ବୋଉ ଲୋ ମୁଁ ଝିଅ ବୋଲି ତୁ ମନ ଦୁଃଖ କରୁଛୁ କି ମୁଁ ପୁଅମାନଙ୍କ ଠାରୁ କିଛି କମ ନୁହେଁ, ଦେଖନ୍ତୁ କୁନି ଝିଅର ଏହି ଭାଇରାଲ Video 

ଏ ମା ମୁଁ ଗୋଟେ ଝିଅ ଜନ୍ମ ନେଇଛି ବୋଲି ତୁ ମୋତେ ବୋଝ ବୋଲି ଭାବୁଛୁ ନାଁ ନାଇଁ ବୋଉ କେବେ ବି ସେମିତି ଭାବିବୁନି । ପୁଅ ହୋଇଥିଲେ ମୁଁ ତୋର ଯେତିକି କାମ କରିଥାନ୍ତି ନା ଝିଅଟିଏ ହୋଇ ତା ଠାରୁ ଅଧିକ କାମ କରିବି । ପୁଅ ବଡ ହୋଇଥିଲେ ସବୁ କାମ କରିଥାନ୍ତା କିନ୍ତୁ ମୋତେ ଦେଖେ ଏ କୁନି ବୟସରେ ମୁଁ ତୋ ପାଇଁ ସବୁ କାମ କରିଦେବୀ । ଘର ଓଳାଇବା ଠାରୁ ଆରମ୍ଭ କରି ବାସନ ମାଜିବା ଯାଏଁ ସବୁ କାମରେ ସାହାଜ୍ଯ କରିବି ବୋଉ ।

ମୋତେ ୪ ବର୍ଷ ହେଲେ କଣ ହେଲା ମୁଁ ୪ ଜଣଙ୍କର କାମ ଏକା କରିଦେବି । ଏ ଦୁନିଆର ସବୁ ରୀତିନୀତି ମୁଁ ଜାଣିଛି କାରଣ ସମସ୍ତଙ୍କ ମନରେ ପୁଅ ପାଇବାକୁ କେତେ ଆଶା ରଖିଥାନ୍ତି । ସେଥିପାଇଁ ତ ଝିଅ ହୋଇଗଲେ ମନ ଦୁଖ କରିଥାନ୍ତି । ତୁ କହିଲୁ ମୁଁ ଝିଅ ହୋଇ ତୋତେ କଣ ପୁଅ ପରି ପୋଷୀ ପାରିବିନି କି ଗୋଟେ ପୁଅ ପରି କାମ କରି ରୋଜଗାର କରିବିନି । ଆଜିର ସମୟରେ ପୁଅମାନେ ମୁଣ୍ଡକୁ ହାତ ପାଇଗଲା ପରେ ଆଉ ବାପା ଙ୍କୁ ପଚାରୁ ନାହାନ୍ତି ପର କରି ଦେଉଛନ୍ତି ।

୩ ଜଣ ପୁଅଙ୍କର କାମ ତୋ ଏ ଝିଅ ଏକା କରିଦେବ । ମୁଁ ତୋର ସବୁ ଘର କାମ କରିଦେବି । ଦେଖିବୁ ମୁଁ ଭଲ ପାଠ ପଢି ମଣିଷ ହେବି । ଆଉ ଭଲ ରୋଜଗାର ମଧ୍ୟ କରିବି । ଆଉ ଦୁନିଆକୁ ଦେଖାଇବି ଝିଅ ପୁଅ ଠାରୁ କମ ନୁହେଁ । ବୋଉ ତୋତେ ମୁଁ ଖୁସିରେ ରଖିବୀ । କେବେ ବି ତୋ ଆଖି ରେ ଲୁହ ଦେବିନି । ତେବେ ଦର୍ଶକ ବନ୍ଧୁ ଏ ହୃଦୟ ସ୍ପର୍ଶୀ ଭିଡିଓରେ କୁନି ଝିଅଟି ତା ମା ପାଇଁ ପାଣି ବୋହି ଆଣୁଛି । ବୟସ ମାତ୍ର ୪ ବର୍ଷ କିନ୍ତୁ ତାର କାମକୁ ଦେଖିଲେ ବୟସ୍କ ବି ହାର ମାନିଯିବେ ।

ଆପଣ ମାନେ ଥରେ ଭାଇରାଲ ଭିଡିଓ ଏହା ପରେ ନଜର ପକାନ୍ତୁ ଆଉ ଦେଖନ୍ତୁ କେତେ ସୁନ୍ଦର ଭାବେ କାଖରେ ଡାହାଳ ସହ ହାତରେ ବାଲଟି ଧରି କୁନି ଝିଅଟି ପଦ ପକାଇ ଆସୁଛି । ତେବେ ପ୍ରତେକ ବାପା ମା ଝିଅ ଜନ୍ମ ହେବା ନେଇ କେବେ ବି ମନ ଦୁଖ କରନ୍ତୁ ନାହି । କାରଣ ଆଜିର ଦୁନିଆରେ ଝିଅ ମାନେ ପୁଅ ମାନଙ୍କ ଅପେକ୍ଷା ବାପା ମା ଙ୍କ ପ୍ରତି ସମର୍ପିତ ହୋଇ ରହୁଛନ୍ତି ଓ ଅଧିକ ଭଲ ବି ପାଉଛନ୍ତି ।

ସମାଜର ପ୍ରତେକ କ୍ଷେତରେ ଝିଅମାନେ ଆଗୁଆ ରହୁଛନ୍ତି । ଝିଅ ମାନଙ୍କର କାମ କେବଳ ରୋଷେଇ କରିବାରେ ସୀମିତ ହୋଇ ରହି ନାହି । ସବୁ ଅସମ୍ଭବକୁ ଝିଅମାନେ ଏବେ ସମ୍ଭବ କରି ଦେଖାଉଛନ୍ତି । ତେଣୁ ଝିଅକୁ ଲକ୍ଷ୍ମୀ ଭାବି ସେମାନଙ୍କର ଯତ୍ନ ନିଅନ୍ତୁ ଓ ପାଳନ କରନ୍ତୁ । ତା ହେଲେ ବନ୍ଧୁଗଣ ଆପଣଙ୍କୁ କୁନି ଝିଅର ଏଭଳି କାମ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *