ଏହି ଦୀପାବଳିରେ ବିନା କିଛି କେମିକାଲରେ ପୁରୁଣା ଚାନ୍ଦିର ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତିକୁ ଏମିତି କରନ୍ତୁ ନୂଆ ଭଳି

ଦୀପାବଳିରେ ଆମେ ଘରକୁ ବହୁତ ସଫସୁତୁରା କରିଥାଉ, ଆଜି ଆମେ ଘରର ଠାକୁରଙ୍କୁ ଚମକାଇବା । ଠାକୁର ଆମ ଆସ୍ଥାରେ ହିଁ ଯୋଡିହୋଇଥାନ୍ତି, ନା ତାଙ୍କ ଉପରେ କିଛି କେମିକାଲ ଦେଇ ସଫା କରିବା ଠିକ ହେବନି, କି ତାଙ୍କୁ ଅଧିକ ଗରମ ପାଣିରେ ସଫା କରି ହେବନି, ସେଥିପାଇଁ ଆମେ କିଛି ଅଳ୍ପ ନଖ ଉଷୁମ ଗରମ ପଣି ନେବା ମାନେ ବେସୀ ଗରମ ବାଲା ନୁହେଁ ।

ଆଉ ଗୋଟିଏ ଥାଳି ନେବା ସେଥିରେ ଲକ୍ଷ୍ମୀ ଗଣେଶଙ୍କୁ ରଖି ଟିକେ ଉଷୁମ ପାଣିରେ ତାଙ୍କୁ ଟିକେ ଧୋଇବା । ତାପରେ ଲେମ୍ବୁ ନେଇ ସେଥିରେ ଟିକେ ଘଷିବା ଓ ତାପରେ କଲଗେଟ ପାଉଡର ଆଣନ୍ତୁ ଅଳ୍ପ ପାଉଡର ଗୋଟେ ଜାଗାରେ ରଖି ଓ କିଛି ପାଣିରେ ତାର ଗୋଟେ ପ୍ୟାକ ବନାନ୍ତୁ ।

Image Courtesy: Google

ସେଇ ପ୍ୟାକକୁ ଠାକୁରଙ୍କ ଦେହରେ ଲଗାନ୍ତୁ, ଏହି ଭଳି ଲଗାଇ ୧୦/ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡି ଦିଅନ୍ତୁ । ଦେଖିବେ ଏହା ପୁରା ଶୁଖିଯାଇଥିବ, ଏବେ ପୁଣି ଖଣ୍ଡେ ଲେମ୍ବୁ ଆଣି ସେଥିରେ ଘସନ୍ତୁ । ତାକୁ ଏବେ ସଫାପାଣିରେ ଧୋଇ ଦିଅନ୍ତୁ, ଦେଖିବେ କେତେ ମଇଳା ପାଣି ବାହାରୁଛି । ଏବେ ଦେଖିବେ ଏହା ବହୁତ ଚିକ ଚିକ ହେବ ।

Image Courtesy: Google

ଆଉ ଗୋଟେ ଥାଳି  ନିଅନ୍ତୁ ସେଥିରେ ଲକ୍ଷ୍ମୀ ଓ ଗଣେଶଙ୍କୁ ରଖନ୍ତୁ ପୁଣି ଶୁଖିଲା କୋଲଗେଟ ପାଉଡର ପକାନ୍ତୁ ।  ପୁଣି ସେହି ଭଳି ତାକୁ ଘସନ୍ତୁ ବ୍ରସ ସାହାର୍ଯ୍ୟରେ । ତାପରେ ଆପଣ  ତୁଳା ସାହାର୍ଯ୍ୟରେ ଏହାକୁ ଭଲ ଭାବରେ ପୋଛି ଦିଅନ୍ତୁ । ଏହିଭଳି ଗଣେଶଙ୍କୁ ମଧ୍ୟ ସଫା କରନ୍ତୁ ।

ଏବେ ଦୁଇଟି ଯାକ ମୂର୍ତ୍ତିକୁ ଦେଖନ୍ତୁ ପୂର୍ବ ଅପେକ୍ଷା ଏବେ କେତେ ଚମକୁଛନ୍ତି । ଏତେ ସୁନ୍ଦର ଚିକ ଚିକ ହୋଇଥାଏ ଯେମିତି ଏବେ ବଜାରରୁ କିଣା ହୋଇଛନ୍ତି ।  ଲୋକ ମାନେ କିନ୍ତୁ ଠାକୁରଙ୍କ ମୂର୍ତ୍ତିକୁ ଗରମ ପାଣିରେ ଫୁଟାଇ ସଫା କରିଥାନ୍ତି, ଏମିତି କରିବା କେବେବି ଠିକ ହୋଇନଥାଏ ।

Image Courtesy: Google

କାରଣ ଠାକୁରଙ୍କ ସହିତ ଆମେ ଆସ୍ଥାରେ ହିଁ ଯୋଡି ହୋଇଥାଉ ଓ ସେ ଆମ ଘର ସଦସ୍ୟ ଭଳି ହୋଇଥାନ୍ତି । ସେଥିପାଇଁ ଏମିତି କରିବା କେବେବି ଠିକ ହୋଇନଥାଏ । ଏହା ବହୁତ ବଢିଆ ଟ୍ରିକ ଅଟେ ନା ଆପଣଙ୍କୁ ପାଣି ଅଧିକ ଫୁଟାଇବାର ଆବଶ୍ୟକ ରହିଛି ନା କିଛି କେମିକାଲର ପ୍ରୟୋଗର ଆବଶ୍ୟକ ହୋଇଥାଏ । ଠାକୁର ଆମ ଘରର ସଦସ୍ୟ ଭଳି ହୋଇଥାନ୍ତି ଓ ଏହାକୁ ଏହିଭଳି ଉପାୟରେ ଚମକେଇବା ।

ଏହି ଲେଖାଟି ଯଦି ପସନ୍ଦ ଆସିଥିବା ଏହାକୁ ସେୟାର କରିବା ସହିତ କମେଣ୍ଟ ବକ୍ସରେ ଏହାର ମାତା ମତ ଦେଇପାରିବେ ।

Leave a Reply

Your email address will not be published. Required fields are marked *