ବ୍ୟକ୍ତି ପ୍ରତେକ ଦିନ ସକାଳୁ ଉଠି କେଉଁ କାମ କରିବା ଉଚିତ ? Ajira Anuchinta

ପ୍ରତେକ ବ୍ୟକ୍ତି ନିଜର ନୀତି ଦିନିଆ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଆଣିବା ଦରକାର । ପ୍ରତେକ ଦିନ ସକାଳେ ଜଲ୍ଦି ଉଠିବା ଉଚିତ । ଏହା ସହ ସକାଳେ ଉଠିବା ପରେ ପ୍ରତେକ ବ୍ୟକ୍ତି ବ୍ୟାୟାମ ବା ଯୋଗ କରିବା ଉଚିତ । ଏହା ସହ ସକାଳେ ସ୍ନାନ କରିବା ପରେ ବାପା ଓ ମା ଙ୍କୁ ପାଦ ଛୁଇଁ ପ୍ରଣାମ କରିବା ସହ ତାଙ୍କର ସମ୍ମାନ କରିବା ଉଚିତ । ଏହା ସହ ଘରେ ଥିବା ବଡ ଗୁରୁଜନ ମାନଙ୍କୁ ମଧ୍ୟ ସେତିକି ସମ୍ମାନ କରିବା ଉଚିତ । ଏହା ଛଡା ଯେଉଁ ମାନେ ଗୁରୁ ଯିଏ ଆପଣଙ୍କୁ ଭଲ କଥା ଶିଖାଇଥାନ୍ତି ସେମାନଙ୍କର ସକାଳୁ ପାଦ ଛୁଇଁବା ଉଚିତ । ଏହା ଦ୍ଵାରା ବ୍ୟକ୍ତି ନିଜ ଜୀବନରେ ପ୍ରତେକଟି କ୍ଷେତ୍ରରେ ସଫଳତା ଅର୍ଜନ କରିବ ।

ଏହା ପରେ ସୂର୍ଯ୍ୟ ଦେବତାଙ୍କୁ ସକଳ ସମୟରେ ଜଳ ଅର୍ପଣ କରିବା ସହ ପ୍ରଣାମ କରନ୍ତୁ । ଏହା ଦ୍ଵାରା ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ରାତିରେ କିଛି ଲୋକ ମାନେ ଅଧିକ ସମୟ ଧରି ମୋବାଇଲ ବା ଟିଭିରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ଏହା ଦ୍ଵାରା ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ତେଣୁ ଏ ସବୁଠାରୁ ଦୂରେଇ ରୁହନ୍ତୁ । ନାରୀ ବା କୁମାରୀ ମାନଙ୍କ ପାଦ ଦେଖି କଥାବାର୍ତ୍ତା କରିବା ଉଚିତ । ଏହା ଦ୍ଵାରା ଘରେ ସୁଖ ଶାନ୍ତିର ଆଗମନ ହେବା ସହ ଧନର ବୃଦ୍ଧି ହୋଇଥାଏ । ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ତାଙ୍କ ମୁହଁଙ୍କୁ ନ ଚାହିଁ ପାଦ ଦେଖି କରିବା ଉଚିତ । ଭଗବାନଙ୍କ ପୂଜା କରିବା ସମୟରେ ତାଙ୍କ ପ୍ରତି ଶ୍ରଦ୍ଧାର ସହ କରନ୍ତୁ ।

ଯଦି କୌଣସି ଦୁଖି ବା ଗରିବ ଲୋକ କିଛି ଭିକ୍ଷା ମାଗୁଥାନ୍ତି ତେବେ ତୁରନ୍ତ ସେହି ସମୟରେ ଦେବା ଉଚିତ । ଯଦି ଆପଣ ଅସହାୟ ଲୋକ ମାନେ ଯେଉଁ ସମୟରେ ସାହାଜ୍ଯ ମାଗୁଥାନ୍ତି ସେହି ସମୟରେ ନ କରି ଅନ୍ୟ ସମୟରେ କରିଲେ ସେଥିରେ ସଫଳ ମିଳେ ନାହି । ଏହା ଛଡା ଯଦି ବାଟରେ ଯାଉଥିବା ସମୟରେ କୌଣସି ଦୁଖୀ ଲୋକ ମିଳନ୍ତି ତେବେ ତାଙ୍କର ସାହାଜ୍ୟ କରିବା ଉଚିତ । ଏହା ସହ ରାତିରେ ଅଧିକ ସମୟ ଉଜାଗର ରହିଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ତେଣୁ ବ୍ୟକ୍ତି ନିଜ ଯତ୍ନ ନିଜେ ନେବା ଉଚିତ । ରାତିରେ ଯେତେ ଜଲ୍ଦି ଶୋଇବେ ସକାଳେ ସେତେ ଜଲ୍ଦି ଉଠିବେ । ଯଦି କୌଣସି ବ୍ୟକ୍ତି କୌଣସି ଖରାପ କାମ କରିଛନ୍ତି ତେବେ ତାର ଫଳ ସେ ନିଜେ ହିଁ ଭୋଗିବେ । ପ୍ରତେକ ବ୍ୟକ୍ତି ନିଜକୁ ଭଲ ପାଇବା ସହ ଅନ୍ୟକୁ ମଧ୍ୟ ଭଲ ପାଇବା ଉଚିତ । ଏହା ଥିଲା ଏମିତି କିଛି ବିଶେଷ କଥା ଯାହା ପ୍ରତେକ ବ୍ଯକ୍ତିର ଜୀବନରେ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *