ଆଜି ଆମେ ବିଚ୍ଛା ରାଶି ବିଷୟରେ କିଛି କହିବାକୁ ଯାଉଛୁ । ଯଦି ଆପଣ ମାନେ କାହା ସହିତ ଝଗଡା କରିଥାନ୍ତି ଓ ତାର ପ୍ରତିସୋଧ ନେବା ପାଇଁ ଚାହିଥାନ୍ତି ତେବେ ଆପଣ କେବେ ହେଲେ ତାକୁ ଛାଡି ନଥାନ୍ତି । ଆପଣ ଏହି ଗୁଣକୁ ସର୍ବ ପ୍ରଥମେ ଛାଡିବାକୁ ଚେଷ୍ଟା କରନ୍ତୁ । ଆପଣ ଯଦି କୌଣସି ଜିନିଷ ବା ଟଙ୍କା ନିବେଶ କରିବାକୁ ଚାହୁଞ୍ଚନ୍ତି ତେବେ ଆପଣ ଗହମ, ଚାଉଳ, ବୁଟରେ କାଲେ ବହୁତ ଭଲ ହେବ ।
ଆପଣ ଭୁଲରେ କୌଣସି ଜାଗା ବାଡିରେ ନିବେଶ କରନ୍ତୁ ନାହିଁ । ଯଦି ଆପଣ ନିଜର ଜାଗା ନେବା ପାଇଁ ଚାହୁଛନ୍ତି ସେହି ସମୟରେ ନିଜ ପିଲା ବା ନିଜର ଥିବା କେହି ବ୍ୟକ୍ତିଙ୍କ ନାମରେ କିଣନ୍ତୁ । ଯଦି ଆପଣଙ୍କୁ ଲାଗୁଛି ନିଜ ପତ୍ନୀ ଭଲ ଭାବରେ ସମ୍ଭାଳି ପାରିବେ ତେବେ ତାଙ୍କ ନାମରେ ହିଁ କରନ୍ତୁ ନିଜ ପାଇଁ ବହୁତ ଭଲ ହେବ ।
ବୁଧବାର ଦିନ ଟଙ୍କା ଦେବା ନେବାରୁ ବଞ୍ଚିବେ । କାରଣ ଯଦି ଆପଣ ଏହି ଦିନ ଦେବା ନେବା କରୁଛନ୍ତି ତେବେ ସେହି ଟଙ୍କା କୌଣସି ମତେ ଫେରିବ ନାହିଁ । ଆପଣଙ୍କ ସହିତ କେଉଁ ମାନେ ଭଲ ସମ୍ପର୍କ ରଖୁଛନ୍ତି ନିଜେ ବହୁତ ଭଲ ଭାବରେ ଜାଣିବା ଦରକାର । ନିଜର ପିତା ଓ ମାତା ଏବଂ ଭାଇ ସେମାନେ ଆପଣଙ୍କର ପାଖରେ ହିଁ ରହିଥାନ୍ତି ।
ତାଙ୍କ ସାଙ୍ଗରେ କେବେ ସମ୍ପର୍କ ଖରାପ କରନ୍ତୁ ନାହିଁ । ନଚେତ ଜୀବନରେ ବହୁତ ଅସୁବିଧା ଭୋଗ କରିବେ । ଯଦି ଆପଣଙ୍କର କୌଣସି ଅସୁବିଧା ଦେଖା ଦେଇଥାଏ ସେଇଟା ହେଉଛି ନିଜ ଘର ଭିତରେ ଥିବା କିଛି ସମସ୍ୟା ବା ଭାଇ ଭାଇଙ୍କର ଥିବା ଜାଗା ଓ ସମ୍ପତି ଝଗଡା ନିଜର ସବୁ ସମୟରେ ଲାଗି ରହିଥାଏ ।
ଆପଣଙ୍କୁ ସବୁ ବେଳେ ପାଇଁ ଲାଗେ କି ନିଜର ଥିବା ସମ୍ପତି କେହି ଘର ଲୋକେ ଖାଇ ଯାଉଛନ୍ତି ସେ ନିଜର ବାପା ହେଉ ବା ନିଜର ଭାଇ ହେଉ । ସମସ୍ଥେ ମିଶି ଆପଣଙ୍କୁ ଠକୁଛନ୍ତି । ତେବେ ଆପଣ ସବୁ ଦିନ ସକାଳେ ଉଠି ସୂର୍ଯ୍ୟ ଦେବତାଙ୍କୁ ଗୋଟିଏ ଲୋଟା ପାଣି ଅର୍ପଣ କରନ୍ତୁ । ଆପଣ ଚାନ୍ଦି ପିନ୍ଧି ପାରିବେ । ଆପଣଙ୍କର କମ୍ଜୋରି ହେଉଛି ସବୁ ବେଳେ ସବୁ ଜିନିଷକୁ ବଦଳାଇବା ।
ଯାହା ଦ୍ଵାରା ଆପଣ ବହୁତ ଅସୁବିଧାର ସମୁଖୀନ ହୋଇଥାନ୍ତି । ଆପଣ ବହୁତ ନିଶା ଦ୍ରବ୍ଯ ଜିନିଷ ମଧ୍ୟ ବହୁତ ପରିମାଣରେ ଖାଇଥାନ୍ତି । ଆପଣ ମାନେ କାହାର କିଛି ହେଇଗଲେ ଆପଣ ଜମା ସହିପାରନ୍ତି ନାହିଁ । ବହୁତ ଭାବୁକ ଲୋକ ଆପଣ ଅଟନ୍ତି ସେଥିପାଇଁ ବହୁତ ଲୋକେ ଆପଣଙ୍କୁ ଭଲ ପାଇଥାନ୍ତି । କୌଣସି ଏକ ବ୍ୟକ୍ତିର ଖରାପ ଗୁଣ ଗାଇ ନିଜର ହିଁ କ୍ଷତି କରିଥାନ୍ତି ।
ଏହି ପରି ଆପଣ ଜମା କରନ୍ତୁ ନାହିଁ କାରଣ ଯଦି ଆପଣ ଏହିପରି ଯଦି କରନ୍ତି କୌଣସି ଜାଗାରେ ଅସୁବିଧାରେ ପଡ଼ି ପାରନ୍ତି । ଆପଣ ବାହାର ବ୍ୟକ୍ତିର ଭଲ କରିବାକୁ ଯାଇ ନିଜେ ହିଁ ବହୁତ ବଡ ଅସୁବିଧାରେ ପଡିଥାନ୍ତି । ସେ ଆପଣଙ୍କୁ ମଧ୍ୟ ଏକ ବଡ ଜାଗାରେ ସମସ୍ୟାରେ ପକାଇ ଚାଲିଯିବେ । ଯଦି ଆପଣଙ୍କ ମନ ସବୁ ବେଳେ ସ୍ତିର ରହୁ ନାହିଁ ।
ସବୁ ବେଳେ ଆପଣଙ୍କର ମନ ବିଚଳିତ ହେଉଛି ଆପଣ ନିଜେ ବୁଝି ପାରୁ ନାହାନ୍ତି କଣ କରିବେ ତେବେ ଆପଣ ପ୍ରତିଦିନ କ୍ଷୀର ପିଅନ୍ତୁ । ଏହା ଦ୍ଵାରା କିଛି ସମସ୍ୟା ଦୂରେଇ ଯିବ । ଆପଣ ମାନଙ୍କର ଗୁପ୍ତ ଶତ୍ରୁ ଥାନ୍ତି ।