ପୁଣି ସାମ୍ନାକୁ ଆସିଲା କରୋନାର କରାଳ ରୂପ, ମାତ୍ର 72 ଘଣ୍ଟାରେ ପୋଛିଦେଲା ନୂଆ ବୋହୁର ମଥାର ସିନ୍ଦୁର

ବନ୍ଧୁଗଣ, ଏହି ସତ୍ୟ ତଥା ମର୍ମାହାତ ଘଟଣା ସମ୍ବନ୍ଧରେ କହିଲା ବେଳକୁ ହୃଦୟ ଥରହର ହୋଇ ଯାଉଛି । ବିବାହ ଏକ ଏଭଳି ବନ୍ଧନ ଯାହା ଅଗ୍ନି କୁ ସାକ୍ଷୀ ରଖି ଦୁଇଟି ଅଜଣା ବ୍ୟକ୍ତିଙ୍କୁ ଜନ୍ମଜନ୍ମାନ୍ତର ପାଇଁ ଜୀବନ ସାଥି ରୂପେ ପରିଣତ କରିଥାଏ । ନୂତନ ବୋଧୂଟିଏ ନିଜ ମନରେ ଅସରନ୍ତି ସ୍ବପ୍ନ ତଥା ଆଶା ନେଇ ନିଜ ଶାଶୁ ଘରକୁ ଆସିଥାଏ । ବନ୍ଧୁଗଣ ଆଜି ଆମ୍ଭେ ଏହି ସତ୍ୟ ଘଟଣା ବିଷୟରେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ସ୍ତବ୍ଦ ହୋଇଯିବେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଦୁଃଖଦ ଘଟଣା ଟି କଣ ?

ଏହି ଘଟଣା ଟି ଉତ୍ତର ପ୍ରଦେଶ ର ଅଟେ । ବନ୍ଧୁଗଣ ବିବାହ ର ୭୨ ଘଣ୍ଟା ନ ପୁରୁଣୁ ଚାଲିଗଲା ବରର ଜୀବନ । ନୂତନ ବୋଧୁ କପାଳରୁ ଲିଭିଗଲା ମଥାର ସିନ୍ଦୁର । କରୋନା ବର୍ତ୍ତମାନ ଆଉ କେତେ ଜୀବନ କୁ ଛାରଖାର କରିବ ତାହା ଜଣା ନାହିଁ ।

ସେ କେତେ ପିଲାଙ୍କୁ ବାପା ମାଆ ଛିଅଣ୍ଡ କରିବ ? କେତେ ସଧବା ଙ୍କ ମଥାରୁ ସିନ୍ଦୁର ପୋଛିବ ତାହା ମଧ୍ୟ ଜଣାନାହିଁ । ତଥାପି ମଣିଷ ସମାଜ ଏହି ପ୍ରଶ୍ନ ଭୟାନକ ସଂକ୍ରମଣ କରୋନା କୁ ପଚାରୁଅଛି । ୨ ଦିନ ହେବ ବିବାହ କରି ନିଜ ଶାଶୁ ଘରକୁ ଆସିଥିବା ନବ ମଥାରୁ ସବୁଦିନ ପାଇଁ ସିନ୍ଦୁର ଲିଭିଯାଇଛି । ଏହା ବହୁତ୍ ମର୍ମହାତ ଘଟଣା ଅଟେ ।

ବନ୍ଧୁଗଣ କାନ୍ଥରେ ଲେଖା ହୋଇଥିଲା ବବ୍ଲି ୱେଡ୍ସ  ଅର୍ଜୁନ ବାହାଘର ପାଇଁ ଚାଲିଥିଲା ଜୋରଦାର ଆୟୋଜନ । ସବୁକିଛି ସଠିକ୍ ଚାଲିଥିଲା । ଗତ ୨୫ ତାରିଖରେ ଝିଅ ଘରକୁ ବରଯାତ୍ରୀ ଆସିଲା । ଏହା ପରେ ଅଗ୍ନି କୁ ସାକ୍ଷୀ ରଖି ହାତଗଣ୍ଠି ପଡ଼ିଲା । ବେଶ ଧୁମଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ପ୍ରାଏ ସନ୍ଧ୍ୟା ବେଳକୁ ଝିଅ ବଧୁ ପାଲଟି ନିଜ ଶାଶୁ ଘରକୁ ଆସିଲା । ନୂତନ ବଧୁ ଏବଂ ପୁଅ କୁ ପରିବାର ଲୋକେ ବହୁତ୍ ଆନନ୍ଦର ସହିତ ଘରକୁ ନେଲେ । ମାତ୍ର ଗୋଟିଏ ଦିନ ସବୁ ଠିକ୍ ରହିଲା ।

ଏହାପରେ ୨୭ ଦିନ ଅର୍ଜୁନ ଙ୍କୁ ହଟାତ୍ ଜର ହେଲା ଜର ବଢ଼ିବାକୁ ଲାଗିଲା । ଏହାଦେଖି ପରିବାର ଲୋକେ ଅର୍ଜୁନ ଙ୍କୁ ଡାକ୍ତର ପାଖକୁ ନେଲେ । ସେଠାରେ ପରୀକ୍ଷଣ ଦ୍ବାରା ଜଣାପଡ଼ିଲା ଯେ, ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ଅର୍ଜୁନ ଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅର୍ଜୁନ ଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ସେଠାରେ ଅର୍ଜୁନ ଙ୍କର ଶ୍ୱାସ୍ୟବସ୍ଥା ଗମ୍ଭୀର ହୋଇଗଲା ନିଶ୍ୱାସ ପ୍ରସ୍ୱାସ ନେବାରେ କଷ୍ଟ ହେଲା । ମାତ୍ର ଅକ୍ସିଜେନ ମିଳିଲା ନାହିଁ । ଅକ୍ସିଜେନ ଅଭାବରୁ ୨୯ ତାରିଖରେ ଅର୍ଜୁନ ସବୁଦିନ ପାଇଁ ଆଖି ବୁଝି ଚାଲିଗଲେ ।

ମାତ୍ର ୨ ଦିନ ହେବ ବିବାହ କରି ଆସିଥିବା ବବ୍ଲି ଙ୍କ ମଥାରୁ ସବୁଦିନ ପାଇଁ ସିନ୍ଦୁର ଲିଭିଗଲା । ବେଦୀରେ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି ବବ୍ଲି ଅର୍ଜୁନଙ୍କୁ ନେଇ ଦେଖିଥିବା ସ୍ବପ୍ନ ସବୁ ଅଧୁର ରହିଗଲା । ପରିବାର ବର୍ଗ ନିଜ ପୁଅ କୁ ହରାଇ ବର୍ତ୍ତମାନ ବହୁତ ମର୍ମହାତ ଅବସ୍ଥାରେ ଜୀବନ ବିତାଉଛନ୍ତି ।

Leave a Reply

Your email address will not be published. Required fields are marked *