ବଲୀଉଡରେ ପୁଣି ଶୋକର ଛାୟା- ଆଜି ପୁଣି ଆଖି ବୁଜିଲେ ଆଉ ଜଣେ ବରିଷ୍ଠ ଅଭିନେତା

ଭିକି ଡୋନର ଓ ପରମାଣୁ ଭଳି ଫିଲ୍ମରେ କାମ କରିଥିବା ଭୁପେଶ କୁମାର ପାଣ୍ଡ୍ୟାଙ୍କର ନିଧନ ହୋଇଛି । ତାଙ୍କ ନିଧନର ଖବର ନେସନାଲ ସ୍କୁଲ ଅଫ ଡ୍ରାମା (NSD) ବୁଧବାର ଦିନ ଟ୍ବିଟ କରି ଜଣାଇଥିଲେ । ଖବର ହିସାବରେ, ଭୁପେଶଙ୍କର ଚତୁର୍ଥ ସ୍ଟେଜ କ୍ୟାନ୍ସର ଥିଲା ।

ଏନଏସଡି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି

ଏନଏସଡିର  ଟ୍ବିଟ ମୁତାବିକ, ଭୁପେଶ କୁମାର ପାଣ୍ଡ୍ୟାଙ୍କ ମୃତ୍ୟୁର ଖବର ବହୁତ ଦୁଖଦାୟକ ଅଟେ । ଏନଏସଡି ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଦେଇଛି । ଇଶ୍ଵର ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ।

Image Courtesy: Google

ଆର୍ଥିକ ଅଭାବରେ ଗତି କରୁଥିଲେ ଭୁପେଶ

ଅଭିନେତା ମନୋଜ ବାଚପାଇ, ଗଜରାଜ ରାବ, ମୁକେଶ ଛବଡା ସହିତ ବହୁତ ଲୋକ ତାଙ୍କୁ ଶ୍ରଧାଞ୍ଜଳି ଦେଇଛନ୍ତି । ଭୁପେସର ଚିକିତ୍ସା ଅହମଦାବାଦର ଅପୋଲ ହସ୍ପିଟାଲରେ ହେଉଥିଲା । ତାଙ୍କର ଆର୍ଥିକ ଅବସ୍ତା ଭଲ ନଥିଲା ଓ 25 ଲକ୍ଷ ଟଙ୍କାର ଆବଶ୍ୟକ ଥିଲା ।

ତାଙ୍କର ସାହାର୍ଯ୍ୟ ପାଇଁ ମନୋଜ ବାଚପାଇ ଫ୍ୟାନ ମାନକୁ ଅପିଲ କରିଥିଲେ । ତାଙ୍କର ଆର୍ଥିକ  ସ୍ଥିତିକୁ ନଜରରେ ରଖି  ଫଣ୍ଡ ଯୁଟାଇବା ପାଇଁ ଅନଲାଇନ କ୍ୟାପେନ ଆରମ୍ଭ କରଯାଇଥିଲା । ଯାହାକୁ ଅଭିନେତା ରାଜେଶ ତ୍ୟାଲାଙ୍ଗ , ଆଦିଲ ହସନ ଓ ମନୋଜ ଭଚପାଇ ସପୋଟ କରିଥିଲେ ।

Image Courtesy: Google

କ୍ୟାପେନକୁ ଅଗ୍ନିହୋତ୍ରୀ ଆରମ୍ଭ କରିଥିଲେ ଯେଉଁଥିରେ କୁହାଯାଇଥିଲାକି ଭୁପେଶକୁ ଫୁସଫୁସ କ୍ୟାନସର ହୋଇଥିଲା ଓ ତାଙ୍କର ଚିକିତ୍ସା ଆପୋଲରେ ଚାଲିଛି । ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କାର ଆବଶ୍ୟକ ଥିଲା । ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ୨୧ ଲକ୍ଷରୁ ଅଧିକ ଜମା ହୋଇସାରିଥିଲା ।

Image Courtesy: Google

ବିଗବସର   କଣ୍ଟେଷ୍ଟାଣ୍ଟ ମାନବୀର ଗୁଜରବି ଆର୍ଥିକ ସାହାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ କରିଥିଲେ । ବିକି ଡୋନର, ଓ ହଜାରେ ଖ୍ୱାହୀନସେ ଏଶେ’ ଏହି ଫିଲ୍ମରେ ଅଭିନୟ କରିଥିଲେ ।   ସେ ୱେବ ସିରିଜରେ ଦେହଲି କ୍ରାଇମରେବି ସେ ଭୂମିକାରେ ଅଂଶ ଗ୍ରହଣ କରିଥିଲେ ।

ଭୁପେଶ ତାଙ୍କର ଦୁଇଟି ଛୁଆ ଓ ପତ୍ନୀଙ୍କୁ ଛାଡିକି ଯାଇଛନ୍ତି । ଭୁପେଶଙ୍କ ପତ୍ନୀ ଗୋଟେ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ ତାଙ୍କ ଚାକିରି ଚାଲି ଯାଇଥିଲା । ଭୁପେଶଙ୍କ ସ୍ତ୍ରୀ କହିଥିଲେ ତାଙ୍କର ସାଙ୍ଗମାନେ ସାହାର୍ଯ୍ୟ କରିଥିଲେ । କିନ୍ତୁ ଏବେ ଆମ ପାଖରେ ପଇସା ସେଶ ହୋଇଯାଇଛି । ଆଗକୁ ଚିକିତ୍ସା ପାଇଁ ‘ ମୋର ପତିଙ୍କ ପାଇଁ କେମୋ ଥେରପି ସହିତ ଇମ୍ୟୁନି ଥେରପିର ଆବଶ୍ୟକତା ରହିଛି । ଆଗକୁ ଚିକିତ୍ସା ପାଇଁ ପାଖାପାଖି 15 ଲକ୍ଷ ଦରକାର । ଏହା ଆମ ପାଇଁ ବହୁତ ବଡ ରାଶି ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *