ବଢିଲା ବିଜୁଳି ଦର, ଅକ୍ଟୋବର ପହିଲାରୁ ହେବ ଲାଗୁ

ସାରା ଦେଶରେ ଏବେ କରୋନା ପାଇଁ ଅବସ୍ଥା ପୁରା ଖରାପ ହେଲାଣି । ଅର୍ଥବ୍ୟବସ୍ଥା ପୁରା ଦୋହଲି ଗଲାଣି, ଲକ୍ଷ ଲକ୍ଷ ଲୋକ ଚାକିରି ପାଇଁ ହଇରାଣ ହେଉଛନ୍ତି । ଅନେକଙ୍କର ଚାକିରି ଯିବା ସେମାନଙ୍କ ପାଇଁ ଯେତିକି କଷ୍ଟ ଦେଉଛି ତା ଉପରେ ଏହି ବଢୁଥିବା ମହଙ୍ଗାଇ ମଧ୍ୟ ଆହୁରି ବାଧୁଛି ।

ତେବେ ବର୍ତ୍ତମାନ ଆଜିର ବଡ ଖବର ଏହା ଯେ ଅକ୍ଟୋବର ମାସ ପହିଲାରୁ ବିଜୁଳି ଦର ବୃଦ୍ଧି ହେବାକୁ ଯାଉଛି । ବିଜୁଳି ବୃଦ୍ଧିକୁ ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ଗୋଟେ ଗୁରୁତ୍ବପୂର୍ଣ ନିସ୍ପତି ନେଇଛନ୍ତି । ଏହା ଅନୁଯାଇ ୟୁନିଟ ପିଛା ୨୦ ପଇସା ବୃଦ୍ଧି କରାଯାଇଛି ବିଜୁଳି ଦର । ଆୟୋଗ ପକ୍ଷରୁ କୁହାଯାଇଛିଯେ କି ଆସନ୍ତା ମାସରୁ ପଇସା ବୃଦ୍ଧି ହେବ, ଏହା ଉପରେ ନିସ୍ପତି ନିଆଯାଇଛି ସାରିଛି ।

Image Courtesy: Google

 

ତେବେ ଏହି ବୃଦ୍ଧି ହୋଇଥିବା ଦର କିଛି ଲୋକଙ୍କ ଉପରେ ଲାଗୁ ହେବ ନାହିଁ, ଲାଗୁ ହେବାକାଉ ଥିବା ନୂଆ ଦାମ ଗରିବ ଲୋକଙ୍କ ଉପରେ କୌଣସି ପ୍ରବାହବ ପକାଇବ ନାହିଁ । ତେବେ ଏହି ଦାମ ବିପିଏଲ ଚାଷୀ ଓ କୁଟୀର ଜ୍ୟୋତି ମାନଙ୍କ ପାଇଁ ଲାଗୁହେବ ନାହିଁ ।

Image Courtesy: Google

ବିଦ୍ୟୁତ ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ ଟଙ୍କା ୭୦ ପଇସାକୁ ବୃଦ୍ଧି ପାଉଥିବା ବେଳେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ ଟଙ୍କା ୬୦ ପଇସା, ୨ ସହ ଯାଏ ୪ଟଙ୍କା ୫ ପଇସା ବୃଦ୍ଧି କରାଯାଇଛି । ସେହିପରି ୩ ଶହ ୟୁନିଟ ଯାଏ ୪ ଟଙ୍କା ୫୩ ପଇସା, ୪ ସହ ୟୁନିଟ ଯାଏ ୪ ଟଙ୍କା ୭୮ ପଇସା ଓ ୫ ସହ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ବୃଦ୍ଧି କରାଯାଇଛି ।

Image Courtesy: Google

ତେବେ ଯେମିତି କି ଆପଣ ଜାଣିଛନ୍ତି ଏବେ ସୁନା ଦାମ ବହୁତ ବଢିଥିଲା ଓ ଧୀରେ ଧୀରେ କମୁଛି, ସେମିତି ଖାଦ୍ଯ ପଦାର୍ଥର ଓ ପଣି ପାରିବା ଦାମ ମଧ୍ୟ ଦିନକୁ ଦିନ ହୁ ହୁ ହେଇ ବଢି ଚାଲିଛି । ଏପଟେ ତେଲ ଓ ଗ୍ଯାସର ଦାମ ମଧ୍ୟ ବୃଦ୍ଧି ହେଉଛି । ଏହି ସମୟରେ ସାଧାରଣ ଜନତା କଣ କରିବେ ସେଥିପାଇଁ ସମସ୍ତେ ମୁଣ୍ଡରେ ହାତ ଦେଉଥିବା ବେଳେ ଏହି ବିଜୁଳି ଦର ବୃଦ୍ଧି ସମସ୍ତଙ୍କ ପାଇଁ ଆଉ ଏକ ଝଟକା ଅଟେ ।

ଏହା ଉପରେ ଆପଣଙ୍କ ମତାମାତ ନିଶ୍ଚୟ କମେଣ୍ଟ କରିବେ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *