆସି ଶରୀରରେ ବ୍ୟାପିଯାଏ । ଏମାନେ ଶରୀରକୁ ଖାଇ ଯାଇଥାନ୍ତି ଯାହା ଫଳରେ ଶରୀର ଦୁର୍ଗନ୍ଧ ହୁଏ । ମହାକାଶରେ ତାପମାତ୍ରା କମ ଥିବାରୁ ବ୍ଯକ୍ତିର ମୃତ୍ୟୁ ହେଲେ ଶରୀରରୁ ଜଳୀୟଅଂଶ ପାଣି ଫାଟିଯାଏ । ଫଳରେ ଶରୀର ପାଚି ନ ଯାଇ ସତେଜ ରୁହେ ।

ମହାକାଶରେ ମରୁତ ଶରୀର ହଜାର ହଜାର ବର୍ଷା ଯାଏଁ ସେମିତି ରହିଥାଏ । ପୃଥିବୀରେ ମୃତ ଶରୀର ନଷ୍ଟ ହେବା ଏହାର ପ୍ରାକୃତିକ ସନ୍ତୁଳନ ବଜାୟ ରଖିବାକୁ ନିହାତି । କିନ୍ତୁ ସୌର ମଣ୍ଡଳରେ କୌଣସି ଗ୍ରହରେ ଏପରି ହୁଏ ନାହି । କାରଣ ଏଠାରେ ଶରୀର ନଷ୍ଟ କରିବାକୁ କୌଣସି ଖାଦକ ନ ଥାନ୍ତି । ଉଦାହାରଣ ମଙ୍ଗଳ ଗ୍ରହରେ କାହାର ମୃତ୍ୟୁ ହେଲେ ଶରୀର ନଷ୍ଟ ହୁଏ ନାହି ।

କିନ୍ତୁ ପବନର ଦୃଷ୍ଟ ଗତିରେ ମୃତ ଶରୀର ଖଣ୍ଡ ବିଖଣ୍ଡିତ ହୋଇପାରେ । ଚନ୍ଦ୍ରପୃଷ୍ଠରେ ମୃତ ଶରୀର ତାପମାତ୍ରା କାରଣରୁ ପଥର ଭଳି ଜମିଯାଏ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *