କେତେ ଥର ଏମିତି ହୁଏ ଆପଣ ବିନା କାରଣ ରେ ଘରେ ଝଗଡା କରନ୍ତି, ଏବଂ ଘରେ ଅଶାନ୍ତି ହୋଇଥାଏ ଆପଣଙ୍କ ମନ ସବୁ ବେଳେ ଚିଡ ଚିଡ ହୋଇଥାଏ ଓ ଆପଣ ଘର ଲୋକଙ୍କ ଉପରେ ବିନା କାରଣ ରେ ରାଗି ଥାନ୍ତି । ଯଦି ଆପଣଙ୍କ ରାଗ ଉପରେ ଆପଣଙ୍କ ନିୟନ୍ତ୍ରଣ ରହୁ ନାହିଁ, ତାହେଲେ ବାସ୍ତୁ ଶାସ୍ତ୍ର ଏହି ଉପାୟ କରନ୍ତୁ ଘରେ ଶାନ୍ତି ଏବଂ ସୁଖ ଆସିବ ଓ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରହିବ ।
ବାସ୍ତୁ ଶାସ୍ତ୍ର ଅନୁଯାଇ ଯଦି ଆପଣ ନିଜ ରାଗକୁ କମେଇବା କୁ ଚାହନ୍ତି ତାହେଲେ ନିଜ ଘରେ ନାଲି ରଙ୍ଗ ଜିନିଷ କମ ବ୍ୟବହାର କରନ୍ତୁ ଯେମିତି କି କବାଟ, ବେଡସିଟ ଓ ଫର୍ନୀଚର ନାଲି ରଙ୍ଗର ରଖନ୍ତୁ ନାହିଁ ।
ବାସ୍ତୁ ଶାସ୍ତ୍ର କହିବା ଅନୁସାରେ ଘର ଅସନା ରହିବା ରାଗର ଏକ ମୁଖ୍ୟ କାରଣ ଅଟେ, ଯଦି ଆପଣ ନିଜ ଘରକୁ ସଫା ଓ ସଜାଇ ରଖିବେ ତାହେଲେ କିଛି ଦିନ ଭିତରେ ଆପଣ ଅନୁଭବ କରିପାରିବେ ଯେ ଆପଣଙ୍କ ରାଗ ନିୟନ୍ତ୍ରଣ ରେ ରହୁଛି ।
ଘର ପୂର୍ବ ଦିଗ ରେ ପ୍ରତ୍ୟକ ଦିନ ଦୀପ ଜାଳନ୍ତୁ, ଏବଂ ଏହି ଦିଗ ରେ ଅତ୍ୟଧିକ ଜିନିଷ ରଖନ୍ତୁ ନାହିଁ । ଏମିତି କଲେ ଆପଣଙ୍କ ରାଗ ନିୟନ୍ତ୍ରିତ ହେବ ଏବଂ ଘରେ ସୁଖ ସମୃଦ୍ଧି ଆସିବ ।
ଯଦି ଆପଣଙ୍କୁ ସକାଳ ସମୟ ରେ ଅଧିକ ରାଗ ହେଉଛି ତାହେଲେ ଆପଣ ନୀତି ଦିନ ସକାଳ କାମ ସାରି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ, ଏହା କଲେ ଆପଣଙ୍କ ରାଗ ବି କମିବ ଏବଂ ସ୍ୱାସ୍ଥ୍ୟ ବି ଭଲ ରହିବ ।
ତେବେ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ରାଗ ଶାନ୍ତ ହେଉ ଓ ଘରେ ବାତାବରଣ ଠିକ ରହୁ ନିଶ୍ଚିତ ଏହି ସବୁ ଟିପ୍ସକୁ କାମରେ ଲଗାନ୍ତୁ ଦେଖିବେ କିଛି ଦିନ ଭିଆତରେ ଆପଣ ଫଳ ନିଶ୍ଚୟ ପାଇବେ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।