ବୃହସ୍ପତି ଚଳିଲେ ଧନୁ ରାଶିକୁ, ଏହି ସବୁ ରାଶି ହେବେ ମାଲାମାଲ- ଖୋଲିବ ଭାଗ୍ୟର ତାଲା

ନଭେମ୍ବର ମାସ ୫ ତାରିଖ ମଙ୍ଗଳବାର ବୃହସ୍ପତି ମୂଳା ନକ୍ଷତ୍ର ଧନୁ ରାଶିକୁ ସ୍ଵଚାର କଲେ । ମକର ରାଶିରେ ଚନ୍ଦ୍ର ବିଦ୍ୟମାନ କରିଥିବାରୁ ମେଷ, ମିଥୁନ, ସିଂହ, ବିଛା ଓ କୁମ୍ଭ ରାଶିର ବୃହସ୍ପତି ଗୋଚର ଚଳନ ଶୁଭ ହେତୁ ଶୁଭଫଳ ପ୍ରଦାନ କରିବେ ।  ତେବେ ଆସନ୍ତୁ ଜାଣିବା କଣ ଶୁଭ ଫଳ ମିଳିବ ଏହି ସବୁ ରାଶି ମାନଙ୍କୁ । ବୃହସ୍ପତି ଙ୍କ ଚଳନ ଫଳରେ ସମସ୍ତଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ ।

ମେଷ:-

ଆପଣଙ୍କ ରାଶିଠାରୁ ବୃହସ୍ପତି ଭାଗ୍ୟସ୍ଥାନରେ ପ୍ରବେଶ କରି ଲଗ୍ନ, ପରାକ୍ରମ ଓ ସନ୍ତାନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯଦ୍ୱାରା ଆପଣଙ୍କୁ ସର୍ବାଧିକ ଭାଗ୍ୟଶାଳୀ କରିବେ । ବିଶେଷ କରି ବିଦ୍ୟାର୍ଥିମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ପ୍ରତିଯୋଗିତା ପରୀକ୍ଷା, ପ୍ରବେଶିକା ପରୀକ୍ଷାରେ ଓ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ । ପରାକ୍ରମ ପ୍ରତିଷ୍ଠା ମାନ ବୃଦ୍ଧି ହେବ । କର୍ମଚାରୀମାନେ ପ୍ରମୋଶନ ପାଇ ଖୁସୀ ହେବେ ଏବଂ ଧନ ଲାଭ କରିବାର ସୁଯୋଗ ପାଇବେ । ବ୍ୟବସାୟୀମାନେ ଯେ କୌଣସି ଯାଗାରୁ ଧନ ଉପାର୍ଜନ କରି ପାରିବେ।  ପୁତ୍ର ରତ୍ନ ପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ।

ସିଂହ:-

ଆପଣଙ୍କ ରାଶିର ପଞ୍ଚମ ଭାବରେ ବା ଶିକ୍ଷା ଓ ସନ୍ତାନ ସ୍ଥାନରେ ଗୁରୁ ପ୍ରବେଶ କରିଛନ୍ତି, ଯାହା ଫଳରେ ଏହି ସମୟ ମଧ୍ୟରେ ଭାଗ୍ୟଭାବ, ଲାଭଭାବ ଏବଂ ସନ୍ତାନଭାବ ପ୍ରଭାବିତ ହେବ । ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ । ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ । ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ ।  ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ସପୂର୍ଣ୍ଣ ହୋଇଯିବ । ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ । ୩୦ବର୍ଷ  ପରେ ଏହି ସୁଯୋଗ ଆପଣ ପାଉଛନ୍ତି ।

କୁମ୍ଭ:-

ଆପଣଙ୍କ ରାଶିଠାରୁ ଏକାଦଶ ଭାବରେ ବୃହସ୍ପତି ପ୍ରବେଶ କରି ପରାକ୍ରମ ଭାବ, ସନ୍ତାନ ଭାବ, ଦାମ୍ପତ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ନୂତନ ସମ୍ପତ୍ତି କ୍ରୟ କରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ନେଇଥିବା ଲୋକ କିମ୍ବା ନଦଉଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ । ନୂତନ ବ୍ୟବସାୟ ଆରମ୍ଭ ପାଇଁ ଅତ୍ୟନ୍ତ ଉତ୍ତମ ସମୟ। ସନ୍ତାନଙ୍କ ସହଯୋଗ ପାଇ ଗୃହସ୍ଥ ଜୀବନରେ ଭରପୁର ସୁଖ ପ୍ରାପ୍ତି ହେବ। ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ପାଇବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *