ଗୋଟେ ସନ୍ୟାସୀ ତାଙ୍କ ୩ଟି ଶିଷ୍ୟ ସହ ନଇ କୂଳେ ସ୍ନାନ କରିବାକୁ ଗଲେ ଓ ସେଠି ଯାଇ ନଇ କୁଳରେ ବସି ଗଲେ ଗୁରୁଙ୍କ ଆଜ୍ଞା ନ ପାଇ ଶିଷ୍ୟ ମାନେ ମଧ୍ୟ ନଇ କୂଳେ ବସି ଗଲେ କେହି ସ୍ନାନ ପାଇଁ ନଇକୁ ଗଲେ ନାହିଁ ଅପେକ୍ଷା କରୁ କରୁ ସନ୍ଧ୍ୟା ହୋଇ ଗଲା କିନ୍ତୁ ଗୁରୁ ଆଜ୍ଞା ଦେଲେ ନାହିଁ ।
ଏହା ଦେଖି ଗୋଟେ ଶିଷ୍ୟ ବହୁତ ସାହାସ କରି ଗୁରୁଙ୍କୁ ପଚାରିଲେ ହେ ଗୁରୁ ଆମେ ଏଠାରେ ସ୍ନାନ କରିବା ପାଇଁ ସକାଳୁ ଆସିଛୁ କିନ୍ତୁ ଆମେ ବର୍ତମାନ ପର୍ଯ୍ୟନ୍ତ ସ୍ନାନ କରି ପାରୁ ନାହିଁ ଏହାର କାରଣ କଣ ଅଟେ ?
ଏହା ଶୁଣି ଗୁରୁ କହିଲେ ଯେତେବେଳେ ନଇ ପାଇଁ ସ୍ଥିର ହୋଇଯିବ ଓ ଲହଡି ଆସିବା ବନ୍ଦ ହୋଇଯିବ ସେତେବେଳେ ଆମେ ସ୍ନାନ କରିବା । ଏହି ଉତ୍ତର ଶୁଣି ଶିଷ୍ୟ ଆଶ୍ଚର୍ଯ୍ୟରେ ପଚାରିଲେ ହେ ଗୁରୁ ନଇ ପାଣି କେବେ ସ୍ଥିର ହବ ନାହିଁ ଏହି କଥା ଆପାନ ମଧ୍ୟ ଜାଣିଛନ୍ତି ଓ ଲହଡି ମଧ୍ୟ ବନ୍ଦ ହବ ନାହିଁ ଆମକୁ ଲହଡି ରେ ସ୍ନାନ କରିବାକୁ ହବ ନଚେତ ଆମେ କେବେ ସ୍ନାନ କରି ପାରିବା ନାହିଁ ।
ଏହି କଥା ଶୁଣି ଗୁରୁ ନିଜ ଶିଷ୍ୟକୁ କହିଲେ ସତ କଥା ସେହି ପରି ଜୀବନରେ କେବେ ଏହି ଅପେକ୍ଷାରେ ବସିବା କଥା ନୁହ ଯେ ଖରାପ ସମୟ ଗଲେ ଆମେ କିଛି କରିବା କାହିଁକିନା ଦୁଃଖ ସୁଖ ଲହଡି ପରି ଅଟେ ଏହା ଜୀବନରେ ସବୁବେଳେ ଥାଏ ଆମକୁ ଯାହା କରିବା କଥା ତାହା ସମୟ ଦେଖି ନୁହ ନିଜ ପରିଶ୍ରମ ଅନୁଯାଇ କରିବା ଉଚିତ ।
୧. ଚାଣକ୍ୟ କହିଛନ୍ତି ଯେ ଦୁଃଖ ଓ ସୁଖ କଏନ ଦୁଇଟି ପାର୍ଶ୍ଵ ଭଳି ଅଟେ ଦୁହିଙ୍କ ବିନା କାମ ଚାଲି ପାରିବ ନାହିଁ, ମଣିଷକୁ ଦୁଃଖ ପାଇଲେ ସୁଖ ମଧ୍ୟ ପ୍ରାପ୍ତ ହୁଏ କିନ୍ତୁ କେବଳ ଦୁଃଖ ବା କେବଳ ସୁଖ ଜୀବନରେ କେବେ ଆସି ନଥାଏ ।
୨. ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ପରିସ୍ଥିତି ଆମ ଅନୁକୂଳ ହୋଇ ନଥାଏ ଓ ପରିସ୍ଥିତି ଅନୁଯାଇ ପରିଣାମ ମିଳିଥାଏ କିନ୍ତୁ ଆମ ହାତରେ କେବଳ ପ୍ରତିକ୍ରିୟା ଥାଏ ଯାହା ଭଲ ଦବାରୁ ଆମ ଜୀବନ ସାର୍ଥକ ହୋଇଥାଏ ।ତେବେ ଚାଣକ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମ ଦୁଃଖରେ ଆମ ସୁଖ ଲୁଚିଥାଏ ଦୁଃଖ କାରଣକୁ ଲୁପ୍ତ କରିବା ପାଇଁ ଆମେ ଯେଉଁ ପ୍ରୟାସ କରିଥାଉ ସେହି ପ୍ରୟାସ ଆମ ପାଇଁ ସୁଖର କାରଣ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।