ସାବଧାନ! ଚା ପିଇବା ସମୟରେ କେବେବି କରନ୍ତୁ ନାହିଁ ଏହି 5ଟି ଭୁଲ, ଦେଖାଦେଇପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

ବହୁତ କମ ଲୋକ ଥାଆନ୍ତି ଯେଉଁମାନଙ୍କୁ ଚା’ ପସନ୍ଦ ନୁହେଁ କିନ୍ତୁ ବହୁତ ଲୋକ ଚା ପିଇବାକୁ ଭଲ ପାଇଥାନ୍ତି । ଯେଉଁମାନଙ୍କୁ ଚା’ ପସନ୍ଦ ହୋଇଥାଏ ସେମାନଙ୍କର ଚା’ ଅଭ୍ୟାସରେ ପଡିଯାଏ କିଛି ବି ହେଇ ଯାଉ ନା କାହିଁକି ସେମାନଙ୍କୁ ଚା ସେହି ସମୟରେ ଦରକାର ଯେଉଁ ସମୟରେ ସେମାନେ ପିଅନ୍ତି । କିଛି କାରଣରୁ ଚା’ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ କିନ୍ତୁ ଅଧିକ ସମୟରେ ଚା’ ଦ୍ଵାରା ହେଉଥିବା କ୍ଷତି ହିଁ କୁହାଯାଏ ।

ଚା’ ପିଇବାର ବି ସମୟ ଥାଏ ଏବଂ ସେହି ସମୟ ବ୍ୟତୀତ ବା କିଛି ନିୟମ ସାଥିରେ ଚା’ ପିଅନ୍ତି ନାହିଁ, ତେବେ ଆପଣାକୁ ଏହାର ମୂଲ୍ୟ ନିଜ ସ୍ୱାସ୍ଥ୍ୟକୁ ହରାଇ ଦେବାକୁ ପଡିବ । ଚା’ ପିଇବାର ବି କିଛି ଉପାୟ ଥାଏ ଏବଂ ଯଦି ଆପଣ ଚା’ ପିଇବା ସମୟରେ ଭୁଲରେ ବି କରିବେନି ଏହି ୫ ଟି ଭୁଲ , ତେବେ ଆପଣ ସ୍ୱାସ୍ଥ୍ୟ ସହିତ ଯୋଡା କିଛି ଅସୁବିଧାର ସମ୍ମୁଖିନ୍ନ ହୋଇ ପାରନ୍ତି ଯାହା କାରଣରୁ ଆପଣଙ୍କୁ ଚା’ ବି ଛାଡିବାକୁ ପଡିପାରେ ।

୧. ଖାଲି ପେଟରେ ଚା’ ପିଇବା ହାନିକରକ ହୋଇଥାଏ ଯାହା କାରଣରୁ ଏସିଡିଟି ହୋଇଥାଏ , କେବେ କେବେ ଏହା ଏତେ ଅଧିକ ବଢି ଯାଏ ଯେ ଫ୍ରୀ ରେଡ଼ିକଲ୍ସ ଓ କ୍ୟାନ୍ସର ଭଳି ବଡ ବଡ ରୋଗର ଆପଣ ଶିକାର ହୋଇଥାନ୍ତି । ଏହିପାଇଁ ସକାଳୁ ଉଠି ପ୍ରଥମେ ଚା’ ବଦଳରେ ପାଣି ପିଅନ୍ତୁ ଓ ଅଧଘଣ୍ଟା ପରେ ଚା’ ପିଅନ୍ତୁ ।

୨। କିଛି ଲୋକଙ୍କର ଅଭ୍ୟାସ ଖାଇବା ପରେ ପରେ ଚା’ ପିଇବାକୁ ଲାଗନ୍ତି , କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଏମିତି କରିବା ଦ୍ଵାରା ଖାଦ୍ୟରୁ ଆପଣଙ୍କ ଶରୀରକୁ ମିଳୁଥିବା ତତ୍ତ୍ଵ କେବେ ବି ଆପଣଙ୍କ ଶରୀରରେ ପହଞ୍ଚି ପାରେ ନାହିଁ କାରଣ ଚା’ ପିଇବା ଦ୍ଵାରା ସେହି ତତ୍ତ୍ଵ ଗୁଡିକ ମରିଯାଇଥାଏ ।

୩। ବହୁତ ଲୋକ ବହୁତ ଗରମ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଚା’ କୁ ବହୁତ ସମୟ ପର୍ଯ୍ୟନ୍ତ ଫୁଟାନ୍ତି କିନ୍ତୁ ଚା’କୁ ଅଧିକ ସମୟ ପର୍ଯ୍ୟନ୍ତ ଫୁଟାଇବା ବି ଉଚିତ ନୁହେଁ । ଚା’ କୁ ଅଧିକ ଫୁଟାଇ କଡା କରି ପିଇବା ଆପଣଙ୍କର ଭୁଲ ହୋଇପାରେ । ଏହା ମଧ୍ୟ ଆପଣକ ଶରୀରରେ ଏସିଡିଟି ସୃଷ୍ଟି କରିଥାଏ ।

୪. ଅଧିକ ଚା’ ପିଇବାକୁ ଆଲକୋହଲ ପିଇବା ସହିତ ସମାନ କରାଯାଏ । ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

୫ । ବହୁତ ଲୋକଙ୍କୁ ଚା’ ରେ ତୁଲସୀ ପସନ୍ଦ , କିଛି କାରଣରୁ ଏହା ସ୍ୱାସ୍ଥ୍ୟ ପାଇଁ ତ ଭଲ ହୋଇଥାଏ କିନ୍ତୁ ଏହାକୁ ଚା’ ରେ ଅଧିକ ମାତ୍ରାରେ ମିଶାଇବା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଖେଳିବା ସହିତ ସମାନ ହୋଇଥାଏ କାରଣ ଚା’ ରେ ଥିବା କ୍ୟାଫିନ ଏହି ଔଷଧୀୟ ଗୁଣ ମିଳିବାରେ ବାଧା ସୃଷ୍ଠି କରିଥାଏ ।

Leave a Reply

Your email address will not be published. Required fields are marked *