ଫିଲ୍ମରେ ନୁହେଁ ବରଂ ଏହି ଯୋଡି ହେଉଛନ୍ତି ସତରେ Vampires, ଜାଣିଲେ ଝଟକା ଲାଗିବ ଏମାନଙ୍କ କାହାଣୀ

ଯଦି ଆପଣ ହଲିଉଡ ଫିଲ୍ମୀ ଓ ଟିଭି ସୋ କୁ ପସନ୍ଦ କରନ୍ତି ତେବେ ଆପଣଙ୍କୁ ଭାମ୍ପାୟର୍ସ ଓ ବେୟାରଲବୋଲ୍ବସଙ୍କର କାହାଣୀ ଆପଣଙ୍କୁ ସତ ଲାଗୁଥିବ ବା ଆପଣଙ୍କୁ ପସନ୍ଦ ଆସୁଥିବ । ଆପଣ ଏମାନଙ୍କୁ ପସନ୍ଦ କରୁଛନ୍ତି, କିନ୍ତୁ କଣ ଆପଣ ଏହା ମାନନ୍ତି କି ଭାମ୍ପାୟର୍ସ ସତରେ ଅଛନ୍ତି । ଫିଲ୍ମୀରେ ମଧ୍ୟ ଏହାର ପରିଭାଷା ବଦଳି ଗଲାଣି । ପୂର୍ବରୁ ଏମାନେ ବହୁତ ଭୟଙ୍କର ଥିଲେ, କିନ୍ତୁ ଏବେ ଭାମ୍ପାୟର୍ସବି ବହୁତ ରୋମାଣ୍ଟିକ ହେବାକୁ ଲାଗିଲେଣି ଏବଂ ଏମାନଙ୍କୁ ସବୁବେଳେ ଗୋଟିଏ ସାଧାରଣ ଝିଅକୁ ଭଲପାଉଥିବାର ଦେଖାଯାଏ ।

କେବଳ ହଲିଉଡ ନୁହେଁ ବଲିଉଡରେ ଆଉ ଟିଭି ଜଗତରେ ମଧ୍ୟ ଭାମ୍ପାୟର୍ସ ଉପରେ ଗୋଟିଏ ସିରିଏଲ ତିଆରି ହୋଇଥିଲା “ପ୍ୟାର କି ୟେ ଏକ କାହାଣୀ” । ଏହି ସବୁ କଥାର ମାନେ ଆପଣ ଏହି ସବୁ କାହାଣିକୁ ଉପାଭୋଗ ତ କରନ୍ତି, କିନ୍ତୁ ଏହାକୁ ସତ ମାନୁ ନ ଥିବେ । ଆମେ ଆପଣଙ୍କୁ ଏମିତି ଦୁଇ ଜଣଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜକୁ ଭାମ୍ପାୟର୍ସ ବୋଲି ଭାବନ୍ତି ।

ଏବେ ଆମେ ଆପଣଙ୍କୁ ଏକ କପଲଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନେ ନିଜକୁ ଭାମ୍ପାୟର୍ସ ବୋଲି ଭାବନ୍ତି । ବ୍ରିଟେନରେ ରହୁଥିବା ଏହି କପଲ ହେଲେ ୩୮ ବର୍ଷର ଆରୋ ଓ ୨୦ ବର୍ଷର ଲିଆ ଏବଂ ସେମାନଙ୍କର କହିବା କଥା ସେମାନେ ଭାମ୍ପାୟର୍ସ ଅଟନ୍ତି । ଦୁଇ ଜଣଙ୍କର ପ୍ରଥମ ଦେଖା ଡେଟିଙ୍ଗ ସାଇଟରେ ହୋଇଥିଲା । ଦୁଇ ଜଣଙ୍କୁ ଗୋଟିଏ ପ୍ରକାରର ଜୀବନ ଶୈଳୀ ପସନ୍ଦ । ଦୁଇ ଜଣ ରଙ୍ଗଠାରୁ ଦୂରରେ ରୁହନ୍ତି ଓ କଳା ଧଳା ଜୀବନ ବଞ୍ଚିବାକୁ ଚାହାଁନ୍ତି ।

ଏହାର ଆରମ୍ଭ ପ୍ରଥମେ ଆରୋ କରିଥିଲେ । ସେ ଦିନେ ଲିଆଙ୍କୁ ତାଙ୍କର ରକ୍ତ ପିଇବାକୁ କହିଥିଲେ। ପ୍ରଥମେ ଲିଆ ଏହା ମାନି ନ ଥିଲେ ତା ପରେ ସେ ଆରୋଙ୍କ କଥା ମାନିଯାଇଥିଲେ । ସେ ଆରୋଙ୍କର ବାହୁରୁ ରକ୍ତ ପିଇଥିଲେ । ଏହାପରେ ନିଜ ଶିର କାଟି ଆରୋଙ୍କୁ ପିଆଇଥିଲେ । ଏହା ପରେ ଦୁଇ ଜଣଙ୍କୁ ରକ୍ତ ପିଇବାକୁ ଭଲ ଲାଗିଲା।

ଏମିତି କଥା ଜାଣି ଆପଣାକୁ ଅଜବ ଲାଗି ପାରେ କି କାହାକୁ ଆଉ କାହାର ରକ୍ତ କେମିତି ସ୍ଵାଦିଷ୍ଟ ଲାଗିପାରେ । ଏମିତି ତ କାହା ପାଖରେ ଏହାର ସଠିକ ପ୍ରମାଣ ନହିଁ ଭାମ୍ପାୟର୍ସ ଭଳି ସତରେ କୌଣସି ଜୀବ ଅଛନ୍ତି କି ଏହା କେବଳ ଏକ ଭୁଲ ଧାରଣା ଅଟେ । ତଥାପି ଏମାନଙ୍କର କାହାଣୀ ଏତେ ପୁରୁଣା ତା ସଙ୍ଗେ ସଙ୍ଗେ ଏମିତି କିଛି ରହସ୍ୟମୟୀ ଘଟଣା ଶୁଣିଲେ ଏହି କଥା ଉପରେ ଧ୍ୟାନ ଯାଏ ଯେ ଭାମ୍ପାୟର୍ସ ବି ଏହି ଦୁନିଆରେ ଥାଇପାରନ୍ତି ।

Leave a Reply

Your email address will not be published. Required fields are marked *