Special Story: ଭଲପାଇ ବାହାହେଲେ କିନ୍ତୁ ଏହି ସାମାନ୍ଯ କାରଣ ପାଇଁ ସ୍ଵାମୀ ମାରିଦେଲା ଗର୍ଭବତ୍ତୀ ସ୍ତ୍ରୀକୁ

ବର୍ତ୍ତମାନ ସମୟରେ ପ୍ରାୟତଃ ପୁଅ ଓ ଝିଅ ଲଭ ମ୍ୟାରେଜ କରୁଛନ୍ତି । କିନ୍ତୁ ଲଭ ମ୍ୟାରେଜ କରିବା ସତ୍ବେ ବି ଏମିତି କିଛି ଯୋଡି ଅଛନ୍ତି ଯେଉଁମାନେ ସ୍ଵ ଇଚ୍ଛାରେ ନିଜର ଜୀବନସାଥି ବାଛନ୍ତି କିନ୍ତୁ ବିବାହିତ ଜୀବନରେ ଖୁସିରେ ରହି ପାରନ୍ତି ନାହିଁ ।

କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବୁ ଯେଉଁଠି ଲଭ ମ୍ୟାରେଜ ହେବା ପରେ ଝିଅକୁ ଗର୍ଭାବସ୍ଥା ସମୟରେ ଯୌତୁକ ପାଇଁ ସ୍ଵାମୀ ହ-ତ୍ୟା କରିଦେଲା । ୨୦୧୮ରେ କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ଅନରା ଗାଁର ଖଗେଶ୍ଵର ଜେନା କିଛି ଦିନ ତଳେ ଭଦ୍ରକର ପିରହାଟ ମାଲପୁର ଗାଁର ସୁଧା ରଞ୍ଜନ ମହାନ୍ତିକ ଝିଅ ପ୍ରଜ୍ଞାଶ୍ରୀ ଜେନାକୁ ବିବାହ କରିଥିଲେ । ଖଗେଶ୍ଵର ନିଜର ପତ୍ନୀଙ୍କ ସହ ଭଦ୍ରକର ସାହାପୁରରେ ରହୁଥିଲେ । କିଛି ଦିନ ତଳେ ଖଗେଶ୍ଵରଙ୍କ ପତ୍ନୀ ତଳେ ପଡି ଗୁରତ୍ବର ହୋଇଯାଇଥିଲେ ।

ଏହା ପରେ ଖଗେଶ୍ଵର ନିଜର ସ୍ତ୍ରୀର ବାପ ଘର ଲୋକଙ୍କୁ ଫୋନ କରି କହିଲେ କି ଆପଣଙ୍କ ଝିଅ ବାଥରୁମରେ ପଡି ଯାଇ ଗୁରୁତ୍ବର ହୋଇ ଯାଇଛନ୍ତି ଓ ସେ ତାକୁ ହସ୍ପିଟାଲ ନେଇଯାଇଛନ୍ତି । ଏହା ପରେ ପରିବାର ଲୋକମାନେ ଭଦ୍ରକ ମେଡିକାଲରେ ପହଞ୍ଚିଲା ବେଳକୁ ଝିଅକୁ ଡାକ୍ତର ମୃ-ତ ଘୋଷଣା କରିଥିଲେ । ହସ୍ପିଟାଲ ସାମ୍ନାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହା ପରେ ଶାଶୁ ଓ ସ୍ଵାମୀ ମିଶି ତାଙ୍କ ଝିଅକୁ ମା-ରି ଦେଇଛନ୍ତି ବୋଲି ଝିଅର ବାପା ଓ ଭାଇ ଥା-ନାରେ ଅ-ଭି-ଯୋ-ଗ କରିଲେ ।

