ଚାଣକ୍ୟ ନୀତି : ଭଲ ଲିଡରସିପ ପାଇଁ ଏହି ୫ଟି କଥାକୁ ସବୁବେଳେ ରଖନ୍ତୁ ଧ୍ୟାନ

ଚାଣକ୍ୟ ନୀତିରେ ମାନବ ସମାଜର କଲ୍ୟାଣ ପାଇଁ କେତେକ କଥା କୁହାଯାଇଛି । ଯାହା ଜୀବନରେ ଆସୁଥିବା ସମସ୍ୟାରୁ ବାହାରିବାର ତରିକା କହିଥାଏ । ସଫଳତା ପାଇବା ପାଇଁ ଲୋକ ଚାଣକ୍ୟଙ୍କର ଏହି ନୀତିକୁ ପଢିବା ପାଇଁ ବହୁତ ପସନ୍ଦ କରନ୍ତି । ଚାଣକ୍ୟ ନିଜର ବୁଦ୍ଧିରେ ନା ହିଁ କେବଳ ନିଜର ଜୀବନକୁ ସଫଳ କରିଛନ୍ତି ବରଂ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଭଳି ସାଧାରଣ ବାଳକ କୁ ସମ୍ରାଟ କରିଛନ୍ତି ।

ଚାଣକ୍ୟ ରାଜନୀତି ଏବଂ ଲିଡର୍ସିପ ପାଇଁ କେତେକ ନିୟମ କହିଛନ୍ତି ଯାହା ଆଜିର ସମୟରେ ବି ଠିକ ବୋଲି ପ୍ରମାଣିତ ହେଉଛି ।

– ଚାଣକ୍ୟଙ୍କ ଅନୁସାରେ ଭଲ ଲିଡର କୁ ଶିଖିବା ବହୁତ ଜରୁରୀ ଅଟେ । ଚାଣକ୍ୟ କହି ଛନ୍ତି କି ଭୁଲରୁ ମଣିଷ ବହୁତ କିଛି ଶିଖି ଥାଏ କିନ୍ତୁ ଭଲ ହେବକି ନିଜେ ଭୁଲ କରିବା ଛାଡି ଅନ୍ୟର ଭୁଲରୁ ଶିଖି ନିଅନ୍ତୁ । କାରଣ ନିଜ ଉପରେ ଆଜମାଇ ଦେଖିବେ ତ ଆପଣଙ୍କର ଜୀବନ କମ ପଡିଯିବ । ଯାହାଦ୍ୱାରା ଲକ୍ଷ ପ୍ରାପ୍ତ କରିବା ପାଇଁ ଡେରି ହେବ ।

– ସଚୋଟ ନିହାତି ଦରକାର କିନ୍ତୁ ଦରକାର ଠାରୁ ଅଧିକ ସଚୋଟ ହେଲେ ନିଜର ହିଁ କ୍ଷତି ହେଇପାରେ । ଚାଣକ୍ୟଙ୍କ ଅନୁସାରେ ସିଧା ଠିଆ ହୋଇଥିବା ଗଛକୁ ଜେରାରି ଆଗ କାଟିଦିଆଯାଏ ସେହିପରି ଅଧିକ ସଚୋଟ ହେବା ଦ୍ଵାରା ଆଖପାଖର ଲୋକମାନେ ଆପଣଙ୍କର ଫାଇଦା ଉଠାଇ ପାରନ୍ତି । ଏଥିପାଇଁ ସଚୋଟ ହେବା ସହିତ ସତର୍କ ବି ରୁହନ୍ତୁ ।

– ଚାଣକ୍ୟଙ୍କ ଆନୁସାରେ କାର୍ଯ୍ୟ ଉପରେ ବେସୀ ଧ୍ୟାନ ଦେବା ଦରକାର । କାରଣ ବ୍ୟକ୍ତି ଯେମିତି କର୍ମ କରିଥାଏ ସେମିତି ହିଁ ଫଳ ତାକୁ ଦେଖିବାକୁ ମିଳିଥାଏ । ଭଲ ଲିଡର୍ସିପ ମାମଲାରେ ଏହି ନୀତି ଏମିତି କାମ କରିଥାଏ କି ଆପଣ ଆପଣଙ୍କର ସହକର୍ମୀ ଙ୍କ ସହିତ ଏମିତି ବ୍ୟବହାର କରନ୍ତୁ ଯିଏ କି ଆପଣଙ୍କ ନିଜ ପାଇଁ ପସନ୍ଦ ଅଟେ ।

– ଚାଣକ୍ୟ ନିଜ ନୀତି ମାଧ୍ୟମରେ କହିଛନ୍ତି କି ନିଜର ସିକ୍ରେଟ କେବେ କାହା ସହିତ ବି ଶେୟାର କରିବା କଥା ନୁହେଁ । କାରଣ ଏହା ଜରୁରୀ ହୋଇନଥାଏ କି ଯାହା ଆପଣଙ୍କୁ ପସନ୍ଦ ଆସୁଥିବ ତାହା ସାମ୍ନାରେ ଥିବା ଲୋକକୁ ବି ପସନ୍ଦ ଆସିବ ।

– ଚାଣକ୍ୟ କହିଛନ୍ତି କି ଭଲର ବାସ୍ନା ଦୂର ପର୍ଯ୍ୟନ୍ତ ଖେଳିଥାଏ । ଏଥିପାଇଁ କୌଣସି ପରିଷ୍ଟିତିରେ ବି ନିଜକୁ ବଦଳାଇବାକୁ ଦେବା ନାହିଁ । ଚାଣକ୍ୟ କହିଛନ୍ତି କି କଠିନରୁ କଠିନ ପରିସ୍ତିତିରେ ବି ଖରାପ କୁ କେବେବି ନିଜ ଉପରକୁ ଆସିବାକୁ ଦିଅ ନାହିଁ ।

Leave a Reply

Your email address will not be published. Required fields are marked *