ଶୀଘ୍ର ଧନୀ ହବାର ଅଛି ତ ଶୀଘ୍ର ଘରୁ ହଟାନ୍ତୁ ଏହି ଜିନିଷ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ବିଷୟରେ କିଏ ଅବା ଜାଣି ନାହିଁ ସେ ବହୁତ ବଡ ଜ୍ଞାନୀ ବ୍ୟକ୍ତି ଥିଲେ ଯିଏ ନିଜ ଜ୍ଞାନ ଉପରେ କେବେ ଅହଂକାର କରି ନଥିଲେ । ଆଚାର୍ଯ୍ୟ ଚାଣକ୍ୟ କେବଳ ନିଜ ନୀତି ଆଉ ବୁଦ୍ଧି ଦ୍ଵାରା ଚନ୍ଦ୍ର ଗୁପ୍ତ ମୋରୟଙ୍କୁ ରାଜାଙ୍କ ଗଦିରେ ବସାଇଥିଲେ । ଚାଣକ୍ୟ ବହୁତ ସରଲ ବ୍ୟକ୍ତି ଥିଲେ, ସେ ଯାହା ଅନୁଭବ କରୁଥିଲେ ତାହା ଚାଣକ୍ୟ ନୀତିରେ ଲେଖା ହୋଇଛି ସେ ମଣିଷ ଜୀବନକୁ ସୁଖମୟ ଆଉ ଶାନ୍ତି ପ୍ରଦାନ କରିବା ପାଇଁ ଚାଣକ୍ୟ ନୀତି ର ରଚନା କରିଥିଲେ ।

ଏହି ବହିରେ ଚାଣକ୍ୟ ମଣିଷକୁ ଏମିତି କିଛି ଜ୍ଞାନ ଦେଇଛନ୍ତି ଯାହା କରିବା ଦ୍ଵାରା ମଣିଷ ନିଜ ଜୀବନରେ ସବୁ କିଛି ବହୁତ ସହଜରେ ପାଇଥାଏ ଆଉ ତାକୁ କଷ୍ଟ ମଧ୍ୟ ହୁଏ ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣ ମଧ୍ୟ ନିଜ ଜୀବନରେ ବହୁତ ସୁଖୀ ରହିବେ ଓ ବହୁତ ଶୀଘ୍ର ଧନୀ ହୋଇଯିବେ ।

୧. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମଣିଷକୁ ନିଜ ଜୀବନରେ କେବେ ମିଛ କହିବା ଉଚିତ ନୁହ, ଆପଣ ଯେତେ ଖରାପ ପରିସ୍ଥିତି ରହିଲେ ମଧ୍ୟ କେବେ ମିଛ ସାହାରା ନିଅନ୍ତୁ ନାହିଁ କାହିଁକିନା ଯେବେ ଠାରୁ ଆପଣ ମିଛ କହିବା ଆରମ୍ଭ କରନ୍ତି ଆପଣ କିଛି ନା କିଛି ହରାଇ ଚାଲନ୍ତି ସେଥିପାଇଁ କେବେ ମିଛ କୁହନ୍ତୁ ନାହିଁ । ଏହା ସହ ଚାଣକ୍ୟ କହିଛନ୍ତି ସତ କେବେ ନା କେବେ ସାମନାକୁ ଆସିଥାଏ ଆଉ ଏହା ହବା ଦ୍ଵାରା ଆପଣଙ୍କ ମାନ ସମ୍ମାନ ତଳକୁ ପଡିଥାଏ ସେଥିପାଇଁ ଏହି ଭଳି ଭୁଲ କାମ କେବେ କରିବେ ନାହିଁ ।

୨. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ମଣିଷ ସୂର୍ଯ୍ୟ ଉଦୟ ପରେ ମଧ୍ୟ ସୋଇଥାଏ ତା ଜୀବନରେ ସେ କିଛି ଭଲ କାମ କରି ପାରି ନଥାଏ କାହିଁକିନା ଏହି ଭଳି ଲୋକ ଅଳସୁଆ ହୋଇଥାନ୍ତି ଆଉ ସେ ନିଜ ଜୀବନରେ ବହୁତ କିଛି ହରାଇ ଥାନ୍ତି ।

୩. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ନିଜକୁ ସଫା ରଖନ୍ତି ନାହିଁ ଆଉ ସଫା ବସ୍ତ୍ର ଧାରଣ କରନ୍ତି ନାହିଁ ତାଙ୍କ ପାଖରେ ମାତା ଲକ୍ଷ୍ମୀ ଆସନ୍ତି ନାହିଁ କାହିଁକିନା ମାତା ଲକ୍ଷ୍ମୀ ଅସନା ଜାଗାରେ ରୁହନ୍ତି ନାହିଁ ।

୪. ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ମଣିଷ ସବୁ ଦିନ ବ୍ରସ କରି ନଥାଏ ଆଉ ଯାହା ପାଟି ସବୁବେଳେ ଅସନା ରହିଥାଏ ଏହି ଭଳି ବ୍ୟକ୍ତି ପାଖରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *