ଓଡିଶାର ଝିଅ ପିନ୍ଧିଲେ Miss Indiaର ତାଜ, ଦେଖନ୍ତୁ କିଏ ସେହି ଓଡିଆ ଝିଅ ଜଣଙ୍କ

ଓଡିଆ ଝିଅ ଆମର କେଉଁ ତିରେ କମ ନୁହନ୍ତି । ସବୁଥିରେ ଏକ ନମ୍ବର । ଏବେ ପୁଣି ଓଡିଶାର ନାମକୁ ଉପରକୁ ନେଇଛନ୍ତି ଆଉ ଜଣେ ଓଡିଆ ଝିଅ । ସେ ଜିତିଛନ୍ତି ଡ୍ୟାଜେଲ ମିସ ଇଣ୍ଡିଆର ଟାଇଟଲ । ଦେଶରେ ୨୯ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ବ୍ବିଜୟିନୀ ହେଲେ ନୟାଗଡ ସୁନାଲଟିର ଝିଅ ପ୍ରଜ୍ଞା ପରିଣିତା । ଗତ ୨୫ ରେ ନୂଆ ଦିଲ୍ଲୀ ନଏଡାରେ ଡ୍ୟାଜେଲ ମିସ ଇଣ୍ଡିଆ ଇନ୍ଟର ନାସନାଲ ଆୟୋଜିତ ହୋଇ ଥିଲା । ଏଥିରେ ଭାଗ ନେଇ ସଫଳତା ହାସିଲ କରିଛନ୍ତି ପ୍ରଜ୍ଞା ।


ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୩୦ ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ଓ ପ୍ରଜ୍ଞା ଓଡିଶାରୁ ଏକମାତ୍ର ପତିଯୋଗୀ ଭାବେ ଭାଗ ନେଇଥିଲେ । ତେବେ ଗତ ୨୫ ତାରିଖରୁ ୫ ଦିନ ଧରି ବିଭିନ୍ନ କ୍ଯାଟୋଗୋରୀରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।

ଗ୍ରାଣ୍ଡ ଫିନାଲେରେ ୨୯ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଜ୍ଞା ବିଜୟର ମୁକୁଟ ପିନ୍ଧିଛନ୍ତି । ସେ ଭୁବନେଶ୍ବରରେ ଏକ ମେଡିକାଲ କଲେଜରେ ଫିଜିଓ ଥେରାପିର ଛାତ୍ରୀ ଭାବରେ ଅଧ୍ୟୟନ କରୁଛନ୍ତି । ପୂର୍ବରୁ ମଧ୍ୟ ସେ ଓଡିଶା ଫ୍ୟସନ ଭିଲା ପକ୍ଷରୁ ବିଭିନ ପ୍ରତିଯୋଗିତାରେ ଅଂଶ ଗ୍ରହ କରିଛନ୍ତି ।


ନିଜର ଦୃଢ ଇଛାଶକ୍ତି ଓ ବାପା ମାଙ୍କର ସହଯୋଗ ଫଳରେ ଆଜି ସଫଳ ହୋଇପାରିଛନ୍ତି । ଆଗକୁ ଦେଶ ଓ ବିଦେଶରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହ କରି ଓଡିଶା ପାଇଁ ସୁନାମ ଅର୍ଜନ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି । ସେ ଏହାକୁ ଅନଲାଇନରେ ପାର୍ଟିସିପେଟ କରିଥିଲେ । ଆଉ ସେତେବେଳେ କାରୋନା ପରିସ୍ଥିତି ଚାଲିଥିଲା ଆଉ ଟିକେ ଠିକ ହେଲା ପରେ ସେତେବେଳେ ତାଙ୍କର ଫିନାଲେ ହୋଇଥିଲା ଗ୍ରେଟରନୋଏଡା ଦିଲ୍ଲୀ ରେ ହୋଇଥିଲା ବୋଲି କହିଲେ ପ୍ରଜ୍ଞା ।

ଆଉ ସେଥିରେ ତିନୋଟି ରାଉଣ୍ଡ ଥିଲା । କ୍ରିଏଟିଭୀଟି ରାଉଣ୍ଡ, କକଟେଲ ରାଉଣ୍ଡ, କ୍ରାଉନ ରାଉଣ୍ଡ ସେଥିରେ ଗୀତିଏ କ୍ରୀଏଟିଭୀଟି ରେ ସମସ୍ତେ ତାଙ୍କ ଡ୍ରେସ ଦେଖି ସେମାନେ ବହୁତ ଖୁସି ହୋଇଥିଲେ । ସେ ଓଡିଶାକୁ ଡ୍ରେସ ୱାଇଜ ରିପ୍ରେଜେଣ୍ଟ କରିଥିଲେ । ଆଉ ଥାର୍ଡ ରାଉଣ୍ଡ ପ୍ରଶ୍ନ ଉତ୍ତର ରାଉଣ୍ଡ ଥିଲା । ତାପରେ ସେମାନେ ପ୍ରଚାର କରିଥିଲେକି ମିସ ଓଡିଶା ଭାବରେ । ଆଇ ଡ୍ୟାଜେଲ ମିସ ଇଣ୍ଡିଆର ବିଜେତା ।

Leave a Reply

Your email address will not be published. Required fields are marked *