ଫୁଲ ତୋଳିବାର ନିୟମ: ଅଗାଧୁଆ ଫୁଲ ତୋଲୁଛନ୍ତି କି, ସର୍ବନାଶ ହେବ | Ajira Anuchinta

ଆପଣ ମାନେ ଭଗବାନଙ୍କ ନିକଟରେ ପ୍ରତିଦିନ ଫୁଲ ବା ବେଲପତ୍ର ଅର୍ପଣ କରିଥାନ୍ତି । ଏହାର କିଛି ରୀତିନୀତି ରହିଛି । ଯାହା କିଛି ଲୋକ ମାନେ ଜାଣି ପାରନ୍ତି ନାହି । ଆଜି ଆମେ ଆପଣ ମାନଙ୍କୁ ଫୁଲ ବା ବେଲପତ୍ର ବା ତୁଳସୀ ପାତ୍ର ତୋଳିବାର କଣ ନିୟମ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ଅନେକ ମୁନିରୁଷି ମାନେ କହିଛନ୍ତି ଯେ ଅଗାଧୁଆ ବା ଗାଧୋଇବା ପରେ ଫୁଲ ତୋଳିବା ଭଲ ହୋଇଥାଏ । କିଛି ଲୋକଙ୍କ ଘରେ ଫୁଲ ଗଛ ନ ଥିବାରୁ ସେମାନେ ରାତିରେ ଅଗାଧୁଆ ଫୁଲ ତୋଳିବାକୁ ଯାଇଥାନ୍ତି । ଏହା ପ୍ରାୟତ ସହରାଞ୍ଚଳ ବା ଗ୍ରାମାଞ୍ଚଳରେ ଦେଖାଯାଏ ।

ଶାସ୍ତ୍ର ଅନୁସାରେ ଅନ୍ୟ କାହା ବଗିଚାରୁ ଫୁଲ ଆଣିବା ଠିକ ନୁହେଁ । ଫୁଲ ତୋଳିବା ସମୟରେ ଚପଲ ପିନ୍ଧିବା ଅନୁଚିତ । ଶାସ୍ତ୍ର ଅନୁସାରେ ଧୁଆ ବସ୍ତ୍ର ପିନ୍ଧି ଫୁଲ ତୋଳିବା ଉଚିତ । ଏହା ସହ ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଓ ଶୁଦ୍ଧିକ୍ରିୟା ଦିନ ଅଗାଧୁଆରେ ଫୁଲ ତୋଳିବା ଶାସ୍ତ୍ରରେ ବର୍ଜନ କରା ଯାଇଛି । ଅନେକ ଲୋକ ମାନେ ପୂର୍ବ ଦିନ ଫୁଲ ରଖି ଠାକୁରଙ୍କ ପାଖରେ ଅର୍ପଣ କରିଥାନ୍ତି ଯାହା ଶାସ୍ତ୍ର ବିରୋଧୀ ହୋଇଥାଏ । ବାସୀ ଫୁଲ କେବେ ବି ଠାକୁରଙ୍କ ଠାରେ ଅର୍ପଣ କରାଯାଏ ନାହି । କେବଳ ଦୁଇଟି ଫୁଲ ପୂର୍ବ ଦିନ ରଖି ପାରିବେ ଯଥା ପଦ୍ମ ଓ ସ୍ଵର୍ଣ୍ଣଚମ୍ପା ଫୁଲ ।

ଏହି ଦୁଇଟି ଫୁଲ ମୌଳିଯାଏ କିନ୍ତୁ ବାସୀ ହୁଏ ନାହି ଯାହା ପୂଜା ଯୋଗ୍ୟ ହୋଇଥାଏ । ଯଦି ଆପଣକ ଘରେ ଫୁଲ ଗଛ ଅଛି ତେବେ ଗାଧୋଇବା ପରେ ଆପଣ ତୋଳି ପାରିବେ । ଫୁଲ ତୋଳିବା ସମୟରେ ୩ଟି ମନ୍ତ ଯଥା ଓମ ପୃଥିବୀ ନମହ, ଓମ ବରୁଣାୟ ନମହ, ଓମ ବୋମାୟ ନମହ । ତୁଳସୀ ପତ୍ର ତୋଳିବା ସମୟରେ କିଛି ବିଶେଷ ନିୟମ ରହିଛି । ତୁଳସୀ ପତ୍ରକୁ ଅଗାଧୁଆ ବା ସନ୍ଧ୍ୟା ପରେ ବା ରବିବାର ଦିନ ବା ସଙ୍କ୍ରାନ୍ତିରେ ନ ତୋଳିବା ପାଇଁ ବାରଣ କରା ଯାଇଛି । ଏହି ଦିନ ମାନଙ୍କରେ ପୂର୍ବରୁ ତୁଳସୀ ପାତ୍ର ତୋଳି ରଖି ଭଗବାନଙ୍କ ନିକଟରେ ଅର୍ପଣ କରି ପାରିବେ କାରଣ ଏହା ବାସୀ ହୋଇନଥାଏ ।

ତୁଳସୀ ପତ୍ର ତୋଳିବା ସମୟରେ ଚପଲ ବା ଅପବିତ୍ର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏହା ସହ କେବେ ବି ତୁଳସୀ ପତ୍ର ତୋଳିବା ସମୟରେ ନଖ ଲଗାଇବା ନାହି । ଏହାକୁ ଭଗବାନଙ୍କ ନିକଟରେ ଅର୍ପଣ କରିବା ସମୟରେ ପାଣିରେ ଢୋଇବା ଉଚିତ । ସେହିପରି ବେଲପତ୍ର ତୋଳିବା ସମୟରେ ନଖ ନ ଲଗାଇବା ସହ ଚପଲ ପିନ୍ଧିବା ଠିକ ନୁହେଁ ।

ସନ୍ଧ୍ୟା ପରେ ବେଲପତ୍ର ତୋଳିବା ଅନୁଚିତ । ଏହା କେବେ ବି ବାସୀ ହୋଇନଥାଏ । ବେଲପତ୍ର ଅର୍ପଣ କରିବା ସମୟରେ ପାଣିରେ ଧୋଇ ଚନ୍ଦନ ଲଗାଇ ଅର୍ପଣ କରିବା ଉଚିତ । ଏହା ଥିଲା ଫୁଲ, ତୁଳସୀ ପତ୍ର ଓ ବେଲପତ୍ର ତୋଳିବାର କିଛି ବିଶେଷ ନିୟମ ଯାହାର ପାଳନ କରିଲେ ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *