କାହିଁକି ଜରୁରୀ ଅଟେ ଚା’ ପିଇବା ପୂର୍ବରୁ ଗୋଟିଏ ଗ୍ଳାସ ପାଣି ପିଇବା ? 99% ଲୋକ ଜାଣନ୍ତି ନାହିଁ- Ayurved Tips

ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ସତର୍କ ରୁହନ୍ତି । ସେମାନେ ଭଲ ଶରୀରର ପାଇଁ ବହୁତ କିଛି କରିଥାନ୍ତି । ଅରଥାଏ ବ୍ୟାୟମ, ଯୋଗ, ଦୌଡିବା କିମ୍ବା ଭଲ ଡାଏଟ ଇତ୍ୟାଦି କରିଥାନ୍ତି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ସକାଳୁ ଉଠି ମୁଗ, ଫଳ ଇତ୍ୟାଦି ସେବନ କରନ୍ତି । ଏହା କ୍ଧା କିଛି ଲୋକମାନେ ଖାଲି ପେଟରେ ଫଳ ସେବନ କରିଥାନ୍ତି ।

ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ଅଟେ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏମିତି ବହୁତ ଜିନିଷ ଅଛି ଯାହାକୁ ଆପଣଙ୍କୁ ଖାଲି ପେଟରେ ଖାଇବା ଉଚିତ ନୁହେଁ । ଏହି ସବୁ ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ । ଆଜି ଆମେ ଆପଣଙ୍କୁ ଏହିଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ ।

ଯେଉଁ ବ୍ୟବ୍ୟକ୍ତିମାନଙ୍କର ହଜମ ଶକ୍ତି କମଜୋର ଅଛି ତାଙ୍କୁ ଖାଲି ପେଟରେ ପିଜୁଳିର ସେବନ କରିବା ଉଚିତ ନୁହେଁ । ଖାଲି ପେଟ ପିଜୁଳି ସେବନ କରିବା ଦ୍ଵାରା ପେଟରେ ଗ୍ୟାସ ହୋଇଥାଏ ଓ ପେଟ ଫୁଲିବାକୁ ଲାଗିଥାଏ । ଗରମ ଦିନରେ ଯଦି ଆପଣ ଖାଲି ପେଟରେ ପିଜୁଳି ଖାଇବେ ତେବେ ପେଟ ବ୍ୟଥା ଭଳି ସମସ୍ୟା ଆପଣଙ୍କୁ ହୋଇପାରେ ।

ସବୁଠୁ ବଡ ଗୁରୁତ୍ଵ ଦେବାର କଥା ହେଉଛି କି ଖାଲି ପେଟରେ ଚା ସେବନ କରନ୍ତୁ ନାହିଁ । କାରଣ ଚାରେ ବିଭିନ୍ନ ପ୍ରକାରର ଏସିଡ ଥାଏ । ଏମିତିରେ ଖାଲି ପେଟରେ ଚା ସେବନ କରି ଆପଣ ନିଜର ପେଟକୁ ସମସ୍ୟା ବଢାଇଥାନ୍ତି । ଏହା ଦ୍ଵାରା ଗ୍ୟାସ ଭଳି ସାମସ୍ୟା ବଢିବାକୁ ଲାଗିଥାଏ । ଲୋକମାନଙ୍କ କହିବା ଅଟେ କି ସକାଳ ସମୟରେ ଖାଲି ପେଟରେ ଚା ପିଇବା ଦ୍ଵାରା ଶରୀରରେ ସତେଜ ଲାଗିଥାଏ । କିନ୍ତୁ ଏହି କଥା ଭୁଲ ଅଟେ । ଖାଲି ପେଟରେ ଚା ପିଇବା ଦ୍ଵାରା ପୁରା ଦିନ କ୍ଳାନ୍ତ ଓ ସ୍ଵଭାବରେ ଚିଡି ଚିଦାପନ ଆସିଯାଏ ।

ସେହିଭଳି ଖାଲି ପେଟରେ କଫି ପିଇବା କ୍ଷତିକାର ହୋଇପାରେ । କଫିରେ ଥିବା କ୍ୟାଫିନ ପେଟ ପାଇଁ ଭଲ ହୋଇ ନ ଥାଏ । ଯଦି ଆପଣ ସକାଳ ସମୟରେ କଫି ପିଇବାର ଅଭ୍ୟାସ ଅଛି ତେବେ ଆପଣ ସର୍ବେ ପ୍ରଥମେ ଗୋଟିଏ ଗ୍ଳାସ ପାଣି ପିଆନ୍ତୁ । ଏହା ପରେ ହିଁ ଆପଣ ଚା କିମ୍ବା କଫିର ସେବନ କରନ୍ତୁ । ଖାଲି ପେଟରେ ଯଦି ଆପଣ ଚା କିମ୍ବା କଫି ସେବନ କରିବେ ତେବେ ଆପଣଙ୍କର ଗ୍ୟାସ ଓ ଅନ୍ୟ କିଛି ପେଟ ସମସ୍ୟା ସବୁବେଳେ ରହିବ ।

କେବଳ ଏତିକି ଜିନିଷ ନୁହେଁ ଆହୁରି ବି କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଲି ପେଟରେ ଖାଇବା ଠାରୁ ବଞ୍ଚାନ୍ତୁ । ଯେମିତି କି ଟମାଟର, ଖଟା ଫଳ, ଦହି, ସୋଢା, ମ-ଦ୍ୟ-ପାନ, କୌଣସି ବି ପ୍ରକାରର ମେଡ଼ିସିନ, ମସଲା ଜାତୀୟ ଖାଦ୍ୟ ଇତ୍ୟାଦି । ଏହି ସମସ୍ତ ଖାଦ୍ୟ ଜିନିଷ ଖାଲି ପେଟରେ ସେବନ କରିବା ଦ୍ଵାରା ଆପଣଙ୍କର ପେଟ ସମ୍ବନ୍ଧିତ ସମସ୍ୟା ଦେଖାଯାଇ ପାରେ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *