ଚୀନ ତରଫରୁ ସମସ୍ତ ବିଶ୍ଵବାସୀଙ୍କୁ ପୁଣି ଥରେ ଏକ ବଡ ଝଟକା, ପୃଥିବୀକୁ ମାଡି ଆସୁଛି ଚୀନର ନୂଆ ବିପଦ

ଚୀନ ଦେଶରୁ ଆରମ୍ଭ ହୋଇଥିବା ଭା-ଇ-ର-ସର ବି-ପ-ଦ ବର୍ତ୍ତମାନ ପୂରାପୂରି ସମାପ୍ତ ହୋଇ ନ ଥିଲା କି ଚୀନ ତରଫରୁ ପୁଣି ଥରେ ଗୋଟିଏ ବଡ ବି-ପ-ଦ ମାଡି ଆସୁଛି । କହିବାକୁ ଗଲେ ଏହି ବି-ପ-ଦ ଚୀନ ଦ୍ଵାରା ନିର୍ମିତ ନୂଆ ସ୍ପେଶ୍ ମଡ୍ୟୁଲକୁ ନେଇ ଅଟେ । ସ୍ଥାୟୀ ମହାକାଶ କେନ୍ଦ୍ର କରିବା ନିମନ୍ତେ ତିଆରି କରିଥିବା କ୍ୟାବିନ ଆକାରର ଏହି ସ୍ପେଶ୍ ମଡ୍ୟୁଲ ଆସନ୍ତା କାଲି ପୃଥିବୀ ପୃଷ୍ଠୁକୁ ଫେରିପାରେ । କିନ୍ତୁ ସବୁଠୁ ବଡ ବି-ପ-ଦ ଓ ଚିନ୍ତାର କଥା ଏହା ଅଟେ କି ଏହି ସ୍ପେଶ୍ ମଡ୍ୟୁଲ ବର୍ତ୍ତମାନ କାହାର ବି ନିୟନ୍ତ୍ରଣରେ ନାହିଁ ।

ଏମିତିରେ ଏହା ବହୁତ ବଡ ରୂପରେ ପୃଥିବୀ ପୃଷ୍ଠରେ କ୍ଷ-ୟ-କ୍ଷ-ତି କରିପାରେ ବୋଲି ଅନୁମାନ କୁରାଯାଉଛି । ଏହା ସହିତ ଜନଜୀବନର ବି କ୍ଷ-ତି ହୋଇପାରେ । କିନ୍ତୁ ଅନ୍ୟ ପଟେ ଚୀନ ତରଫରୁ ଏହିଭଳି ସମସ୍ତ ପ୍ରକାରର ଖବରକୁ ମି-ଥ୍ୟା ବୋଲି କୁହାଯାଉଛି ।

ଚୀନର ଗ୍ଲୋବାଲ ଟାଇମସ ଅନୁସାରେ ଏହି ସ୍ପେଶ୍ ମଡ୍ୟୁଲ ଜନସଂଖ୍ୟା ଶୂନ୍ୟ ସ୍ଥାନ କିମ୍ବା ସମୁଦ୍ରରେ ଆସି ପଡିବ । କହିବାକୁ ଗଲେ ଏହି ସ୍ପେଶ୍ ମଡ୍ୟୁଲରେ ୩ ଜଣ ମହାକାଶଚାରୀ ଯେମିତି ମହାକାଶରେ ରହି ପାରିବେ ସେଥିପାଇଁ ଏହି କ୍ୟାବିନେଟକୁ ଡିଜାଇନ କରାଯାଇଥିଲା । ଗତ ମାସ ୨୯ ତାରିଖରେ ଲନ୍‍ଗ ମାର୍ଚ ୫ବୀ ରକେଟ ସାହାର୍ଯ୍ୟରେ ଏହି ସ୍ପେଶ୍ ମଡ୍ୟୁଲକୁ ମହାକାଶକୁ ପ୍ରେରଣ କରାଯାଇଥିଲା । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଭଲି ନିଜର ମହାକାଶ କେନ୍ଦ୍ର ନିମାର୍ଣ କରିବା ନିମନ୍ତେ ଚୀନ ଏହିଭଳି କିଛି ପଦେକ୍ଷପ ନେଇଥିଲା ।

କହିବାକୁ ଗଲେ କିଛି ୟୁରୋପ ଦେଶମାନଙ୍କର ମାନିବା ଅଟେ କି ରକେଟ ଭୁପୃଷ୍ଠକୁ ପଡିବ ଓ ବହୁତ ପରିମାଣରେ ଏହା କ୍ଷ-ତି ବି କରିପାରେ । କିନ୍ତୁ ଚୀନ ଏହି ରିପୋର୍ଟକୁ ମିଥ୍ୟା ବୋଲି କହିଛି । ଚୀନର କହିବା ଅଟେ କି ପୃଥିବୀର ବାଯୁମଣ୍ଡଳରେ ପ୍ରବେଶ କରିବା ପରେ ରକେଟର ଅଧିକାଂଶ ଅଂସ ପାଉଁଶ ହୋଇଯିବ । ଏହା ପରେ ରକେଟ ଅନ୍ୟ ଅବଶେଷ ଗୁଡିକ ମାନବବିହୀ-ନ ସ୍ଥାନରେ କିମ୍ବା ସମୁଦ୍ରରେ ପଡିବ ବୋଲି ଚୀନ ତରଫରୁ କୁହାଯାଇଛି ।

ଅନ୍ୟ ପଟେ ଆମରିକାର କହିବା ଅଟେ କି ଚୀନର ସ୍ପେଶ୍ ମଡ୍ୟୁଲର ଅବସ୍ଥିତ ଓ ଗତିପଥ ଉପରେ ଆମେରିକାର ସେପ୍ସ ଏଜେନ୍ସି ନାସା ନଜର ରଖିଛି । ଚୀନର ରକେଟ ଖସିବା ଡ-ର ୧୯୭୯ର ସ୍କାଏଲାବ୍ ଘଟଣାକୁ ମନେ ପକାଇ ଦେଉଛି । ଆମେରିକାର ଗବେଷଣା ସଂସ୍ଥା ନାସା ଦ୍ଵାରା ଉତ୍ତକ୍ଷେପଣ କରାଯାଇଥିବା ସ୍କାଏଲାବ୍ ପୃଥିବୀ ଭୂ ପୃଷ୍ଠରେ ପଡିବ ବୋଲି ଜଣା ପଡିବା ପରେ ବିଶ୍ଵର ସବୁ ଦେଶ ଆତଙ୍କିତ ହୋଇ ଯାଇଥିଲେ ।

ମେ ୧୪ ୧୯୭୩ ମସିହାରେ ବିଶ୍ଵର ପ୍ରଥମ ମହାକାଶ ଗବେଷଣା କେନ୍ଦ୍ର ସ୍କାଏଲାବ୍ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମହାକାଶ ଗବେଷଣା କ୍ଷେତ୍ରରେ ଅଧିକ ଗବେଷଣା କରିବା ନମନ୍ତେ ନାସା ପକ୍ଷରୁ ଏହି ମହାକାଶ କେନ୍ଦ୍ରକୁ ପଠା ଯାଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଓ ଅର୍ଥାଭାବ କାରଣରୁ ନାସାର ଏହି ଯୋଜନା ବିଫଳ ହୋଇଯାଇଥିଲା । ଏହା ପରେ ଏହା ପୃଥିବୀ ମୁଖା ହୋଇଥିଲା । କିନ୍ତୁ ଏହାର କିଛି ଅଂସ ଭାରତ ମହାସାଗରେ ପଡିଥିଲା ଓ ଅନ୍ୟ କିଛି ଅଂସ ଅଷ୍ଟ୍ରେଲିୟାରେ ପଡିଥିଲା । କିନ୍ତୁ ଏହା ଦ୍ଵାରା କାହାର ବି ଜୀବନ ଯାଇ ନ ଥିଲା ।

Leave a Reply

Your email address will not be published. Required fields are marked *