କହିଦେଉଛୁ କି ପ୍ରଜ୍ଞାଶ୍ରୀ ଓ ଖଗେଶ୍ଵର ଭଲ ପାଇ ବାହା ହୋଇଛନ୍ତି । କିନ୍ତୁ ଝିଅର ପିତାଙ୍କ କହିବା ଅଟେ କି ଖଗେଶ୍ଵର ପ୍ରଜ୍ଞାଙ୍କୁ ତାଙ୍କ ସହିତ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ବିବାହ ପରେ ତାଙ୍କ ଝିଅକୁ ଯୌତୁକ ପାଇଁ ନି-ର୍ଯା-ତ-ନା ବି ଦିଆଯାଉଥିଲା ବୋଲି ପ୍ରଜ୍ଞାଙ୍କ ପିତା ଅ-ଭି-ଯୋ-ଗ କରିଛନ୍ତି । ସବୁଠୁ ବଡ ଦୁଃଖର କଥା ହେଉଛି କି ପ୍ରଜ୍ଞା ଗର୍ଭବତ୍ତୀ ଥିଲେ ଓ ସେହି ସମୟରେ ତାଙ୍କୁ ହ-ତ୍ୟା କରାଯାଇଛି ବୋଲି କୁହାଯାଉଛି ।

ପ୍ରଜ୍ଞାର ପିତା ଆହୁରି ମଧ୍ୟ ଅ-ଭି-ଯୋ-ଗ କରିଛନ୍ତି କି କଲେଜରେ ପଢୁ ଥିବା ସମୟରେ ଖଗେଶ୍ଵର ପ୍ରଜ୍ଞାକୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ସେହି ସମୟରେ ପ୍ରଜ୍ଞା ତାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଏହା ପରେ ପ୍ରଜ୍ଞାଙ୍କ ବିବାହ ଅନ୍ୟ ଏକ ସ୍ଥାନରେ ଠିକ ହୋଇଥିଲା । କିନ୍ତୁ ଏହା ମଧ୍ୟରେ ପ୍ରଜ୍ଞା ଯେତେବେଳେ ବ୍ୟାଙ୍କରେ ଚାକିରି କରିବା ଆରମ୍ଭ କରିଲେ ତେବେ ଖଗେଶ୍ଵର ତାଙ୍କୁ ତାଙ୍କର କଥାରେ ମୋହିତ କରି ତାଙ୍କୁ ବିବାହ କରିବାକୁ ରାଜି କରାଇଲେ । ଯେଉଁ କାରଣରୁ ବିବାହର ୪ ଦିନ ପୂର୍ବରୁ ହିଁ ପ୍ରଜ୍ଞା ବିବାହ କରିବା ପାଇଁ ମନା କରିଦେଲେ ।

ତେବେ ଝିଅର ଇଚ୍ଛା ଅନୁସାରେ ଝିଅ ଘର ଲୋକମାନେ ପ୍ରଜ୍ଞା ଓ ଖଗେଶ୍ଵରର ବିବାହ କରିଥିଲେ । କହିଦେଉଛୁ କି ପ୍ରଜ୍ଞା ବିବାହ କରିବା ପରେ ଚାକିରିର ସମସ୍ତ ଦରମା ସେ ନିଜର ସ୍ଵାମୀ ହାତକୁ ଦେଇ ଦେଉଥିଲେ । ଏହା ସହିତ ସେ ଶାଶୁ ଘର ଲୋକମାନଙ୍କ ନି-ର୍ଯା-ତ-ନା ବି ସହୁଥିଲେ । ଯୌତୁକ, ସୁନା, ରୂପା ଟଙ୍କା ପ୍ରଜ୍ଞାଙ୍କ ସବୁ ଦରମା ଭୋଗ କରିବା ସତ୍ବେ ବି ଶାଶୁଘର ଲୋକମାନେ ତାଙ୍କୁ ଗର୍ଭବତ୍ତୀ ସମୟରେ ହ-ତ୍ୟା କରି ଦେଲେ ।

ଅନ୍ୟ ପଟେ ଏହିଭଳି ଅ-ଭି-ଯୋ-ଗ ସତ୍ବେ ବି ପୋ-ଲି-ସ ଖଗେଶ୍ଵରକୁ ଛାଡି ଦେଇଛି । ଏଥିରେ ଅସନ୍ତୋଷ ପ୍ରକାଶ କରି ପରିବାର ଲୋକମାନେ ଟାଉନ ଥାନା ବିରୁଦ୍ଧରେ ଭଦ୍ରକ ଏସପିଙ୍କୁ ଅ-ଭି-ଯୋ-ଗ କରିଛନ୍ତି ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇବି ଅନୁରୋଧ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପୋ-ଲି-ସ ଓ ପୁଅ ଘର ତରଫରୁ କୌଣସି ବି ବୟାନ ସାମ୍ନାକୁ ଆସି ନାହିଁ ।

Leave a Reply

Your email address will not be published. Required fields are marked *