ବିନା କିଛି ଔଷଧରେ କାଶ, କଫ ଓ ଥଣ୍ଡାରୁ ମୁକ୍ତି ପାଆନ୍ତୁ ଏହି ଘରୋଇ ଉପାୟରେ- Health Tips

ବର୍ତମାନ ସମୟରେ ପ୍ରାୟତଃ ସମସ୍ତଙ୍କୁ ଥଣ୍ଡା କାଶ ଓ କଫ ଭଳି ସମସ୍ୟା ହେଉଛି କାହିଁକିନା ଲୋକମାନେ ଥଣ୍ଡା ଦିନରେ ପାଣି ସେବନ ବହୁତ୍ କମ କରିଥାନ୍ତି ଯାହା ଫଳ ସ୍ୱରୂପ ଆମ ପେଟ ଗରମ ହୋଇଥାଏ ଓ ପେଟ ଗରମ ହବା ଦ୍ୱାରା ଥଣ୍ଡା ଆମକୁ ବହୁତ୍ ଶିଘ୍ର ହୋଇଥାଏ । ତେବେ ସବୁ ଜିନିଷ ପାଇଁ ବଟିକା ଖାଇବା ଉଚିତ ନୁହ କାହିଁକିନା ବଟିକା ମାନଙ୍କ ସାଇଡ ଇଫେକ୍ଟ ମଧ୍ୟ ରହିଥାଏ ଯାହା ଆମ ଶରୀର ସ୍ବାସ୍ଥ୍ୟ ପାଈଁ ଜମା ବି ଉଚିତ ନୁହ ।

ଥଣ୍ଡା ଜର ଏହି ସିଜନ୍ ରେ ହବା ବହୁତ୍ ସ୍ଵାଭାବିକ କଥା ଅଟେ କାହିଁକିନା କେତେବେଳେ ଥଣ୍ଡା ବଢିଯାଉଛି ଆଉ କେତେବେଳେ ଥଣ୍ଡା ପୁରା କମି ଯାଉଛି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ବହୁତ କମ ଲୋକ ଜାଣିଛନ୍ତି ଓ ଏହାର ବ୍ୟବହାର କରିବା ପରେ ଆପଣଙ୍କୁ ୧୦୦ % ଲାଭ  ପ୍ରାପ୍ତି ହବ ।

ଆପଣଙ୍କୁ ଦୁଇ ଚାମଚ ଜୁଆଣି ନବାର ଅଛି ତା ପରେ ଆପଣଙ୍କୁ ,୭ ନଚେତ୍ ୮ ଟି ଲବଙ୍ଗ ନଵାର ଅଛି । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଲବଙ୍ଗ ଆମ ସ୍ବାସ୍ଥ୍ୟ ପାଈଁ ବହୁତ୍ ଲାଭକାରୀ ହୋଇଥାଏ । ଯେଉଁ ବ୍ୟକ୍ତି ପ୍ରତିଦିନ କେବଳ ଦୁଇଟି ଲବଙ୍ଗ ସେବନ କରିଥାଏ ତାକୁ କେବେ ଜର ଥଣ୍ଡା ଭଳି ଭାଇରଲ ଅସୁବିଧା ହୋଇନଥାଏ ।

ତେବେ ଜୁଆଣି ରେ ୮ ଟି ଲବଙ୍ଗ ପକାନ୍ତୁ ଓ ସେଥିରେ ୪ ଟି ଗୋଲ ମରିଚ ପକାନ୍ତୁ ଏହି ମିଶ୍ରଣ କୁ ଆପଣ ମାନେ ହାଲ୍କା ନିଆରେ ତାଵା ନଚେତ୍ କଢ଼େଇରେ ଭାଜି ଦିଅନ୍ତୁ । ଏହି ମିଶ୍ରଣକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରନ୍ତୁ ଏହା ପରେ ଆପଣ ସେହି ମିଶ୍ରଣକୁ ମହୁ ସହ ମିଶାଇ ସେବନ କରନ୍ତୁ । ଆପଣଙ୍କୁ ପାଉଡର ଗୋଟେ ଚାମଚ ନବାକୁ ହବ ଓ ମହୁ ଗୋଟେ ଚାମଚ ମିଶାଇ ଦିଅନ୍ତୁ ।

ମନେ ରଖିବେ ପାଣି ମିସେଇବେ ନାହିଁ ଓ ଏହି ମିଶ୍ରଣ ଖାଇବା ପରେ ପାଣି ସେବନ କରନ୍ତୁ ନାହିଁ । ଛୋଟ ଛୁଆଙ୍କୁ ଆଙ୍ଗୁଳିରେ ଚଟେଇ ଦିଅନ୍ତି ଏହା ଛୁଆଙ୍କ ପାଇଁ ମଧ୍ୟ ଲାଭକାରୀ ଅଟେ । ଆପଣଙ୍କୁ ଏହି ମିଶ୍ରଣ ଅଳପ ମାତ୍ରାରେ ସେବନ କରିବା ଉଚିତ୍ ଓ ମନେ ରଖନ୍ତୁ ସବୁଦିନ ଏହାକୁ ସେବନ କରନ୍ତୁ ଦେଖିବେ ଗୋଟେ ସପ୍ତାହରେ ଆପଣଙ୍କୁ ଫରକ୍ ଜଣା ପଡ଼ିବ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *