ଦୁନିଆ ରେ ବହୁତ ବିଜ୍ଞାନୀ ଆସିଲେ ଓ ଗଲେ କିନ୍ତୁ ମହାନ ଆଚାର୍ଯ୍ୟ ଚାଣକ୍ୟ ଭଳି ନୀତି କେବେ କେହି ଶିଖେଇ ପାରିଲେ ନାହିଁ, ତେବେ ସମସ୍ତଙ୍କ ଜ୍ଞାନ ଅଲଗା ଅଲଗା ହୋଇଥାଏ ଓ ଚାଣକ୍ୟ ନୀତିରେ ମଣିଷ ସଠିକ ଜୀବନ ଶୈଳୀ ବିଷୟରେ କୁହା ଯାଇଛି ଯାହା ଅନୁଯାଇ ଯେତେବେଳେ କୌଣସି ମଣିଷ ନିଜ ଜୀବନ କାର୍ଯ୍ୟ କରିଥାଏ ତେବେ ତାକୁ ସଫଳତା ସହ ମାନ ସମ୍ମାନ ମଧ୍ୟ ପ୍ରାପ୍ତ ହୋଇଥାଏ, ତେବେ ଚାଣକ୍ୟ ନୀତିରେ ବହୁତ କିଛି ଲେଖା ହୋଇଛି ଯେମିତି କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହ ସବୁ ।
ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଏମିତି ୫ଟି ନୀତି କହିବାକୁ ଯାଉଛୁ ଯାହା କଲେ ଆପଣଙ୍କୁ ୫ଟି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ସଫଳତା ଆପାନଙ୍କୁ ନିଶ୍ଚିନ୍ତ ମିଳିଥାଏ ।

୧. ଜୀବନରେ ସବୁଠାରୁ ବଡ ଶସ୍ତ୍ର ହେଲା ମନ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ମନ ମାନି ଚାଲିଛି ଯେ ଆପଣ ଜିତିବେ କେବେ ନା କେବେ ଜିତିବେ ସେହି ପର୍ଯ୍ୟନ୍ତ ଆପଣ କୌଣସି କାମ କରି ପାରିବେ ଆପଣଙ୍କ ମନ ହାରିବା ପରେ ଆପଣ କିଛି କରି ପାରିବେ ନାହିଁ । ତେବେ କେବେ ବି ନିଜ ମାନଙ୍କୁ ନିରାଶ ହବାକୁ ଦିଅନ୍ତୁ ନାହିଁ ଯେତେବେଳେ ଆପଣଙ୍କ ମନ ହାର ମାନିଥାଏ ସେତେବେଳେ ଆପଣଙ୍କୁ ନିଜକୁ ଏହା ବୁଝାଇବା ଉଚିତ ଯେ ଆସନ୍ତା ସମୟରେ ମୁଁ ନିଶ୍ଚିନ୍ତ ସଫଳ ହୋଇବି ।

୨. ଦୁତୀୟ କଥା ଚାଣକ୍ୟ କହିଥିଲେ କୌଣସି ବ୍ୟକ୍ତି ନିଜ ଜନ୍ମରୁ ନୁହେଁ ନିଜ କର୍ମ ଦ୍ଵାରା ବଡ ହୋଇଥାଏ । ଯେତେବେଳେ କୌଣସି ମଣିଷ ନିଜ ଜୀବନରେ କିଛି ଭଲ କରିଥାଏ ସେତେବେଳେ ଲୋକ ତାକୁ ଜାଣିବାକୁ ପାଇଥାନ୍ତି କିନ୍ତୁ ଯଦି ବଡ ବଂଶରେ ଜନ୍ମ ହୋଇ କୁକର୍ମ କରନ୍ତି ତେବେ ତାଙ୍କର ସମାଜରେ ନିନ୍ଦା ହିଁ ହୋଇଥାଏ । ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମଣିଷ ନିଜ କର୍ମ ଦ୍ଵାରା ସମ୍ମାନ ପ୍ପାଇଥିବା ନିଜ ଜନ୍ମ ଦ୍ଵାରା ନୁହ ।

୩. ତୃତୀୟ କଥା ଚାଣକ୍ୟ ଏହା କହିଥିଲେ ଯେ ମଣିଷ ଜୀବନରେ ବହୁତ ପ୍ରକାର ବାଧା ଆସିଥାଏ କିନ୍ତୁ ଯେଉଁ ବ୍ୟକ୍ତି ଏହି ବାଧାକୁ ପାର କରି ଆଗକୁ ବଢିଥାଏ ସେହି ବ୍ୟକ୍ତି ସଫଳତା ପାଇଥାଏ । ଏହାର ଉଦାହରଣରେ ଚାଣକ୍ୟ କହିଥିଲେ ଯେତେବେଳେ କୌଣସି ନଦୀ ସମୁଦ୍ରରେ ମିଶିବାକୁ ଯାଇଥାଏ ତାକୁ ହଜାର ପ୍ରକାର ସମସ୍ଯା ସାମ୍ନା କରିବାକୁ ପଡିଥାଏ, ସବୁ ପାର କରିବା ପରେ ସେ ସମୁଦ୍ର ସହ ମିଶିଥାଏ ନଚେତ ଗୋଟେ ଜାଗାରେ ରହି ଅସନା ହୋଇଥାଏ ।

୪. ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁଯାଇ ଯେତେବେଳେ ମଣିଷ ନିଜ ଠାରୁ ବଡ ଓ ବୁଦ୍ଧିମାନ ଲୋକଙ୍କ ସହ ରହିଲେ ବହୁତ ଆଗକୁ ବଢିଥାଏ କିନ୍ତୁ ଯଦି ସେ ନିଜ ସମାନ ଲୋକଙ୍କ ସହ ରହିଥାଏ ସେତେବେଳେ ସେ ନିଜକୁ ଅଧିକ ବୁଦ୍ଧିମାନ ମନେ କରିଥାଏ ଯାହା ଫଳ ସ୍ଵରୁପ୍ପ ସେ ନିଜ ଜ୍ଞାନ ବଢେଇ ପାରେ ନାହିଁ ଓ ସେତିକିରେ ରହି ଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।