ବିଜୟ ଓ ତନ୍ଦ୍ରାଙ୍କ ପ୍ରେମ କାହାଣୀ ଥିଲା କିଛି ଏମିତି, ମା’ଙ୍କ ପାଇଁ ହୋଇଥିଲା ତାଙ୍କ ସମ୍ପର୍କରେ …

ବିଜୟ ମହାନ୍ତି, ଏଇ ନାମ ଓଡିଆ ସିନେ ଜଗତର ଏକ ଏଭଳି ନାମ ଯାହା ସମସ୍ତଙ୍କ ମୁହଁରେ ଅଛି । ସେ ଜେନ ଦିଗଜ କଳାକାର ଥିଲେ ଓଡିଆ ଫିଲ୍ମ ଜଗତର । ତାଙ୍କର ଅଭିନୟ ବେଶ ଲୋକପ୍ରିୟ ଥିଲା । ତେବେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମରୁ ଏକ୍ଟିଂର ଶିକ୍ଷା ନେଇ ଫେରିବା ପରେ ସେ ନିର୍ଦେଶକ ବିପ୍ଲବ ରାୟ ଚୌଧୁରୀଙ୍କ ନିର୍ଦେଶନା ରେ ତାଙ୍କର ପ୍ରଥମ ଫିଲ୍ମ ‘ଚିଲିକା ତୀରେ’ରେ ନାୟକ ଭୂମିକାରେ ସେ ଅଭିନୟ କରିଥିଲେ ଓ ସେହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ଥିଲେ ତନ୍ଦ୍ରା ରାୟ ।

Image Courtesy: Google

ତେବେ ଏହା ଥିଲା ସେ ଦୁହିଁଙ୍କର ପ୍ରଥମ ଫିଲ୍ମ ଯେଉଁଥିରେ ସେମାନେ ଏକା ସହ ଅଭିନୟ କରିଥିଲେ । ସେହି ଫିଲ୍ମ ଶୁଟିଙ୍ଗ ସମୟରେ ସେମାନେ ବହୁତ ନିକଟତର ହୋଇଥିଲେ ଓ ଯାହା ପରେ ସେମାନେ ରିଲ ଲାଇଫ ରୁ ରିୟଲ ଲାଇଫ ପାର୍ଟନର ମଧ୍ୟ ହୋଇଥିଲେ । ସେମାନଙ୍କ ବିବାହ ପରେ ସେମାନେ ଏକା ସହିତ ମିଶି ନାୟକ ନାୟିକା ଭାବେ ଆହୁରି ୧୦ଟି ଫିଲ୍ମ କରିଥିଲେ । ତେବେ ତାଙ୍କ ପ୍ରେମ କାହାଣୀର ସୂତ୍ରଧାର ଥିଲେ ତନ୍ଦ୍ରାଙ୍କ ମା’ । ବିଜୟ ଓ ତନ୍ଦ୍ରାଙ୍କର ଚିଲିକା ତୀରେ ଫିଲ୍ମରେ ଦେଖା ହୋଇଥିଲା ସତ କିନ୍ତୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି କରିବାରେ ତନ୍ଦ୍ରାଙ୍କ ମା’ଙ୍କର ବଡ ହାତ ଥିଲା । ଯେହେତୁ ବିଜୟ ଏତେ ରୋମାନ୍ଟିକ ନଥିଲେ ସେ ଏସବୁ ପ୍ରତି ବିଶେଷ ଧ୍ୟାନ ଦେଉ ନଥିଲେ ।

Image Courtesy: Google

ତନ୍ଦ୍ରା ପ୍ରତ୍ୟକ ଦିନ ସୁଟିଙ୍ଗ ସେଟକୁ ନିଜ ମାଙ୍କୁ ନେଇ ଆସୁଥିଲେ ଓ ତାଙ୍କ ମାଙ୍କୁ ବିଜୟ ବହୁତ ପସନ୍ଦ ଥିଲେ । ଏବଂ ପରେ ସେ ନିଜେ ବିଜୟଙ୍କ ମାଙ୍କୁ ଏହି ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହା ପରେ ଦୁହିଁଙ୍କର ବିବାହ ହୋଇଥିଲା ଓ ସେମାନେ ଆଜି ପର୍ଯ୍ୟନ୍ତ ଏକାଠି ଥିଲେ କିନ୍ତୁ ଆଜି ବିଜୟ ଆଉ ଏଇ ଦୁନିଆରେ ନାହାନ୍ତି, ଆଜି ସେ ତନ୍ଦ୍ରାଙ୍କର ହାତ ଛାଡି ବହୁତ ଦୂରକୁ ଚାଲି ଯାଇଛନ୍ତି । ତେବେ ବିଜୟ ଓ ତନ୍ଦ୍ରାଙ୍କର ଗୋଟେ ଝିଅ ମଧ୍ୟ ଅଛି ଓ ତାଙ୍କ ଝିଙ୍କର ଗୋଟେ ପୁଅ ଓ ଝିଅ । ତେବେ ସେ ନିଜ ସ୍ବାମୀଙ୍କ ସହ ବହୁତ ଖୁସିରେ ରହୁଛନ୍ତି ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *