ଏହି ଚା’ ପିଇ ଦିଅନ୍ତୁ ଆସିବ ଭଲ ନିଦ, ବିନା ଔଷଧରେ ଗଭୀର ନିଦ ଆସିବାର ଘରୋଇ ଉପାୟ (Health Tips)

ଆମ ଶରୀରର ପାଇଁ ଭଲ ନିଦ ବହୁତ ହିଁ ଲାଭଦାୟକ ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି । ଏହା ଆମର ମସ୍ତିଷ୍କକୁ ଆରାମ ଦେଇଥାଏ । ଯଦି ଆମେ ଭଲ ଭାବରେ ଶୋଇବା ପରେ ସକାଳେ ଉଠିବା ତେବେ ସବୁ କାମ ବହୁତ ସହଜରେ କରିନେଉ । କାମରେ ମନ ଲାଗିଥାଏ । କିନ୍ତୁ ଯଦି ଭଲ ନିଦ ଆସୁ ନାହିଁ ଓ ଆମର ରାତି ସାରା ଜଗି ରହିଥାଉ ତେବେ ଶରୀରରେ ବହୁତ ସମସ୍ୟା ଆସିବା ଆରମ୍ଭ ହୋଇଯାଏ । ଯେମିତି କି ଆଖି ବ୍ୟଥା ହେବା, ଆଖିର ତଳ ଅଂସ କଳା ହୋଇଯିବା, ଓଜନ ବଢିବା, କେସ ଝଡିବା, ମନରେ ଅଶାନ୍ତି ଓ କୌଣସି ବି କାମରେ ମନେ ଲାଗେ ନାହିଁ । ଆଜି ଆମେ ଆପଣଙ୍କୁ ଆୟୁର୍ବେଦ ଅନୁସାରେ କିଛି ଏମିତି ଘରେଲୁ ଉପାୟ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜର ନିଦ ନ ଆସିବାର ସମସ୍ୟାକୁ ଦୂର କରି ପାରିବେ ।

ଯଦି ଆପଣ ବହୁତ ଅଧିକ ଚିନ୍ତା କରୁଛନ୍ତି ଓ ଅଧିକ ସମୟ ଟେନସନରେ ରହୁଛନ୍ତି, ଘରେ ସବୁବେଳେ ବାଦ ବିବାଦ ଲାଗି ରହୁଛି ତେବେ ଏହି କାରଣରୁ ବି ନିଦ ଆସି ନ ଥାଏ । ଏହା ଛଡା ଯେଉଁ ବ୍ୟକ୍ତିମାନଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଯାଏ ସେମାନଙ୍କୁ ବି ନିଦ ଆସି ନ ଥାଏ । ଯେମିତି ଯେମିତି ବସ ବଢିଥାଏ ସେମିତି ସେମିତି ନିଦ ନ ଆସିବାର ସମସ୍ୟା ବି ବଢି ଚାଲିଥାଏ ।

ଏହି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କୁ ଏକ ଘରେଲୁ ଉପାୟ କହିବୁ । ପ୍ରଥମେ ଆପଣ ଗୋଟିଏ ପ୍ଳେଟରେ ଗୋଟିଏ ପାଚିଲା କଦଳୀକୁ ଚୋପା ସହ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଗୋଟିଏ ପାତ୍ରରେ ୧ – ୧.୫ ଗ୍ଳାସ ପାଣି ଢାଳି ସେଥିରେ ଏହି କଦଳୀ ପକାଇ ଦିଅନ୍ତୁ । ଏଥିରେ ଅଧ ଛୋଟ ଚାମଚରେ ଡାଲଚିନି ଗୁଣ୍ଡ ମିଶାଇ ଦିଅନ୍ତୁ । ଅର୍ଥାତ ୩ ରୁ ୪ ଗ୍ରାମ ମାତ୍ର । ଆପଣ ଗ୍ୟାସକୁ ମିଡିୟମରେ ରଖି ଏହାକୁ ଗରମ କରନ୍ତୁ ।

ଆପଣ ଏହାକୁ ସେହି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ଏହାର ପାଣି ଅଧା ନ ହୋଇଯିବ । ଯେତେବେଳେ ପାଣି ଅଧା ହୋଇଯିବେ ତେବେ ଏଥିରେ ଅଳ୍ପ ଗୁଡ ମିଶାନ୍ତୁ । କିନ୍ତୁ ଯଦି ଆପଣ ଡାଏବେଟିସ ରୋଗୀ ଅଟନ୍ତି ତେବେ ଏଥିରେ ଗୁଡ ମିଶାନ୍ତୁ ନାହିଁ । ଯଦି ଗୁଡ ନ ବି ଦେବେ ତେବେ ଏହାର ସ୍ଵାଦ ଭଲ ଲାଗିବ । କଦଳୀ ସଫ୍ଟ ହୋଇଗଲେ ଏହାକୁ ଗ୍ୟାସରୁ ଓଲହାଇ ଦିଅନ୍ତୁ ।

ବର୍ତ୍ତମାନ ଏହି କଦଳୀକୁ ଗୁଣ୍ଡ କରି ଦିଅନ୍ତୁ । ଆମେ ଏହାକୁ ଗୋଟିଏ କପରେ ଛାଣି ଦିଅନ୍ତୁ । ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଧୀରେ ଧୀରେ ସେବନ କରନ୍ତୁ । ଏହାକୁ ପିଇବା ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିବ । ମସ୍ତିଷ୍କ ଶାନ୍ତ ହୋଇଯିବ ଓ ନିଦ ଭଲ ଆସିବ । କିନ୍ତୁ ଯଦି ଆପଣଙ୍କ ଡାଏବେଟିସ ଅଛି ଓ ଆପଣଙ୍କ ସୁଗାର ଲେବୁଲ ୨୦୦ କିମ୍ବା ୨୦୦ ରୁ ଉପରକୁ ରହୁଛି ତେବେ ଆପଣ ଏହାକୁ ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *