ବାଛନ୍ତୁ ନିଜ ରାଶି ଏବଂ ଜାଣନ୍ତୁ ନିଜ ବିଷୟରେ ଗୋଟେ ଖାସ କଥା- Personality Test

ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ର ଆଧାରରେ ସମସ୍ତ ବ୍ୟକ୍ତି ବିଶେଷ ଙ୍କର କିଛି ଲକି ନମ୍ବର ରହିଥାଏ । ଏହାକୁ ସେ ନିଜ ଜରୁରୀ ତଥା ଖାସ କାମ ରେ ପ୍ରୟୋଗ କରିଥାନ୍ତି । ଆଜି ଆମ୍ଭେ ଆପଣଙ୍କୁ ଏହି ମହତ୍ଵ ପୂର୍ଣ୍ଣ ବିବରଣୀ ଦେବାକୁ ଯାଉଅଛୁ ଯାହା ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭ ଫଳ ପ୍ରଦ ପ୍ରାପ୍ତ ଯୋଗ୍ୟ ହେବ ।

୧- ମେଷ ରାଶି;- ଏହି ରାଶିର ସ୍ଵାମୀ ଗ୍ରହ ମଙ୍ଗଳ ହୋଇଥାନ୍ତି । ମଙ୍ଗଳ ର ପ୍ରଭାବରେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଜନ୍ମ ରୁ ହିଁ ସାହସୀ ହୋଇଥାନ୍ତି । ପରିସ୍ଥିତି ଯେତେ କଠିନ ହୋଇଥାଉ ଏହି ବ୍ୟକ୍ତି ବିଶେଷ ମାନେ କଠିନରୁ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଛାନ୍ତି ନାହିଁ । ଏହି ବ୍ୟକ୍ତି ମାନେ ଆତ୍ମବିଶ୍ଵାସୀ ଏବଂ ସ୍ପଷ୍ଟ ଚିନ୍ତାଧାରା ଯୁକ୍ତ ହୋଇଥାନ୍ତି ।

ଏହି ରାଶିର ଲୋକେ ଯଦି ଆପଣଙ୍କ ଆଖପାଖ ରେ ରହୁଛନ୍ତି ତେବେ, ଏମାନେ ନିଜ ଉପସ୍ଥିତି ରେ ଚାରିଆଡେ ଆଲୋକ ବିଛାଇ ଦିଅନ୍ତି । ଏମାନଙ୍କ ଶୁଭ ରଙ୍ଗ ହେଉଛି ଲାଲୀ ଏବଂ ହଳଦିଆ । ଶୁଭଦିନ ମଙ୍ଗଳବାର, ରବିବାର ଏବଂ ଗୁରୁବାର ହୋଇଥାଏ । ଏହି ରାଶି ମାନଙ୍କ ନିମନ୍ତେ ଲକି ନମ୍ବର ହେଉଅଛି, ନମ୍ବର ୯ । ଏହା ବ୍ୟତୀତ ଆପଣ ମାନଙ୍କ ନିମନ୍ତେ ୯,୧୮,୨୭ ତାରିଖ ଶୁଭ ଅଟେ ।

୨- ବୃଷ ରାଶି;- ଏହି ରାଶିର ସ୍ଵାମୀ ଗ୍ରହ ଶୁକ୍ର ଅଟନ୍ତି । ଏହି ରାଶିର ବ୍ୟକ୍ତି ବିଶେଷ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି । ଏମାନଙ୍କ କଥା କହିବା ଶୈଳୀ ଭିନ୍ନ ହୋଥାଏ । ଏହା ଫଳରେ ଅନେକ ବ୍ୟକ୍ତି ଏମାନଙ୍କ ବନ୍ଧୁ ହୋଇଯାଆନ୍ତି । ଉତ୍ତମ ସ୍ଵଭାବ କାରଣରୁ ତାଙ୍କ ବନ୍ଧୁଙ୍କ ସଂଖ୍ୟା ଅଧିକ ହୋଇଥାଏ । ଏମାନଙ୍କ ଶୁଭ ରଙ୍ଗ ଧଳା ଏବଂ ନୀଳ ଅଟେ । ଶୁଭଦିନ ଶୁକ୍ରବାର, ଶନିବାର ଏବଂ ବୁଧବାର ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନଙ୍କ ନିମନ୍ତେ ଲକି ନମ୍ବର ହୋଇଥାଏ ନମ୍ବର ୬ । ଏହି ନମ୍ବର ଟି ଆପଣଙ୍କୁ ସଫଳ ବନାଇବା ନିମନ୍ତେ ବହୁତ ଶୁଭ ଦାୟକ ସାବ୍ୟସ୍ତ ହୋଇଥାଏ । ଏହା ବ୍ୟତୀତ ୬,୧୫,୨୪ ତାରିଖ ଆପଣଙ୍କ ନିମନ୍ତେ ଶୁଭ ଅଟେ ।

୩- ମିଥୁନ ରାଶି;- ଏହି ରାଶିର ସ୍ଵାମୀ ଗ୍ରହ ବୁଧ ହୋଇଥାଏ । ଏହି ରାଶିଟି ବାୟୁ ତଥା ତତ୍ଵ ର ପ୍ରଧାନ ରାଶି ଅଟନ୍ତି । ଏହି କାରଣରୁ ଏହି ରାଶିର ବ୍ୟକ୍ତିବିଶେଷ ଚଞ୍ଚଳ ତଥା ରୋମାଞ୍ଚକ ପ୍ରକୃତିର ହୋଇଥାନ୍ତି । ଏହି ରାଶିର ଲୋକେ ଅନ୍ୟଠାରୁ ଅତି ସହଜରେ ନିଜ ମନ କଥା ମନାଇ ଦେଇଥାନ୍ତି । ନିଜ ଜୀବନରେ ଭ୍ରମଣ ତଥା ପାର୍ଟି କରିବା ଏହି ରାଶିର ଲୋକ ମାନଙ୍କୁ ବହୁତ ପସନ୍ଦ ହୋଇଥାଏ ।

ଏହି ରାଶିର ବ୍ୟକ୍ତିବିଶେଷ ମାନେ ନିଜ ଭାଇ ତଥା ମିତ୍ର ମାନଙ୍କ ସହିତ ବହୁତ ଉତ୍ତମ ଭାବେ ମିଳାମିଶା କରି ତାଙ୍କ ମନ ଜିତିପାରିଥାନ୍ତି । ଏମାନଙ୍କ ଶୁଭ ରଙ୍ଗ ନୀଳ ଏବଂ ଶୁଭଦିନ ବୁଧୁବାର ହୋଇଥାଏ । ଏହି ରାଶି ମାନଙ୍କ ନିମନ୍ତେ ଲକି ନମ୍ବର ୫ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *