ଗୁଇନ୍ଦା ବିଭାଗର ସତର୍କ ବାଣି ! ପାକିସ୍ତାନର ଆଇଏସ୍‌ଆଇ ଭାରତୀୟ ସେନା ଯବାନଙ୍କ ଖାଦ୍ୟରେ ବିଷ ମିଶାଇବାକୁ ଯୋଜନା କରୁଛି ବୋଲି ସୂତ୍ରରୁ ଜଣ ପଡିଛି

ଏବେ ଯେଉଁ ପରିସ୍ଥିତି ଚାଲିଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ସମୟରେ କିଛି ବି ସମ୍ଭବ । ପାକିସ୍ଥାନୀ ନିଜ ହରକତରୁ କେବେ ବି ଓହରିବେ ନାହିଁ ,ସବୁବେଳେ କିଛି ନା କିଛି ଉଦ୍ୟମ କରୁଛନ୍ତି ଆମ ଭାରତୀୟ ସେନାକୁ ଆଘାତ କରିବା ପାଇଁ । ତେବେ ସେ ନେଇ ଗୁଇନ୍ଦାସୂତ୍ରରୁ ଜଣାପଡ଼ିଛି କି ପାକିସ୍ତାନୀ ମିଲିଟାରି ଏଜେନ୍‌ସି ଏବଂ ଆଇଏସ୍‌ଆଇ ଭାରତୀୟ ସେନା ଯବାନଙ୍କ ବିରୋଧରେ ଆଉ ଗୋଟାଏ ଷଡ଼ଯନ୍ତ୍ର କରୁଥାଇ ପାରନ୍ତି ବୋଲି ।

ଏକ ଉଡ଼ାଖବର ଅନୁସାରେ ସେନା ଯବାନଙ୍କ ଗଚ୍ଛିତ ରେସନ୍‌ରେ ବିଷ ମିଶାଇବାକୁ ଯୋଜନା କରୁଛନ୍ତି ପାକିସ୍ତାନୀ ଏମ୍‌ଆଇ ଏବଂ ଆଇଏସ୍‌ଆଇ ଏଜେଣ୍ଟ୍‌ମାନେ । ବିଶେଷକରି, ଜମ୍ମୁ ଓ କଶ୍ମୀର ରାଜ୍ୟରେ ସମସ୍ତ କ୍ୟାମ୍ପ୍‌ରେ ଥିବା ରେସନ୍‌ ଗୋଦାମଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି ।

 

ତେଣୁ, କୌଣସି ଅପ୍ରୀତିକର ଘଟଣା ବା ଉଦ୍ୟମ ଏଡ଼ାଇବା ଲାଗି ସମଗ୍ର ଭାରତରେ ନିରାପତ୍ତା ବଳଙ୍କ ନିମନ୍ତେ କିଣା ଯାଉଥିବା ରେସନ୍‌ ସବୁକୁ ବାରମ୍ବାର ଯାଞ୍ଚ କରାଯିବା ଉଚିତ । ସମ୍ପ୍ରତି ସୀମା-ପାରି ବିବାଦ ଯୋଗୁଁ କଶ୍ମୀରରେ ପରିସ୍ଥିତି ଉତ୍ତେଜନାମୟ ରହିଥିବା ବେଳେ ଗୁଇନ୍ଦା ବିଭାଗ ଏ ଭଳି ସଦ୍ୟତମ ନୋଟ୍‌ ଜାରି କରିଛି । ଦେଖା ଯାଉ ଏହି ପରିସ୍ଥିତି କେବେ ସାମାନ୍ୟ ହେଉଛି ।

Leave a Reply

Your email address will not be published. Required fields are marked *