KBC ରେ ୫ କୋଟି ଜିତିଥିବା ସୁଶୀଲ କହିଲେ- ଶୋ ଜିତିବା ପରେ ବର୍ବାଦ ହେଇଗଲି !

କୌନ ବନେଗା କରୋଡ ପତି ସୋ ବହୁତ ଲୋକଙ୍କୁ କୋଟିପତି କରିଛି ଓ ଗୋଟିଏ ରାତିରେ କୋଟିପତି ବନେଇଥାଏ । ଏହି ସୋ ବର୍ଷକୁ ଥରେ ଆସେ ଓ ଲୋକ ଏଥିରେ ଅଂଶ ଗ୍ରହଣ କରିଥାନ୍ତି । ଏହି ସୋରେ ଅନେକ ଲୋକ ବହୁତ ଟଙ୍କା ଜିତିଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ସବୁଠୁ ଚିହ୍ନା ଚେହେରା ହେଲେ ସୁଶୀଲ କୁମାର । କୌନ ବନେଗା କରୋଡ ପତି ସୋରେ ୨୦୧୧ରେ ଭାଗ ନେଇ ସୁଶୀଲ କୁମାର 5 କୋଟି ଟଙ୍କା ଜିତି ଥିଲେ ଓ ସେହି ସମୟରେ ବହୁତ ପ୍ରସିଦ୍ଧ ହୋଇଥିଲେ ।

ସେଇ ସମୟରେ ଏହି ସୋରା ସର୍ବାଧିକ ପରିମାଣ 5 କୋଟି ଥିଲା ଓ ସୁଶୀଲ ସବୁ ପ୍ରଶ୍ନର ଉତର ବହୁତ ଭଲ ଭାବେ ଦେଇ 5 କୋଟି ଜିତି ଥିଲେ । ଏବେ ତାଙ୍କ ପାଖରେ ପଇସା ନହିଁ ସେ ଏବେ ସମ୍ପୂର୍ଣ ଭାବେ ଖାଲି ଅଛନ୍ତି । ସେତେବେଳେ ସେ ପଇସାର ସଦୁପଯୋଗ କରିନଥିଲେ ସେଥିପାଇଁ ଆଜି ସେ ବହୁତ ଦୁଃଖିତ ଅଛନ୍ତି ।

Image Courtesy: Google

କେବିସି ଜିତିବା ପରେ ସମୟ ବହୁତ ଖରାପ ଆସିଥିଲା

ସୁଶୀଲ କୁମାର କହିଛନ୍ତିକି 5 କୋଟି ଜିତିବା ପରେ ତାଙ୍କ ଜୀବନରେ ବହୁତ ଖରାପ ସମୟ ଆସିଥିଲା । ଏହା ସହିତ ସେ ମଦ ଓ ସିଗାରେଟ ନିଶାରେ ଅଭ୍ୟସ୍ତ ହୋଇଯାଇଥିଲେ । ଏହି ଖରାପ ଅଭ୍ୟାସର ଶିକାର ହୋଇ ତାଙ୍କ ପଇସା ଧୀରେ ଧୀରେ ସାରିବାକୁ ଲାଗିଥିଲା । ସୁଶୀଲ କୁମାର ଫେସ ବୁକରେ ପୋଷ୍ଟ କରି କହିଥିଲେକି ସେ 5 କୋଟି ଜିଟିଏଲ ପରେ ତାଙ୍କର ଜୀବନ କଷ୍ଟକର ହୋଇପଡିଥିଲା ।

Image Courtesy: Google

ସେହି ସମୟରେ ସେ ଜେନ ସେଲିବ୍ରେଟି ହୋଇଯାଇଥିଲେ ଲୋକମାନେ ତାଙ୍କୁ ବହୁତ କାର୍ଯ୍ୟ କ୍ରମରେ ନିମତରଣ କରୁଥିଲେ । ସେ ପ୍ରାୟ ସବୁ କାର୍ଯ୍ୟ କ୍ରମରେ ଅଂସ ଗ୍ରହଣ କରୁଥିଲେ । ସେ 5 କୋଟି ଟଙ୍କା ପାଇବା ପରେ ଅନେକ ବ୍ୟବସାୟ ଆରମ୍ଭ କରିଥିଲେ , କିନ୍ତୁ ତାଙ୍କର କୌଣସି ବ୍ୟବସାୟ ଚାଲି ପାରିନଥିଲା ।

ଟଙ୍କା ଦାନ କରୁଥିଲେ

ସୁଶୀଲ କୁମାର କହିଲେକି ସେ ଗୁପ୍ତରେ ବହତ ଟଙ୍କା ଦାନ କରିଥିଲେ । ସେ ଏମିତି ଲୋକମାନଙ୍କ ସହିତ ମିଶୁଥିଲେ ଯେ ଲୋକ ମାନେ ତାଙ୍କର ମିଛ ପ୍ରଶଂସା କରି ପଇସା ଠକି ନେଉଥିଲେ । ଏସବୁ ନ କରିବା ପାଇଁ ତାଙ୍କ ସ୍ତ୍ରୀ କହିଥିଲେ କିନ୍ତୁ ସେ ମାନି ନଥିଲେ ସେଥିଲାଗି ତାଙ୍କ ପତ୍ନୀଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହୋଇଥିଲା ।

Image Courtesy: Google

କାର ବ୍ୟବସାୟ ଆରମ୍ଭ କରିଥିଲେ

ସୁଶୀଲ କୁମାର ଦିଲ୍ଲୀରେ କର ବ୍ୟବସାୟ ଆରମ୍ଭ କରିଥିଲେ ଓ ସେହି ସମୟରେ ସେ ବହୁତ ଦିଲ୍ଲୀକୁ ଯାଉଥିଲେ । ସେଠାରେ ବହୁତ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ ଓ ସେଠାରେ ରହୁଥିବା ବେଳେ ମଦ ଓ ସିଗାରେଟରେ ଅଭ୍ୟସ୍ତ ହୋଇଥିଲେ ।

Image Courtesy: Google

ନିର୍ଦ୍ଦେଶକହେବାକୁ ଚାହିଁଥିଲେ

ସୁଶୀଲ କୁମାର ନିଜ ସ୍ଵପ୍ନକୁ ପୁରା କରିବା ପାଇଁ ମୁମ୍ବାଇ ଆସିଥିଲେ ଓ ନିର୍ଦେଶକ ହେବାକୁ ଚାହିଁଥିଲେ । ଆସିଲାପରେ ସେ ପ୍ରଡ଼କସନ ହାଉସରେ କମ କରିଥିଲେ କିନ୍ତୁ ସେଠାରେ ସେ ସଫଳ ହୋଇପାରି ନଥିଲେ ଓ ବହୁତ ଟଙ୍କା ସେଥିପାଇଁ କ୍ଷତି ମଧ୍ୟ ହୋଇଥିଲା ।

ବିହାରକୁ ଫେରିବାର ନିସ୍ପତି ନେଇଥିଲେ

ବହୁତ ବର୍ଷ ଧରି ମୁମ୍ବାଇରେ ରହିଲା ପରେ ସେ ତାଙ୍କର ଭୁଲ ବୁଝିପାରି ଥିଲେକି ତାଙ୍କର ବହୁତ ଟଙ୍କା ନଷ୍ଟ କରିସାରିଲେଣି । ତାପରେ ସେ ବିହାରକୁ ଫେରିବାର ନିସ୍ପତି ନେଇଥିଲେ । ଏହା ସହିତ ସିଗାରେଟ ଓ ମଦ୍ୟପାନ କରିବା ତ୍ୟାଗ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *