Sawan Special: ବୋଲବମ କାହିଁକି ଯାଆନ୍ତି ? ପ୍ରଥମ କାଉଡିଆ କିଏ ?

ଦର୍ଶକ ବନ୍ଧୁ କଣ ଆପଣ ଜାଣିଛନ୍ତି କି ଲୋକେ ବୋଲବମ କାହିଁକି ଯାଇଥାନ୍ତି ଓ ପ୍ରଥମ କାଉଡିଆ କିଏ ଥିଲେ ? ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ବୋଲବମ କହିଲେ ଶ୍ରାବଣ ମାସରେ ଭକ୍ତ ମାନେ ମହାଦେବ ଙ୍କୁ ଜଳାଭିଷେକ କରିବାକୁ ଯାଇଥାନ୍ତି । ଭାରତର ବିଭିନ୍ନ ପ୍ରାନ୍ତରେ ଏହା ପାଳନ କରାଯାଏ । ଓଡିଶାର ବିଭିନ୍ନ ଶୈବ ପୀଠରେ ଏହି ପର୍ବ ପାଳନ କରାଯାଇଥାଏ ।

ଆଷାଢ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ଯାଏଁ ସବୁ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ମାନେ ମହାଦେବଙ୍କୁ ଜଳ ଲାଗି କରିଥାନ୍ତି । ବୋଲବମ କରୁଥିବା ଭକ୍ତଙ୍କୁ କାଉଡିଆ ବୋଲି କୁହାଯାଏ । ଭକ୍ତ ମାନେ ଗେରୁଆ ବସ୍ତ୍ର ଧାରଣ କରି କାନ୍ଧରେ କଳସୀ ଧରି ଚାଲି ଚାଲି ସଂପୂର୍ଣ୍ଣ ରାସ୍ତା ଅତିକ୍ରମ କରିଥାନ୍ତି । ପୌରାଣିକ କଥା ଅନୁଯାୟୀ ଦେବତା ଓ ଅସୁର ମାନଙ୍କ ମଧ୍ୟରେ କରାଯାଇଥିବା ସମୁଦ୍ର ମନ୍ତନ କାରଣରୁ ଶ୍ରାବଣ ମାସ ଅମାବାସ୍ୟା ଦିନ ସମୁଦ୍ରରୁ ଅମୃତ ଓ ବିଷ ପ୍ରାପ୍ତ ହୋଇଥିଲା ।

ଦେବତାଙ୍କ ଅନୁରୋଧ କ୍ରମେ ମହାଦେବ ସେହି ବିଷ ପାନ କରିଥିଲେ । ବିଷ ର ଜ୍ଵଳାରୁ ମହାଦେବଙ୍କ କଣ୍ଠ ନୀଳ ବର୍ଣ୍ଣ ହୋଇଯାଇଥିଲା ଆଉ ମହାଦେବ ପାଲଟି ଯାଇଥିଲେ ନୀଳକଣ୍ଠ । ବିଷ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଦେବତା ଗଣ ମହାଦେବଙ୍କ ମସ୍ତକରେ ଜଳ ଅର୍ପଣ କରିଥିଲେ । ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ବୋଲବମ ଯାତ୍ରା କରାଯାଏ ବୋଲି ବିଶ୍ଵାସ ରହିଛି ।

ଏହି ମାସରେ କାଉଡିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ ଯାହା ଶହ ଶହ ବର୍ଷ ହେବ ଚାଲି ଆସୁଛି । ଭଗବାନ ରାମ ବିହାରର ସୁଲତାନ ଗଜ କାଦୁଇରେ ଗଙ୍ଗାଜଳ ଧରି ବାବାଧର ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ବୋଲି ପୁରାଣରେ ଉଲେଖ ରହିଛି । ମହାଦେବଙ୍କ ପରମ ଭକ୍ତ ପର୍ଶୁରାମ ସର୍ବ ପ୍ରଥମେ ବୋଲବମ ଯାତ୍ରା ଆରମ୍ଭ କରିଥିଲେ ବୋଲି କେତକ କୁହନ୍ତି ।

ପର୍ଶୁରାମ ଉତ୍ତର ପ୍ରଦେଶର ବାକପଦ ପାଖରେ ଥିବା ମହାଦେବଙ୍କ ମନ୍ଦିରରେ କାଉଡିରେ ଗଙ୍ଗା ଜଳ ଆଣି ଜଳାଭିଷେକ କରିଥିଲେ । ଅନ୍ୟ ଏକ କଥା ଅନୁଯାୟୀ ମହାଦେବଙ୍କ ଅନ୍ୟ ଏକ ପରମ ଭକ୍ତ ଲଙ୍କାପତି ରାବଣ ଭଗବାନ ଶିବଙ୍କୁ ବିଷପାନର ପୀଡାରୁ ମୁକ୍ତ କରିବା ପାଇଁ ଧ୍ୟାନ କରିଥିଲେ । ଏହାପରେ ରାବଣ ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିଥିଲେ ।

ଯେତେବେଳେ ରାବଣ ଏହା କରିଥିଲେ ମହାଦେବ ବିଷର ମାରାତ୍ମକ ପ୍ରଭାବରୁ ମୁକ୍ତି ପାଇଥିଲେ । ଏହାପରେ କାଉଡିଆ ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ବିଶ୍ଵାସ ରହିଛି । ସେହିପରି ଶ୍ରବଣ କୁମାର ଏହି ଯାତ୍ରା ଆରମ୍ଭ କରିଥିଲେ ବୋଲି ବିଶ୍ଵାସ ରହିଛି । ଶ୍ରବଣ କୁମାର ହରିଦ୍ଵାରରେ ନିଜ ଦୃଷ୍ଟିହୀନ ବାପା-ମା ଙ୍କ ଗଙ୍ଗା ସ୍ନାନ ଇଚ୍ଛା ପୂରଣ କରିବାକୁ ସେମାନଙ୍କୁ ଭାରରେ ବୋହିଥିଲେ । ତେବେ ସବୁ କାଉଡିଆ ମାନେ ଗେରୁଆ ରଙ୍ଗର ବସ୍ତ୍ର ହିଁ ଧାରଣ କରିଥାନ୍ତି । କାରଣ ଗେରୁଆ ରଙ୍ଗ ଜୀବନରେ ଊର୍ଜା, ସାହସ, ଆସ୍ଥା ଓ ଗତିଶୀଳତା ବଢାଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *