ବ୍ଯକ୍ତିର ଶୁଭ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସବୁ ସଙ୍କେତ, ଦେଖନ୍ତୁ ଆପଣଙ୍କୁ ବି ମିଳୁଛିକି ଏହି ସଂକେତ !

ବ୍ୟକ୍ତି ଜୀବନରେ ଧନର ରହିବା ନିହାତି ଜରୁରୀ ହୋଇଥାଏ । ଟଙ୍କା ଦ୍ଵାରା ଖୁସି କିଣାଯାଏ ନାହି । ଧନର କାମନା ପ୍ରତେକ ବ୍ୟକ୍ତି କରିବା ସହ ଧନବାନ ହେବାର ସ୍ଵପ୍ନ ଦେଖିଥାନ୍ତି । ଏହା ଜୀବନର ପ୍ରକୃତ ସତ୍ୟ ଅଟେ । ମା ଲକ୍ଷ୍ମୀଙ୍କ କୃପା ହେଲେ ବ୍ୟକ୍ତି ଜୀବନରେ କୌଣସି ଅଭାବ ରହେ ନାହି । ଯେତେବେଳେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ବ୍ୟକ୍ତି ଉପରେ ପଡିଥାଏ ସେହି ସମୟରେ କିଛି ସଂକେତ ମିଳିଥାଏ ଯାହା ଦ୍ଵାରା ବ୍ୟକ୍ତି ପୂର୍ବାନୁମାନ କରିଥାଏ । ସେହି ସଂକେତ ଗୁଡିକ କଣ ରହିଛି ତାହା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- କଳା ରଙ୍ଗର ପିମ୍ପୁଡି : ଘରେ ନାଲି ପିମୁଦି ରହିବା ଅଶୁଭ ହୋଇଥିବା ବେଳେ କଳା ପିମ୍ପୁଡି ରହିବା ଶୁଭ ମାନଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କଳା ପିମ୍ପୁଡି ଆମ ଲକ୍ଷ୍ମୀଙ୍କର ରୂପ ମାନାଯାଏ । ଯଦି ଘରେ କଳା ପିମ୍ପୁଡି ଗୋଲ ଆକାରରେ ଏକତ୍ର ଥିବାର ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କର ଆସିବାର ସଙ୍କେତ ଦେଇଥାଏ । ଏହା ସହ ଘରେ ଧନର ବୃଦ୍ଧି ହୋଇଥାଏ ।

୨- ଝିଟିପିଟି : ଝିଟିପିଟିକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ । ଯଦି ଘରେ ୩ଟି ଝିଟିପିଟି ଏକତ୍ର ଦେଖାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ଯଦି ଗୋଟେ ଝିଟିପିଟି ଅନ୍ୟ ଝିଟିପିଟିର ପିଛା କରୁଥାଏ ତେବେ ଏହା ଘର ଉନ୍ନତି ହେବାର ସଙ୍କେତ ଦେଇଥାଏ । ଦୀପାବଳି ଦିନ ତୁଳସୀ ଗଛରେ ଝିଟିପତି ଦେଖାଗଲେ ଧନ ବୃଦ୍ଧି ହୋଇଥାଏ ।

୩- ପକ୍ଷୀ : ଯଦି ଆପଣକ ଘରେ କୌଣସି ପକ୍ଷୀ ଆସି ବସା ବାନ୍ଧିଥାଏ ତେବେ ଏହା ଶୁଭ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କର ଆଗମନ ହେବାର ସଂକେତ ଦେଇଥାଏ । ଜୀବନରେ ଆସିବାକୁ ଥିବା ଅପାର ଧନର ସଂକେତ ଦେଇଟହାଏ । ପେଚା ଘରେ ଦେଖାଯିବା ଶୁଭ ହୋଇଥାଏ ।

୪- ଶଙ୍ଖ : ଯଦି ଆପଣ ସକାଳେ ବା ଦିନରେ କୌଣସି ସମୟରେ ଶଙ୍ଖର ଧୁନି ଶୁଣାଯାଏ ତେବେ ଏହା ଶୁଭ ହୋଇଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି ବୋଲି ସଙ୍କେତ ମିଳିଥାଏ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଧନର ବୃଦ୍ଧି ହୋଇଥାଏ ।

୫- ହାତର ପାପୁଲି : ଯଦି ଆପଣଙ୍କ ଡାହାଣ ହାତର ପାପୁଲି ବାରମ୍ବାର କୁଣ୍ଡାଇ ହେଉଥାଏ ତେବେ ଏହା ଧନ ଆଗମନର ସଙ୍କେତ ଦେଇଥାଏ । ଯଦି ସ୍ଵପ୍ନରେ ଆପଣ ପେଚା, ଝାଡୁ, ସାପ ଓ ନେଉଳ ବାରମ୍ବାର ଦେଖନ୍ତି ତେବେ ଏହା ଆଗାମୀ ଭବିଷ୍ୟତରେ ଧନ ଆସିବାର ସୂଚନା ଦେଇଥାଏ ।

୬- ଯଦି ଆପଣ ଘରୁ ବାହାରିବା ସମୟରେ ନେଉଳ ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଏହା ସହ ଯଦି ଆପଣ ଘରୁ ବାହାରିବା ସମୟରେ ଝାଡୁ ମାରିବା ଦୃଶ୍ୟ ଦେଖିଥାନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *