ଭଲ ଲୋକଙ୍କ ସହ କାହିଁକି ଖରାପ ହୋଇଥାଏ ? Krishna Vani

ଆପଣାମାନେ ପ୍ରାୟତଃ ଦେଖିଥିବେ କିମ୍ବା ଅନୁଭବ କରିଥିବେ କି ଆପଣଙ୍କ ଆଖପାଖରେ ଧର୍ମ, କର୍ମ କାର୍ଯ୍ୟ କରୁଥିବା ଓ ପୂଜା ପାଠରେ ବ୍ୟସ୍ତ ରହୁଥିବା ବ୍ୟକ୍ତିଙ୍କ ଜୀବନ ସୁଖମୟ ହୋଇ ନ ଥାଏ । ଯେତିକି ଦୁଷ୍ଟ ଓ ଅ-ଧ-ର୍ମୀ ଲୋକମାନଙ୍କ ହୋଇଥାଏ । ଏହାକୁ ଦେଖି ଆପଣଙ୍କ ମନରେ ବି ପ୍ରଶ୍ନ ନିଶ୍ଚିତ ଆସିଥିବ କି ଭଲ ଲୋକମାନଙ୍କ ସହ ଖରାପ କାହିଁକି ହୋଇଥାଏ । ଏହିଭଳି କିଛି ପ୍ରଶ୍ନ ନେଇ ପାଣ୍ଡୁ ପୁତ୍ର ଅର୍ଜୁନ ଶ୍ରୀ କୃଷ୍ଣଙ୍କ ନିକଟକୁ ଯାଇ ଥିଲେ ।

ଶ୍ରୀ କୃଷ୍ଣ ଏହାର ଜବାବ ଦେଇ କହିଲେ କି ମନୁଷ୍ୟ ଯାହା ଦେଖିଥାଏ ଓ ଅନୁଭବ କରିଥାଏ ବାସ୍ତବରେ ତାହା ହୋଇ ନ ଥାଏ । ଅଜ୍ଞାନ କାରଣରୁ ସେ ସତ୍ୟତାକୁ ବୁଝି ପାରେ ନାହିଁ । ଶ୍ରୀ କୃଷ୍ଣ କହିଲେ କି ମୁଁ ତୁମକୁ ଏକ କାହାଣୀ କହୁଛି ଯାହାକୁ ଜାଣିବା ପରେ ତୁମେ ବୁଝି ଯିବ କି ବ୍ୟକ୍ତିକୁ ତାର କର୍ମ ଅନୁସାରେ ହିଁ ଫଳ ମିଳିଥାଏ ।

ବହୁତ ବର୍ଷ ପୂର୍ବେ ଗୋଟିଏ ନଗରରେ ଦୁଇ ଜଣ ବ୍ୟକ୍ତି ରହୁଥିଲେ । ଜଣେ ବ୍ୟକ୍ତି ବ୍ୟାପରି ଥିଲା ଯାହାଙ୍କ ପାଇଁ ଧର୍ମ ଓ ନୀତି ବହୁତ ମହତ୍ଵ ରଖୁଥିଲା । ସେ ପୂଜା ପାଠରେ ବହୁତ ବିଶ୍ଵାସ କରୁଥିଲା । ସେ ସବୁଦିନ ମନ୍ଦିର ଯାଏ ଓ ଦାନ ଧର୍ମ ବି କରୁଥିଲା । ଅନ୍ୟ ପଟେ ଅନ୍ୟ ବ୍ୟକ୍ତି ଜଣକ ସବୁଦିନ ମନ୍ଦିର ଯାଉଥିଲା କିନ୍ତୁ ଭଗବାନ ଦର୍ଶନ ପାଇଁ ନୁହେଁ ମନ୍ଦିର ବାହାରୁ ଚପଲ ଓ ଟଙ୍କା ଚୋରୀ କରିବା ପାଇଁ । ଦାନ, ଧର୍ମ, ନ୍ୟାୟ ଓ ନୀତି ସହ ଦ୍ଵିତୀୟ ବ୍ୟକ୍ତିର କୌଣସି ବି ପ୍ରକାରର ସଂଯୋଗ ନ ଥିଲା ।

