ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ କରୋନା ଭାଇରସ ପାଇଁ ରୁଷ ପ୍ରଥମ ଟିକା ପ୍ରସ୍ତୁତ କରିଛି । ଏହି ଟିକା ସହିତ କରୋନା ଜୀବାଣୁ ବିରୁଦ୍ଧରେ ଏକ ସ୍ଥାୟୀ ପ୍ରତିରକ୍ଷା ବିକାଶ କରାଯାଇପାରିବ । ଏକ ଭିଡିଓ କନଫରେନ୍ସିଂରେ ରୁଷର ରାଷ୍ଟ୍ରପତି କହିଛନ୍ତି ଯେ ଆଜି ସକାଳେ ବିଶ୍ୱରେ ପ୍ରଥମ ଥର ପାଇଁ କରୋନା ଜୀବାଣୁ ଟିକା ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ ଏହି ଟିକା ତାଙ୍କ ଝିଅ ଉପରେ ମଧ୍ୟ ବ୍ୟବହୃତ ହୋଇଛି ।
ରୁଷ ଦାବି କରିଛି ଯେ ଏହା କରୋନା ଟିକା ପ୍ରସ୍ତୁତ କରିଛି, ଯାହା ଆସନ୍ତାକାଲି ପଞ୍ଜୀକୃତ ହେବ ଏବଂ ଏହା ପରେ ଏହାର ଉତ୍ପାଦନ ଏବଂ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯିବ। ଏହି ଟିକା ଗାମାଲା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି । ପଞ୍ଜୀକରଣ ପରେ ରୁଷ ସରକାର କହିଛନ୍ତି ଯେ ସେପ୍ଟେମ୍ବରରୁ ଏହା ବହୁଳ ଭାବରେ ଉତ୍ପାଦିତ ହେବ ଏବଂ ଅକ୍ଟୋବରରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

କରୋନା ଜୀବାଣୁ ସହ ଲଢୁଥିବା ସମଗ୍ର ବିଶ୍ୱ ଏହି ବିପଜ୍ଜନକ ଜୀବାଣୁ ପାଇଁ ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଏହି କରୋନା ଟୀକା ଭାର କରିବାରେ ରୁଷ ସଫଳ ହୋଇଛି । ତେବେ ଅନେକ ଦେଶ ଦାବି କରିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ସେମାନେ କୋଭିଡ -19 ଟିକା ପ୍ରସ୍ତୁତ କରିପାରିବେ । ଭାରତ ମଧ୍ୟ ଏହି ଦିଗରେ ଦ୍ରୁତ ଗତିରେ ଗତି କରୁଛି । ବିଶ୍ବରେ ପ୍ରାୟ 2 କୋଟି କରୋନା ମାମଲା ରୁଜୁ ହୋଇଛି । ଏହି ଭୂତାଣୁ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱ ବର୍ତ୍ତମାନ ଶାନ୍ତିର ନିଶ୍ଵାସ ନେଉଛି କାହିଁକି ନା କରୋନା ଟିକା ପ୍ରସ୍ତୁତ ହୋଇଯାଇଛି ।

ତେବେ ବର୍ତ୍ତମାନ ଏହା କେତେ ମାତ୍ରାରେ ପ୍ରସ୍ତୁତ ହୋଇଛି ସେ ସମ୍ବନ୍ଧରେ ଏବେ ଜାକେ କୌଣସି ଖବର ମିଳି ନାହିଁ । କିନ୍ତୁ ତଥାପି ସମସ୍ତଙ୍କ ମନରେ ଏକ ଅଶାର ଆଲୋକ ଆଣି ଦେଇଛି ଏହି ଟୀକା । ଦୀର୍ଘ ୮ ମାସ ହେବ ଏହି କରୋନା ବହୁତ ଜନ ଜୀବନ ନେଇ ସାରିଛି ଓ ଏବେବି ମଧ୍ୟ ପ୍ରତ୍ୟକ ଦିନ ଆମ ଓଡିଶାରେ କେବଳ ୧୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି । ଏବେ ଖାଲି ଦେଖିବାର ଅଛି ବାକି ଦେଶ ମାନେ କେବେ ଏହି କରୋନା ଟୀକା ପ୍ରସ୍ତୁତ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।