ବିଲେଇ ରାସ୍ତା କାଟିଲେ କାହିଁକି ଲୋକମାନେ ଅଟକି ଯାଆନ୍ତି ?

ଛୋଟବେଳୁ ଶୁଣିଆସିଛନ୍ତି କି କୁଆଡେ ଯିବା ସମୟରେ ବିଲେଇ ଯଦି ରାସ୍ତା କାଟିଦିଏ ତାହା ଅଶୁଭ ସଂକେତ ହୋଇଥାଏ । କେହି କେହି ବିଲେଇ ଆଗରେ ଚାଲିଗଲେବ ଅଟକି ଯାଆନ୍ତି । ଆଉ କେହି କେହି ସାତ ପାଦ ପଛକୁ ଫେରି ଯାଆନ୍ତି, କିନ୍ତୁ କଣ ରହିଛି ପ୍ରକୃତ କାରଣ ।

କାହିଁକି ଲୋକମାନେ ବିଲେଇକି ଅଶୁଭ ବୋଲି କୁହନ୍ତି । କଣ ପାଇଁ ବିଲେଇ ଦେଖିଲେ ଅଟକି ଯାଆନ୍ତି । ଆମେ ଏହି ଲେଖାରେ ଏହାର ପ୍ରକୃତ କାରଣ କହିବୁ । ଏହାର ଏକ ଐତିହାସିକ କାରଣ ରହିଛି ପୂର୍ବ କାଳରେ ଜେନ ରାଜା ଥିଲେ ଜିଏକି ବିଲେଇ ମାନଙ୍କୁ ବହୁତ ଭଲ ପାଉଥିଲେ ।

Image Courtesy: Google

ତାଙ୍କର ଗୋଟେ ପୋଷା ବିଲେଇ ଥିଲା, ସେ ବିଲେଇ ସହିତ ଅନେକ ସମୟ କାଟୁଥିଲେ । ସନ୍ଧ୍ୟାରେ ବିଲେଇକି ଧରି ସେ ତାଙ୍କ ବଗିଚାରେ ବସିଥିଲେ । ବସିଥିବା ସମୟରେ ବିଲେଇ ଦେହକୁ ଆଊଁସୁ ଥିଲେ ବା ଗେଲ କରୁଥିଲେ । ଅନ୍ଧାର ସମୟରେ ବିଲେଇ ଦେହକୁ ଘାସିଲେ ସେଥିରୁ ଆଲୁଅ ଉତ୍ପନ ହୋଇଥାଏ । ରାଜା ଏହା ଦେଖି ଆଶ୍ଚର୍ଯ ହୋଇଗଲେ ଭାବିଲେ ବିଲେଇ ଦେହରେ କିଛି ଅଲୌକିକ ଶକ୍ତି ରହିଛି ।

Image Courtesy: Google

ସେ ତାଙ୍କ ରାଜ୍ୟରେ ଆଦେଶ ଦେଲେଯେ ଯିଏ ବିଲେଇକି ମାରିବ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ । ଲୋକମାନେ ଏହା ଶୁଣି ଡରିଗଲେ, ଜଣେ ବ୍ୟକ୍ତି ଅଜାଣତରେ ବିଲେଇ ଉପରେ ଗାଡି ଚଢେଇ ଦେଲେ  ଏହା ପରେ ବିଲେଇର ମୃତ୍ୟୁ ହୋଇଗଲା । ରାଜା ସେହି ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ଦେଲେ । ଏହା ଦେଖି ଲୋକମାନେ  ଆହୁରି ଡରିଯାଇଥିଲେ, ବିଲେଇ ସାମ୍ନାରେ ଆସିଲେ ଲୋକମାନେ ଅଟକି ଗଲେ ।

Image Courtesy: Google

କିଛି ଲୋକ ତ ପଛକୁ ଫେରିଯାଆନ୍ତି, ତାହା ଏବେ ମଧ୍ୟ ରହିଛି । ବିଲେଇ ଦେଖିଲେ ଅଶୁଭ ଏହା ଏକ ଭୁଲ ଧାରଣା ଅଟେ । ସେଥିଲାଗି ଆପଣ ଏହି ଅନ୍ଧ ବିଶ୍ଵାସଠୁ ଦୂରେଇ ରୁହନ୍ତୁ । କୌଣସି ବି ପଶୁ ପକ୍ଷୀ କେବେ କାହାର ଖ୍ଯାତି କରିବେ ନାହିଁ ଯେ ପର୍ଯ୍ୟନ୍ତ ମନୁଷ୍ୟ ସେମାନଙ୍କର ଖ୍ଯାତି ନ କରିଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *