ଭାରତରେ ପ୍ରଥମ ଥର ଦେଖାଯାଇଥିବା କରୋନା ଭାଇରସର ବି.୧.୬୧୭.୨ ଭାରିଏଣ୍ଟର ନାମକରଣ କରାଯାଇଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଲେ କି ବି.୧.୬୧୭.୨ ଡେଲ୍ଟାର ନାମ ଦ୍ଵାରା ପରିଚିତ ହେବ । ଯେତେବେଳେ କି ଭାରତରେ ମିଳିଥିବା ଅନ୍ୟ ଏକ ଭାରିଏଣ୍ଟ ବି.୧.୬୧୭.୧କୁ କପ୍ପା ନାଁ ଦିଆ ଯାଇଛି ।
କରୋନାର ଏହି ସ୍ୱରୂପର ପରିଚୟ ସର୍ବେ ପ୍ରଥମେ ଅକ୍ଟୋବର ୨୦୨୦ରେ ଭାରତରେ ହୋଇଥିଲା । କହିଦେଉଛୁ କି WHO ପୁରା ଦୁନିଆରେ ସମସ୍ତ ଦେଶରେ ମିଳୁଥିବା ଭିନ୍ନ ଭିନ୍ନ ଭାରିଏଣ୍ଟର ନାମକରଣ ଗ୍ରୀକ ଏଲ୍ଫାବେଟ୍ସର ଆଧାରରେ କରିଛି । ଏହି ନିଷ୍ପତି ଏହିଭଲି ସମୟରେ ଆସିଛି ଯେତେବେଳେ କରୋନାର ଅଲଗା ଅଲଗା ଭାରିଏଣ୍ଟକୁ ଦେଶର ନାଁ ସହିତ ଯୋଡିବାକୁ ନେଇ ବିବାଦ ଆରମ୍ଭ ହେଉଥିଲା । ବି.୧.୬୧୭.୨କୁ ଇଣ୍ଡିଆନ ଭାରିଏଣ୍ଟ କହିବା ଉପରେ ଭାରତ ସରକାର କଡା ଆପତ୍ତି ଜାହିର କରିଥିଲେ ।
କିନ୍ତୁ ବର୍ତ୍ତମାନ ଭାରତର ଭାରିଏଣ୍ଟକୁ ଡେଲ୍ଟା ଓ କପ୍ପା ବୋଲି କୁହାଯିବ । ସେପ୍ଟେମ୍ବର ୨୦୨୦ରେ ବ୍ରିଟେନ ସର୍ବେ ପ୍ରଥମେ ମିଳିଥିବା କରୋନ ଭାଇରସ ବି.୧.୧.୭ ଭାରିଏଣ୍ଟକୁ ଆଲ୍ଫା ନାଁ ଦିଆଯାଇଛି । ଅନ୍ୟ ପଟେ ଦକ୍ଷିଣ ଆଫ୍ରିକାରେ ମିଳୁଥିବା ବି.୧.୩୫୧କୁ ବିଟା ନାଁ ମିଳିଛି । ନଭେମ୍ବର ୨୦୨୦ରେ ସର୍ବେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିବା ପି.୧ ଭାରିଏଣ୍ଟକୁ ବର୍ତ୍ତମାନ ଗାମା ନାଁରେ ଜଣା ଯିବ ।
Labelled using Greek alphabets, World Health Organisation (WHO) announces new labels for Covid variants of concern (VOC) & interest (VOC).
Covid variant first found in India will be referred to as 'Delta' while earlier found variant in the country will be known as 'Kappa' pic.twitter.com/VIEVWBGryC
— ANI (@ANI) May 31, 2021
ଏହିଭଲି ମାର୍ଚ୍ଚ ୨୦୨୦ରେ ଆମେରିକାରେ ମିଳିଥିବା ଭାରିଏଣ୍ଟ ବି.୧.୪୨୭/ବି.୧.୪୨୯କୁ ଏପ୍ଳିସନ, ଏପ୍ରିଲ ୨୦୨୦ରେ ବ୍ରାଜିଲରେ ମିଳିଥିବା ପି.୨କୁ ଜିଟା, ଏହା ସହିତ କେତେକ ଦେଶରେ ମିଳୁଥିବା ବି.୧.୫୨୫ ଭାରିଏଣ୍ଟକୁ ଇଟା, ଫିଲିପୀଂସରେ ମିଳୁଥିବା ଭାଇରସ ପି.୩କୁ ଥିଟା ନାଁ ଦିଆଯାଇଛି । ନଭେମ୍ବର ୨୦୨୦ରେ ଆମେରିକାରେ ମିଳିଥିବା ବି.୧.୫୨୬ କୁ ଲୋଟା ନାଁ ଦିଆଯାଇଛି ।
ଦ୍ଵିତୀୟ ଲହର ପାଇଁ ଦାୟୀ ଡେଲ୍ଟା
ଡେଲ୍ଟା ଅର୍ଥାତ ବି.୧.୬୧୭.୨କୁ ଭାରତରେ ସଂକ୍ରମଣର ଦ୍ଵିତୀୟ ଲହର ପାଇଁ ଦାୟୀ ବୋଲି କୁହାଯାଇଛି । ଭାଇରସର ଏହି ସ୍ୱରୂପ ମୂଳ ଭାଇରସ ଠାରୁ ବହୁତ ଅଧିକ ଭୟଙ୍କର ଅଟେ । ଭାରତ ଛଡା ଦୁନିଆର ଅନ୍ୟ କେତେକ ଦେଶରେ ବି ଏହାର ଅବସ୍ଥିତି ମିଳିଛି । କୋବିଡ – ୧୯ ଏହି ମାମଲାରେ WHOର ପ୍ରମୁଖ ଡା. ମାରିୟା ୱାନ କେରଖୋୱ ସୋମବାର ଦିନ ଟ୍ଵିଟ କରି କହିଛନ୍ତି କି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କରୋନ ଭାଇରସ ସ୍ୱରୂପକୁ ସହଜରେ ଚିହ୍ନିବା ପାଇଁ ତାହାର ନୂଆ ନାମକରଣ କରାଯାଇଛି ।
ଏହି ବୈଜ୍ଞାନିକ ନାଁରେ କୌଣସି ବି ପରିବର୍ତ୍ତନ ହେବ ନାହିଁ । କିନ୍ତୁ ଏହାର ମୂଳ ଉଦ୍ଦେଶ୍ୟ ହେଉଛି କି ସାଧାରଣ କଥାବାର୍ତ୍ତା ସମୟରେ କରୋନା ଭାଇରସର ସମସ୍ତ ଭାରିଏଣ୍ଟକୁ ସହଜରେ ଜାଣି ହେବ । ସଂଗଠନ ଏକ ବୟାନରେ କହିଛି କି WHO ଦ୍ଵାରା ନିର୍ଧାରିତ ଏକ ବିଶେଷଜ୍ଞମାନଙ୍କ ସମୁହ ଭାଇରସର ସ୍ୱରୂପକୁ ସାମାନ୍ୟ କଥାବାର୍ତ୍ତା ସମୟରେ ସହଜରେ କହିବା ପାଇଁ ଆଲ୍ଫା, ଗାମା, ବୀଟା ଭଳି ୟୁନାନୀ ଶବ୍ଦର ଉପଯୋଗ କରିବାର ଉପଦେଶ ଦେଇଥିଲେ । ଯାହା ଦ୍ଵାରା ସାଧାରଣ ଲୋକମାନଙ୍କୁ ଏହା ବିଷୟରେ ହେଉଥିବା ଚର୍ଚାକୁ ବିଝିବାକୁ ଅସୁବିଧା ହେବ ନାହିଁ ।