ଏହିଭଳି ସମୟ ବୀତି ଚାଲିଲା ଓ ଦିନେ ସେହି ନଗରରେ ଅତ୍ୟଧିକ ମାତ୍ରାରେ ବର୍ଷା ହେଲା । ଯେଉଁ କାରଣରୁ ସେହି ମନ୍ଦିରରେ ପୂଜାରୀ ଛଡା କେହି ବି ନ ଥିଲେ । ଏହି କଥା ଜାଣିବା ପରେ ସେହି ଦ୍ଵିତୀୟ ବ୍ୟକ୍ତି ଜଣକ ଚି-ନ୍ତା କରିଲା କି ଏହା ଉଚିତ ସମୟ ଅଟେ ମନ୍ଦିରରୁ ଟଙ୍କା ଚୋରୀ କରିବା ପାଇଁ । ସେ ବର୍ଷା ମଧ୍ୟରେ ସେ ମନ୍ଦିର ଭିତରକୁ ଯାଇ ପୂଜାରୀ ଠାରୁ ଲୁଚି ମନ୍ଦିରର ସବୁ ଗହଣା ଓ ଟଙ୍କା ଚୋରୀ କରି ନେଲା । କିନ୍ତୁ ସେହି ସମୟରେ ପ୍ରଥମ ବ୍ୟକ୍ତି ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ପାଇଁ ଯାଇ ଥିଲା ।

କିନ୍ତୁ ପୂଜାରୀ ଜଣକ ସେହି ବ୍ୟକ୍ତି ହିଁ ଚୋ-ର ବୁଝି ବସିଲେ ଓ ଚିତ୍କାର କରିବାକୁ ଲାଗିଲେ । କିଛି ଲୋକମାନେ ତାକୁ ଗା-ଳି ଗୁ-ଲ-ଜ କରିଲେ । କିନ୍ତୁ ବ୍ୟକ୍ତି ଲୋକମାନଙ୍କ ଠାରୁ ବ-ଞ୍ଚି ମନ୍ଦିର ବାହାରକୁ ଆସିବା ମାତ୍ରେ ହିଁ ତାକୁ ଏକ ଗାଡି ଧ-କା ମା-ରି ଦେଲା । ଯେଉଁ କାରଣରୁ ବ୍ୟକ୍ତି ଜଣକ ଆ-ଘା-ତ ହୋଇଗଲା । ଛୋଟେଇ ଛୋଟେଇ ଘରକୁ ଯିବା ସମୟରେ ସେ ସେହି ଦୁ-ଷ୍ଟ ବ୍ୟକ୍ତିକୁ ଦେଖିଲେ । ଯିଏକି କହୁଥିଲା କି ଆଜି ତ ମୋର ଭାଗ୍ୟ ଚମକି ଗଲା ଓ ଏହିଭଳି କଥା ଶୁଣିବା ପରେ ପ୍ରଥମ ବ୍ୟକ୍ତି ଜଣକ ନିଜ ଘରକୁ ଆସି ସମସ୍ତ ଭଗବାନଙ୍କ ଫଟୋକୁ ବାହାରକୁ ଫୋ-ପା-ଡି ଦେଲା ।

କିଛି ସମୟ ପରେ ଦୁଇ ଜଣ ବ୍ୟକ୍ତିର ମୃ-ତ୍ୟୁ ହୋଇଗଲା । ଦୁଇ ଜଣ ଯମରାଜଙ୍କ ସଭାକୁ ପହଞ୍ଚିଲେ । ପ୍ରଥମ ବ୍ୟକ୍ତି ଜଣକ ଯମରାଜକୁ ପ୍ରଶ୍ନ କରିଲେ କି ମୁଁ ତ ସବୁବେଳେ ଭଲ କର୍ମ କରୁଥିଲି ତଥାପି ସବୁବେଳେ ମୋତେ ଅପମାନ ଦୁଃଖ କାହିଁକି ମିଳୁଥିଲା ଓ ଏହି ଅଧର୍ମୀକୁ ସବୁବେଳେ ଟଙ୍କା ଭର୍ତ୍ତି ବ୍ୟାଗ । ଯମରାଜ କହିଲେ କି ଯେଉଁ ଦିନ ତୁମର ଦୁର୍ଘଟଣା ହେଲା ସେହି ଦିନ ତୁମର ଜୀବନର ଶେଷ ଦିନ ଥିଲା । କିନ୍ତୁ ତୁମର ଭଲ କର୍ମ ଯୋଗୁ ତୁମର ମୃ-ତ୍ୟୁ ଛୋଟ ଆଘାତରେ ପରିଣତ ହୋଇଗଲା ଓ ଏହି ଦୁଷ୍ଟ ବ୍ୟକ୍ତିର ଭାଗ୍ୟରେ ରାଜ ଯୋଗ ଥିଲା । କିନ୍ତୁ ଏହାର ଦୁଷ୍ଟକର୍ମ ଓ ଅଧର୍ମ କାରଣରୁ ତାହା ଗୋଟିଏ ଛୋଟ ଧନର ମୁଣିରେ ପରିବର୍ତ୍ତନ ହୋଇଗଲା । ସେଥିପାଇଁ ସବୁବେଳେ ଜୀବନରେ ଭଲ କର୍ମ କରନ୍ତୁ ।

Leave a Reply

Your email address will not be published. Required fields are marked *