ଚଳନ୍ତା ଟ୍ରେନରେ ଚଢିବାକୁ ଯାଇ ଖସି ପଡ଼ିଲେ ବୃଦ୍ଧା, ଏମିତି ଜୀବନ ବଞ୍ଚାଇଲେ ଲେଡି କନଷ୍ଟେବଳ

ଚଳନ୍ତା ଟ୍ରେନରେ ଚଢିବା ସମୟରେ କିମ୍ବା ଓଲହାଇବା ସମୟରେ ଟ୍ରେନରୁ ଖସି ପଡିବା କିମ୍ବା ମୃତ୍ୟୁ ମୁଖକୁ ଚାଲିଯିବା ଆମ ଦେଶରେ ପ୍ରାୟତଃ ସବୁଦିନ ଦେଖିବାକୁ କିମ୍ବା ଶୁଣିବାକୁ ମିଳିଥାଏ । ଏମିତିରେ ଏହା ଭାଗ୍ୟ ଉପରେ ନିର୍ଭର କରେ କି ଆପଣ ଏହିଭଳି ଦୁର୍ଘଟଣାର ଶିକାର ହୋଇ ବଞ୍ଚୁଛନ୍ତି ନା ଆର ପାରିକୁ ଚାଲି ଯାଉଛନ୍ତି । ଗତ କିଛି ବର୍ଷ ହେବ ଏହିଭଳି ଦୁର୍ଘଟଣାରୁ ବଞ୍ଚି ଯାଉଥିବା କିଛି ବିଡିଓ ରେଳ ବିଭାଗ ତରଫରୁ ଜାରି କରାଯାଉଛି ।

ଷ୍ଟେସନରେ ଲାଗିଥିବା ସିସିଟିଭିରୁ ଏହି ସବୁ ଦୃଶ୍ୟକୁ କଏଦ କରାଯାଏ । ଅନ୍ୟ ପଟେ କେତେକ ଯାତ୍ରୀ ଅସାବଧନତା କାରଣରୁ ମୃତ୍ୟୁ ବରଣ କରନ୍ତି । କିନ୍ତୁ ବେଳେ ବେଳେ କିଛି ସୁରକ୍ଷା କର୍ମୀ ଏମାନଙ୍କୁ ବଞ୍ଚାଇ ଦିଅନ୍ତି ।

ବର୍ତ୍ତମାନ ଏହିଭଳି ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସୁଛି । ମୁମ୍ବାଇର ଏକ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢିବା ସମୟରେ ଅଚାନକ ଜଣେ ମହିଳା ଖସି ପଡିଲେ, କିନ୍ତୁ ଟ୍ରେନ ଚକ ତଳକୁ ଯିବା ପୂର୍ବରୁ ସେହି ସ୍ଥାନରେ ଥିବା ଜଣେ ଲେଡି କନେଷ୍ଟବଳ ନିଜର ଉପସ୍ଥିତି ବୁଦ୍ଧି ଲଗାଇ ସଠିକ ସମୟରେ ୫୦ ବର୍ଷୀୟ ବୁଦ୍ଧ ମହିଳାଙ୍କ ଜୀବନ ବଞ୍ଚାଇ ଦେଲେ । ଏହି ମହିଳା କନେଷ୍ଟବଳଙ୍କ ନାଁ ହେଉଛି ସପନା ଗଲକର ।

ରେଳ ବିଭାଗ ତରଫରୁ ଏହି ମହିଳା କନେଷ୍ଟବଳଙ୍କ ସାହସିକତା କାମ ପାଇଁ ତାଙ୍କର ପ୍ରଶଂସା କରିଛନ୍ତି । ଆରପିଏଫ ଶେୟାର କରାଯାଇ ଥିବା ସିସିଟିଭି ଫୁଟେଜରେ ଦେଖା ଯାଇଛି କି ଜଣେ ମହିଳା ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ଚଢିବା ସମୟରେ ହିଁ ନିଜର ଭାରସାମ୍ୟ ହରାଇବା କାରଣରୁ ତଳେ ଗଳି ପଡ଼ୁଛନ୍ତି । ସେ ଟ୍ରେନ ଚକ ତଳକୁ ବି ଖସି ଯାଇ ଥାନ୍ତେ, କିନ୍ତୁ ଏହି ସମୟରେ ଲେଡି କନେଷ୍ଟବଳ ସପନା ଭଗବାନ ରୂପରେ ଆସି ତାଙ୍କୁ ଟାଣି ଆଣି ଥିଲେ ।

ଯଦି କନେଷ୍ଟବଳ ସପନା ସଠିକ ସମୟରେ ଏହିଭଳି କରି ନ ଥାନ୍ତେ ତେବେ ହୁଏତ ମହିଳା ଜଣକ ଖସି ଟ୍ରେନ ତଳକୁ ଖସି ଯାଇ ଥାନ୍ତେ । ସପନାଙ୍କ ର ଏହି ସାହସିକତା କାମ ପାଇଁ ଟ୍ଵିଟର ଜରିଆରେ ତାଙ୍କୁ ସମ୍ମାନ ଦେବା ସହ ତାଙ୍କର ପ୍ରଶଂସା ବି କରିଛି । ଏହିଭଳି ବହୁତ ଘଟଣା ସାମ୍ନାକୁ ଆସୁଛି । ଏହା ସତ୍ବେ ବି ଲୋକମାନେ ସଚେତନ କିମ୍ବା ସାବଧାନ ହେଉ ନାହାନ୍ତି ।

Leave a Reply

Your email address will not be published. Required fields are marked *