ଟିଭି ସୋ “ବୀର କି ଅରଦାସ ବୀରା” ରେ ଅଭିନୟ କରିଥିବା ଦୁଇ ଶିଶୁ କଳାକାର ବୀର ଓ ବୀରା ଆଜି ଦେଖା ଯାଉଛନ୍ତି ଏମିତି

ଆପଣ ମାନେ ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିବା ସିରିଏଲ ୨୦୧୨ ରେ “ଏକ ବୀର କି ଅରଦାସ ବୀରା” ନିଶ୍ଚୟ ଦେଖିଥିବେ । ଏହି ସୋ ବନ୍ଦ ହୋଇ ଯାଇଥିଲେ ମଧ୍ୟ ଦର୍ଶକ ମାନେ ଏହାକୁ ମନେ ରଖିଛନ୍ତି । ଦର୍ଶକ ମାନେ ଏହି ସିରିଏଲର ସବୁ କଳାକାର ମାନଙ୍କର ଅଭିନୟକୁ ବେଶ ପସନ୍ଦ କରିଥିଲେ । ସେମାନଙ୍କ ମଧ୍ୟରୁ ବିରା ଓ ରଣବିଜୟ ନାଁ ସବୁଠାରୁ ଉପରେ ରହିଥିଲା । ଏହି ସୋ ରେ ଏହି ଦୁଇ କଳାକାର ଭାଇ ଭଉଣୀ ଭାବେ ମୁଖ୍ୟ ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।

ଆଜିକୁ ଏହି ସୋ ପ୍ରସାରିତ ହେବାର ପ୍ରାୟ ୮ ବର୍ଷ ହୋଇ ଗଲାଣି । ଏହି ସମୟ ମଧ୍ୟରେ ବୀରା ଓ ରଣବିଜୟ ଭୂମିକାରେ ଅଭିନୟ କରିଥିବା କଳାକାର ଆଜିକା ଡେଟରେ ବହୁତ ବଦଳି ଯାଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏହି ସୋ ରେ ବୀରା ଓ ରଣବିଜୟ ଭୂମିକାରେ ଅଭିନୟ କରିଥିବା ଦୁଇ ଶିଶୁ କଳାକାର ଆଜି କିପରି ଦେଖା ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଏହି ସୋ ରେ ବୀରା ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରର ପ୍ରକୃତ ନାଁ ହେଉଛି ହର୍ଷିତା ଓଝା ଯାହାଙ୍କର ଜନ୍ମ ୨୦୦୭ ଫେବୃଆରି ୧୦ରେ ଝାଡାଖଣ୍ଡର ଧନବାଜ ସହରରେ ହୋଇଥିଲା ।

ହର୍ଷିତା ନିଜର ଅଭିନୟ କ୍ଯାରିୟର “ବୀର କି ଅରଦାସ ବୀରା” ସିରିଏଲରୁ ଆରମ୍ଭ କରିଥିଲେ । ଏହି ସୋ ରେ ହର୍ଷିତା ଛୋଟ ପରଦାରେ ଦମଦାର ଅଭିନୟ କରି ଖୁବ ପ୍ରଶଂସା ସାଉଁଟି ଥିଲେ । ଏହା ପରେ ହର୍ଷିତା “ସାବଧାନ ଇଣ୍ଡିଆ” ଓ “ତମନା” ଭଳି ସୋ ରେ କାମ କରିବାର ମୌକା ପାଇଲେ । ହର୍ଷିତା ବର୍ତ୍ତମାନ ୧୩ ବର୍ଷର ହୋଇ ସାରିଛନ୍ତି । ଆଜିକା ଡେଟରେ ଦେଖିବାକୁ ହର୍ଷିତା ବହୁତ ସୁନ୍ଦର ଲାଗିବା ସହ ତାଙ୍କର ଡ୍ରେସ ଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ଆସିଛି । ସେ ତାଙ୍କ ପରିବାର ସହ ମୁମ୍ବାଇରେ ରହି ନିଜ ପାଠ ପଢାରେ ଫୋକସ କରୁଛନ୍ତି ।

ଏହି ସୋ ରେ ରଣବିଜୟ ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରର ପ୍ରକୃତ ନାଁ ହେଉଛି ଭାବେଶ ବାଲଚନ୍ଦାନି ଯାହାଙ୍କର ଜନ୍ମ ୨୦୦୧ ଏପ୍ରିଲ ୧୪ରେ ଗୁଜୁରାଟର ସୁରଟ ସହରରେ ହୋଇଥିଲା । ଭାବେଶ ନିଜର ଅଭିନୟ କ୍ଯାରିୟର ୨୦୧୧ ରେ “ଫୁଲୱା” ସିରିଏଲରେ ବାବୁ ଚରିତ୍ରରେ ଆରମ୍ଭ କରିଥିଲେ । ଏହା ପରେ ସେ “ସୂର୍ଯ୍ୟପୁତ୍ର କର୍ଣ୍ଣ”, “ସିଆଡି”, “ନାମ କରଣ” ଭଳି ସିରିଏଲରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ବର୍ତ୍ତମାନ ଭାବେ ୧୯ ବର୍ଷର ହୋଇଥିବା ବେଳେ ତାଙ୍କ ଭିତରେ ଅନେକ ପରିବର୍ତ୍ତନ ଆସିଛି ।

ଆଜି ଦେଖିବାକୁ ଭାବେଶ ବହୁତ ହ୍ୟାଣ୍ଡସମ ଲାଗିବା ସହ ନିଜକୁ ଷ୍ଟାଇଲିସ ଭାବେ ମେଣ୍ଟେନ କରିଛନ୍ତି । ଏହା ଛଡା ଆଗ ଭଳି ତାଙ୍କର ସ୍ମାଇଲ ସେହିପରି ରହିଛି । ତାଙ୍କୁ “ନାମ କରଣ” ସିରିଏଲରେ ସମ୍ରାଟ ଭୂମିକାରେ ଅଭିନୟ କରିବାର ଦେଖା ଯାଇଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ କଳାକାରଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *