ଜାଣନ୍ତୁ କିଏ ସେହି ମହିଳା ଯିଏ ୱାଘା ବର୍ଡର ଯାଏଁ ଅଭିନନ୍ଦନ ଙ୍କୁ ଛାଡିବାକୁ ଆସିଥିଲେ – ପାଖା ପାଖି ରହିଥିଲେ ୱିଙ୍ଗ୍ କମାଣ୍ତର ଅଭିନନ୍ଦନଙ୍କର

ୱାଘା ବର୍ଡରରେ ୱିଙ୍ଗ୍ କମାଣ୍ତର ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ହଜାରରୁ ଅଧିକ ସଂଖ୍ୟକ ଲୋକ ପହଞ୍ଚିଥିଲେ ଓ ତିରଙ୍ଗା ହାତରେ ନେଇ ଅପେକ୍ଷା କରିଥିଲେ । ରାତି ୯. ୧୦ମି ସମୟରେ ଭାରତ ମାଟିରେ ପାଦ ପଡିଲା ବାହାଦୁର ଯବାନ ଅଭିନନ୍ଦନଙ୍କର । ତେବେ ତାଙ୍କ ସହ ଜେନ ମହିଳାଙ୍କୁ ଦେଖିବାକୁ ମିଳିଥିଲା ଯାହା ବିଷୟରେ ବର୍ତ୍ତମାନ ବହୁତ ଚର୍ଚ୍ଚା ହେଉଛି । ଲୋକଙ୍କୁ ଏହା ସବୁଠାରୁ ପ୍ରଥମେ ଜଣା ପଡିଲା କି ୱିଙ୍ଗ୍ କମାଣ୍ତରଙ୍କ ସେ ସ୍ତ୍ରୀ କିମ୍ବା ପରିବାରର କେଉଁ ସଦସ୍ୟ ହୋଇଥିବେ ।

କିନ୍ତୁ ସେ ଏକ ଏଫ୍ ଏସ୍ ପି ଅଧିକାରୀ ଅଟନ୍ତି,  ସେ ପାକିସ୍ଥାନର ବିଦେଶ ମନ୍ତ୍ରାଳୟର ନିର୍ଦ୍ଧେଶକ ଡାକ୍ତର ଫରିହା ବୁଗତି ଅଟନ୍ତି । ଏହା ଛଡା ଡାକ୍ତର ଫରିହା ବୁଗତି ପାକିସ୍ଥାନର ଜେଲ୍ ରେ ବନ୍ଧ ଥିବା କୁଳଭୁଷଣ ଯାଦବଙ୍କ ମାମଲାରେ ଦେଖାଶୁଣା କରୁଥିବା ଜଣେ ଅଧିକାରୀ ଥିଲେ । ସେ ଗତ ବର୍ଷ ହିଁ ଯାଦବ ଓ ତାଙ୍କ ପରିବାରର ସଦସ୍ୟଙ୍କ ସହ ସାକ୍ଷାତ କରାଇଥିଲେ ।

ପୁଲବାମାରେ ୧୪ ଫେବୃୟାରୀକୁ ସିଆର୍ ପିଏଫ୍ ଜବାନଙ୍କ ଦଳ ଉପରକୁ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଜବାନ ସହୀଦ ହୋଇଥିଲେ । ତେବେ ଠାରୁ ଭାରତ ଓ ପାକିସ୍ଥାନର ବର୍ଡରରେ ଉତ୍ତେଜନା ପରିସ୍ଥିତି ଜାରି ରହିଛି ।

Leave a Reply

Your email address will not be published. Required fields are marked *