UPI ପେମେଣ୍ଟ କରିବା ବେଳେ ଭୁଲ ନମ୍ବରକୁ ଟଙ୍କା ପଳାଇଲେ କଣ କରିବେ ? 

ବନ୍ଧୁଗଣ ଯେବେ ଠାରୁ ୟୁପିଆଇ ସିଷ୍ଟମ ଆରମ୍ଭ ହେଲାଣି ସେବେ ଠାରୁ ଲେନଦେନ ପ୍ରକ୍ରିୟା ସହଜ ହୋଇ ଗଲାଣି । ଦୋକା ହେଉ କି ବଡ ବଡ ମଲ ୟୁପିଆଇ ପେମେଣ୍ଟ ସିଷ୍ଟମ ଉପଲବ୍ଧ ହେଉଛି । ଗ୍ରାହକ ଙ୍କ ପାଇଁ ପେମେଣ୍ଟ କରିବା ଆଜିକାଲି ସହଜ ହୋଇ ଗଲାଣି । ଯାହା ପାଇଁ ଲୋକେ ପକେଟରେ କ୍ରେଡିଟ କାର୍ଡ, ଡେବିଟ କାର୍ଡ କିମ୍ବା ଟଙ୍କା ରଖିବା ଆବଶ୍ୟକ କରୁ ନାହାନ୍ତି । କିନ୍ତୁ ସମସ୍ତେ ଜାଣିଛନ୍ତି କୌଣସି ବି ଜିନିଷ ପୂରାପୂରି ପରଫେକ୍ଟ ହୋଇପାରିବ ନାହି ।

ଠିକ ସେଭଳି ୟୁପିଆଇ ପେମେଣ୍ଟ ସିଷ୍ଟମରେ ଅନେକ ଫାଇଦା ଥିବା ବେଳେ ଏଥିରେ କିଛି ରିସ୍କ ମଧ୍ୟ ରହିଛି । ଅନେକ ସମୟରେ ଦେଖିବାକୁ ମିଳିଛି ଲୋକେ ଭୁଲ ୟୁପିଆଇ ଆଡ୍ରେସକୁ ଟଙ୍କା ପଠାଇ ଦେଇଥାନ୍ତି କିନ୍ତୁ ଆଉ ଫେରି ପାଇଁ ଥାନ୍ତି । ଯଦି ଆପଣ ଏବଳି ସମସ୍ୟାର ସମୁଖିନ୍ନ ହୁଅନ୍ତି ତେବେ କଣ କରିବେ ? କେମିତି ଟଙ୍କା ଫେରି ପାଇବେ ଟଙ୍କା ଫେରି ପାଇବା ପାଇଁ କେଉଁ କେଉଁ ବିକଳ୍ପ ଆପଣେଇବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଭୀମ ଆପ ର ଏକ ଏଫଆଇକ୍ୟୁ ଜବାବରେ କୁହାଯାଇଛି କି ଯଦି ଆପଣ କୌଣସି ୟୁପିଆଇ ଆଡ୍ରେସକୁ ଟଙ୍କା ପଠାଉଛନ୍ତି ଆକୁ ପୁଣି ଥରେ ଫେରାଇ ଆଣିପାରିବେ ନାହି । ଏପରି କୌଣସି ବିକଳ୍ପ ନାହି ଯାହା ସାହାଜ୍ଯରେ ପଠାଇ ଦେଇଥିବା ଟଙ୍କା କୁ ଆଉ ଫେରି ପାଇବେ । ଏଭଳି ସ୍ଥିତିରେ କେବଳ ରିସିଭର ହିଁ ଚାହିଲେ ଆପଣଙ୍କ ଟଙ୍କା କୁ ଫେରାଇ ଦେଇ ପାରିବ । ଅର୍ଥାତ ଯେଉଁ ବ୍ୟକ୍ତିଙ୍କ ୟୁପିସାଇକୁ ଆପଣ ଟଙ୍କା ପଠାଇ ଥିଲେ ସେ ଚାହିଁଲେ ଆପଣଙ୍କ ଟଙ୍କା କୁ ଫେରାଇ ଦେଇ ପାରିବେ ।

ତେଣୁ ଟଙ୍କା ପଠାଇବା ପୁବରୁ ସଠିକ ଯାଞ୍ଚ କରି ଟଙ୍କା ପଠାଇବା ନିହାତି ଆବଶ୍ୟକ ଅଟେ । ଭୁଲରେ ଚାଲି ଯାଇଥିବା ଟଙ୍କା ଫେରି ପାଇବା ରିସିଭର ଉପରେ ନିର୍ଭର କରୁଥିଲେ ବି ଆପଣ ଏହା ଅଭିଯୋଗ କରିପାରିବେ । ଏପରି ସ୍ଥିତିରେ ଆପଣ ପ୍ରଥମେ ବ୍ୟବହାର କରୁଥିବା ଆପ ର ସପୋର୍ଟ ସେକ୍ସନକୁ ଯାଇ ସେଠାରେ ଅଭିଯୋଗ କରିପାରିବେ । ଏହା ଛଡା ଆପଣ ଭୀମ ଆପ ର ଟୋଲଫ୍ରୀ ନମ୍ବର ୧୮୦୦୧୨୦୧୭୪୦ ରେ କଲ କରି ଭୁଲ ଟ୍ରାଞ୍ଜାକସନ ର ଅଭିଯୋଗ କରି ପାରିବେ ।

ଆଦି ଆପଣ ଭୁଲ ଠିକଣାରେ ଟଙ୍କା ପଠାଇ ଦେଇଛନ୍ତି ତେବେ ତୁରନ୍ତ ଟ୍ରାଞ୍ଜାକସନର ସ୍କ୍ରିନସର୍ଟ ନିଅନ୍ତୁ । ଏହା ପରେ ବ୍ଯାଙ୍କ ସହ ସମ୍ପର୍କ କରନ୍ତୁ । ସମ୍ଭବ ହେଲେ ବ୍ଯାଙ୍କ ମ୍ୟାନେଜର ସହ ଦେଖା କରି ସମସ୍ଯା ବାବଦରେ କଥା ହୁଅନ୍ତୁ । କାରଣ ବୟଙ୍କ ଏହି ମାମଲାରେ ସହାୟକ ହେବ । ଅନେକ ସମୟରେ ଏପରି ଘଟିଥାଏ ୟୁପିଆଇ ଆଡ୍ରେସରେ ନ ଥିବା ନମ୍ବରକୁ ଭୁଲରେ ଟଙ୍କା ଟ୍ରାଞ୍ଜାକସନ ହୋଇଯାଇଥାଏ । ଯଦି ଏପରି କେବେ ହୁଏ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହି । ଏଭଳି ସ୍ଥିତିରେ ଆପଣଙ୍କ ବ୍ଯାଙ୍କକୁ ତାଙ୍କ ଆପେ ଆପେ ଆସିଯାଏ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *