ଏବେ NCB ଫାସରେ Ananya Pandey, ସାମ୍ନାକୁ ଆସୁଛି ଭିତିରି କଥା, ସମସ୍ତ ଫିଲ୍ମ ଫ୍ଲପ ହେଇ ବି ଏତେ କମ୍ ବୟସରେ ଅନନ୍ୟା କେମିତି ହେଲେ ଏତେ ଟଙ୍କାର ମାଲିକାଣୀ ?

ମୁମ୍ବାଇ ଡ୍ରଗ୍ସ କେସରେ ବଲୀଉଡର କିଛି କିଛି ରହସ୍ୟ ଏବେ ସାମ୍ନାକୁ ଆସୁଛି । ଏନସିବି ଗୋଟିଏ ପରେ ଗୋଟିଏ ସେଲିବ୍ରେଟିକୁ ଯାଞ୍ଚ କରୁଛି । ପ୍ରଥମେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ NCB ହାତରେ ଧରା ପଡିବା ପରେ ବର୍ତ୍ତମାନ ବଲୀଉଡର ନୂଆ ନୂଆ ଅଭିନେତ୍ରୀ ହୋଇଥିବା ଅନନ୍ୟା ପାଣ୍ଡେ ଏନସିବିର ସନ୍ଦେହ ଘେରରେ ଆସିଛନ୍ତି । ଏନସିବି ଅନନ୍ୟା ପାଣ୍ଡେକୁ ଏହି କେସକୁ ନେଇ ବାରମ୍ବାର ଜେରା କରି ସାରିଛନ୍ତି । କିନ୍ତୁ ଏନସିବିକୁ କୌଣସି ବି ପ୍ରକାରର ସଠିକ ତଥ୍ୟ ମିଳି ନାହିଁ ।

ବଲୀଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ । ଅନନ୍ୟା ପାଣ୍ଡେ ବର୍ତ୍ତମାନ ୨୨ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ଏତେ କମ ବୟସରେ ହେଲେ ବି ସେ ୭୨ କୋଟି ଟଙ୍କାର ମାଲିକ ଅଟନ୍ତି । କହିବାକୁ ଗଲେ ଏହା ଏକ ଆଶ୍ଚର୍ଯ୍ୟକର କଥା କିନ୍ତୁ ଏହା ସତ ଅଟେ ।

ସୂଚନା ଅନୁସାରେ ଅନନ୍ୟା ପାଣ୍ଡେ ବାପା ଚଙ୍କି ପାଣ୍ଡେଙ୍କ ଘରୁ ଅଲଗା ରହୁଛନ୍ତି । ସେ ନିଜେ ଯେଉଁ ଘର କିଣିଛନ୍ତି ସେହି ଘରେ ରହୁଛନ୍ତି । ଗୋଟିଏ ଫିଲ୍ମରେ କାମ କରିବା ପାଇଁ ଅନନ୍ୟା ପାଣ୍ଡେ ପାଖାପାଖି ୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଅନନ୍ୟା ବିଜ୍ଞାପନରୁ ବି ବହୁତ ଟଙ୍କା ଆୟ କରିଥାନ୍ତି । ଇଂସ୍ଟାଗ୍ରାମରେ ତାଙ୍କୁ ୨୦ ମିଲିୟନ ଲୋକମାନେ ଫାଲୋ କରୁଛନ୍ତି । ତାଙ୍କର କାର କଲେକ୍ସନ ମଧ୍ୟ ଜବରଦସ୍ତ ଅଟେ । ତାଙ୍କ ପାଖରେ ପ୍ରାୟତଃ ମହଙ୍ଗା ମହଙ୍ଗା କାର ଅଛି ।

ଅନନ୍ୟାଙ୍କ ପାଖରେ ଅଡୀ a8 କାର ଅଛି ଯାହାର ମୂଲ୍ୟ ପ୍ରାୟତଃ ୬୦ ଲକ୍ଷ ଟଙ୍କା ଅଟେ । ସେହିଭଳି ୭୦ ଲକ୍ଷ ଟଙ୍କାର BMW କାର ବି ଅଛି । ରେଞ୍ଜ ରୋଭର କାର ବି ସେ ରଖିଛନ୍ତି । ଯାହାର ମୂଲ୍ୟ ୧ କୋଟି ଟଙ୍କା ଠାରୁ ବି ଅଧିକ ଅଟେ ।

ଅନ୍ୟ କେତେକ ଦାମୀ ଦାମୀ କାର ବି ସେ ରଖିଛନ୍ତି । ଆଜି ପର୍ଯ୍ୟନ୍ତ ଅନନ୍ୟା କେବଳ ୩ ଟି ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ରହିଛି ସ୍ଟୂଡେଂଟ ଅଫ ଦ ଈୟର ୨, ପତି ପତ୍ନୀ ଔର ୱୋ, ଖାଲୀ ପୀଲୀ ଭଳି ଫିଲ୍ମ ଅଛି ।

କିନ୍ତୁ ଷ୍ଟାର କିଡ୍ସ ହୋଇଥିବାରୁ ଅନନ୍ୟାଙ୍କୁ କେତେ ଥର ଟ୍ରୋଲ ମଧ୍ୟ କରାଯାଇଛି । ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ଅନନ୍ୟା ପାଣ୍ଡେ ଘନିଷ୍ଠ ବନ୍ଧୁ । ଆର୍ୟନ ଖାନଙ୍କ ସହ ବି ତାଙ୍କର ଭଲ ବନ୍ଧୁତା ଅଛି । ପ୍ରାୟତଃ ସମୟରେ ଏହି ତିନି ଜଣ ମିଶି ପାର୍ଟି କରୁଥିବାର ନଜର ଆସିଛନ୍ତି । ସେଥିପାଇଁ ଏନସିବି ସନ୍ଦେହ କରୁଛି କି ଆର୍ୟନ ଖାନଙ୍କ ସହ ଅନନ୍ୟା ମଧ୍ୟ ଡ୍ରଗ୍ସ କେସରେ ସାମିଲ ଅଛନ୍ତି । କହିବାକୁ ଗଲେ ଆର୍ୟନ ଓ ଅନନ୍ୟାଙ୍କ ହ୍ଵାଟ୍ସଆପର ଚ୍ୟାଟ କାରଣରୁ ଅନନ୍ୟା ଏନସିବିର ସନ୍ଦେହ ଘେରରେ ଆସିଛନ୍ତି ।

ଚାଟିଙ୍ଗରେ ପ୍ରଥମେ ଅନନ୍ୟା ଆର୍ୟନଙ୍କ ସହ ମଦ୍ୟପାନକୁ ନେଇ କଥା ହେଉଥିଲେ । ଏହି ଆଧାରରେ ଏନସିବି ଆର୍ୟନ ସହ ଅନନ୍ୟାକୁ ବି ଜେରା କରୁଛି ।

Leave a Reply

Your email address will not be published. Required fields are marked *