ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ତିନୋଟି ପୌରାଣିକ ମନ୍ତ୍ର , ଯାହାର ଜପ କଲେ ସବୁ ସଙ୍କଟ ହୋଇଥାଏ ଦୂର

ଆମ ହିନ୍ଦୁ ଧର୍ମରେ ଦେବୀ ଦେବତା ମାନଙ୍କୁ ବହୁତ ମହତ୍ଵ ଦିଆ ଯାଇଥାଏ ଏବଂ ଦେଖାଯାଏ ହିନ୍ଦୁ ଧର୍ମ ସହିତ ଯୋଡି ହୋଇଥିବା ସବୁ ଧାର୍ମିକ ଗ୍ରନ୍ଥକୁ ବି ବହୁତ ମହତ୍ଵ ଦିଆ ଯାଇଥାଏ । ଆପଣଙ୍କୁ ଜଣାଉଛୁ କି ଶାସ୍ତ୍ର ଅନୁସାରେ ଏହା କୁହା ଯାଇଛି କି ଭଗବାନ ଶ୍ରୀକୃଷ୍ଣ ଙ୍କ ସହିତ ସମ୍ବନ୍ଧିତ ମାନବ ଜାତିର କଲ୍ୟାଣ ପାଇଁ କିଛି ମନ୍ତ୍ର କୁହା ଯାଇଛି ଯାହା ସବୁବେଳ ପାଇଁ କଲ୍ୟାଣକାରୀ ହୋଇ ରହିଛି ।

କିନ୍ତୁ ସେହି ସବୁ ମନ୍ତ୍ର ଭିତରୁ କିଛି ମନ୍ତ୍ରକୁ ବହୁତ ଗୁରୁତ୍ଵ ଦିଆଯାଇଛି ଏବଂ ସେ ମନ୍ତ୍ରକୁ ପ୍ରାଚୀକ କାଳରୁ ହିଁ ପାଳନ କରାଯାଉଛି ଏବଂ ଆଜି ଆମେ ଆପଣଙ୍କୁ ସେହି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ।

ଯେଉଁ ବି ବ୍ୟକ୍ତି ଏହି ମନ୍ତ୍ରକୁ ଜପ କରୁଛନ୍ତି ତାହେଲେ ସେହି ମନ୍ତ୍ର ଜପିବା ପୂର୍ବରୁ ଏକ ଥର ଓଂଶ୍ରୀ କୃଷ୍ଣାୟ ଶରଣଙ୍ଗ ନମଃ ର ଉଚାରଣ କରନ୍ତୁ ଏବଂ ଏହା ସହିତ ଆପଣ ଆପଣଙ୍କ ମନକୁ ପବିତ୍ର ରଖନ୍ତୁ ।

ଓଂ କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ

ପ୍ରଣତଃ କ୍ଳେଶନାସାୟ ଗୋବିନ୍ଦରାୟ ନମୋ ନମଃ ।

ଯେଉଁ ବି ବ୍ୟକ୍ତି ପ୍ରତିଦିନ ଏହି ମନ୍ତ୍ରକୁ ଜପ କରିଥାଏ ତା ଜୀବନରେ କେବେବି କୌଣସି ପ୍ରକାରର କଷ୍ଟ ହୋଇନଥାଏ ,ଏହା ସହିତ ଏହି ମନ୍ତ୍ର କୁ ସଙ୍କଟ ସମୟରେ ଦୁଇଥର ଜପ କରାଯାଇ ପାରିବ ।

ଓଂ ନମଃ ଭଗବତେ ବାସୁଦେବାୟ କୃଷ୍ଣାୟ

କ୍ଳେଶନାସାୟ ଗୋବିନ୍ଦାୟ ନମୋ ନମଃ ।

ଶାସ୍ତ୍ର ଅନୁସାରେ କୁହାଯାଇଛି କି ଆପଣ ଏହି ମନ୍ତ୍ରକୁ କେବେ ବି କେତବେଳେ ବି ଆପଣଙ୍କ ମନ ଶାନ୍ତ ନଥିବ ସେହି ସମୟରେ ଦୋହରାଇ ପାରିବେ । ଏହି ମନ୍ତ୍ରକୁ ଜପ କାଲେ ଆପଣଙ୍କ ମନ ଭଗବାନ ଶ୍ରୀକୃଷ୍ଣ ଙ୍କ ସହିତ ଯୋଡି ହୋଇରହିଥାଏ । ଏହି ମନ୍ତ୍ର ଜପିଲେ ବ୍ୟକ୍ତି ଉପରକୁ କୌଣସି ବି ସମସ୍ଯା ଆସିନଥାଏ ।

ହରେ କୃଷ୍ଣ ହରେ କୃଷ୍ଣ ,କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ ,ରାମ ରାମ ହରେ ହରେ ।

ଆମ ଜୀବନରେ ଭଗବାନ ଶ୍ରୀକୃଷ୍ଣ ନିଜ ଭକ୍ତ ମାନଙ୍କ ସହିତ ଏହା ଆସାର ଦେଖାଇଥାନ୍ତି ଯେଉଠି ମନ୍ତ୍ରର ବହୁତ ମହତ୍ଵ । ଯେବେବି ମଣିଷ ଜୀବନରେ କୌଣସି ପ୍ରକାରର ବି ସମସ୍ଯା ଆସିଥାଏ ତାହେଲେ ଯଦି ମଣିଷ ଭଲ ମନରେ ଏହି ମନ୍ତ୍ର ଗୁଡିକୁ ଉଚାରଣ କରିଥାଏ ତାହେଲେ ସମସ୍ୟା ଦୂର ହୋଇଯାଇ ଥାଏ ।

Leave a Reply

Your email address will not be published. Required fields are marked *