କୋଲେଷ୍ଟ୍ରୋଲ କୁ କିଭଳି କରିବେ ନିୟନ୍ତ୍ରଣ ? Dr. Binaya Bhusan

ବନ୍ଧୁଗଣ, ଆମ୍ଭେମାନେ ନିଜ ଜୀବନରେ ଅନେକ ଖାଦ୍ଯ ପଦାର୍ଥ ଖାଇଥାଉ । କେତେକ ଚର୍ବୀୟ ଜାତୀୟ ଖାଦ୍ଯ ଖାଇବା ଦ୍ଵାରା ଆମକୁ କୋଲେଷ୍ଟ୍ରୋଲ ହୋଇଥାଏ । ବନ୍ଧୁଗଣ ମିଠା ଜାତୀୟ ଖାଦ୍ଯ ଅଧିକ ପରିମାଣରେ ଯଦି ଆମେ ଖାଇଥାଉ ତାହା ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ଥ ହୋଇଥାଏ । ବନ୍ଧୁଗଣ କୋଲେଷ୍ଟ୍ରୋଲ ର ବିଭିନ୍ନ କମ୍ପୋନେଣ୍ଟ ରହିଅଛି ଯାହା ମଧ୍ୟରୁ ଗୋଟିଏ, HDL (good) କୋଲେଷ୍ଟ୍ରୋଲ;- ଏହାର ପରିମାଣ ଅଧିକ ରହିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ । ଅନ୍ଯଟି LDL (bad) କୋଲେଷ୍ଟ୍ରୋଲ;- ଏହା ଶରୀରରେ କମ ରହିବା ଭଲ ହୋଇଥାଏ ।

ବନ୍ଧୁଗଣ କୋଲେଷ୍ଟ୍ରୋଲ ମୁଖ୍ୟତ ଚର୍ବି ଜାତୀୟ ଖାଇବା ଦ୍ଵାରା ଆସିଥାଏ । ଏହା ଛଡା ଅନ୍ୟାନ୍ୟ ପ୍ଳାଣ୍ଟ ପ୍ରଡ଼କ୍ଟ ର ଫ୍ୟାଟି ଏସିଡ ରୁ ଶରୀରର ଲିଭର ମଧ୍ୟରେ ଫ୍ୟାଟି ଏସିଡ ତିଆରି ହୋଇଥାଏ । କୋଲେଷ୍ଟ୍ରୋଲ ବିଭିନ୍ନ ଷ୍ଟେରୋଡ ହରମୋନ, ଭିଟାମିନ-ଡି, ଏବଂ ସେଲ୍ସ ମିମରନ ର ଏକ ଅଙ୍ଗ ଅଟେ ।

ଯେତେବେଳେ ଏହାର ପରିମାଣ ଅଧିକ ହୋଇଯାଏ ସେତେବେଳେ ଏହା ଶରୀରର ବିଭିନ୍ନ ରକ୍ତ ନଳୀରେ ପ୍ରବେଶ କରିଥାଏ ଏବଂ ରକ୍ତ ନଳୀରେ ବାଧା ସୃଷ୍ଟି କରିଥାଏ । ଏହା ଦ୍ଵାରା ହାର୍ଟ ଷ୍ଟୋକ ଅଥବା ବ୍ରେନଷ୍ଟ୍ରୋକ ହେବାର ସମ୍ଭାବନା ଦେଖା ଯାଇଥାଏ । ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା କୋଲେଷ୍ଟ୍ରୋଲ କିଭଳି ବଢେ ? ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ଯ ଖାଇବା ଅଥବା ଯେଉଁ ମାନଙ୍କର ଡାଇବେଟିକ ଅଛି ଅଥବା ଥାଇରୟଡ ପ୍ରୋବ୍ଲେମ ରହିଅଛି ଏଥିରେ ମଧ୍ୟ ବଢିଥାଏ । ଏହାଛଡା ଅଧିକାଂଶ ସମୟରେ ଏହା ଜେନେଟିକ ଆବ୍ଲୋମାଣ୍ଟ ଯୋଗୁଁ ହୋଇଥାଏ ।

ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ କିଭଳି କରିବେ ? ସର୍ବପ୍ରଥମେ ଆପଣଙ୍କୁ ନିଜ ଖାଦ୍ଯରେ କଣ୍ଟ୍ରୋଲ କରିବାକୁ ହେବ । ଏହାପରେ ନିୟମିତ ଭାବେ ବ୍ୟାୟାମ କରିବା । ଏହାପରେ ଔଷଧ ଆରମ୍ଭ କରିବା । ବନ୍ଧୁଗଣ ବହୁତ ପ୍ରକାର ତେଲ ରେ ଜିରୋ କୋଲେଷ୍ଟ୍ରୋଲ ଲେଖା ଯାଇଥାଏ । ମାତ୍ର ଏହାର କିଛି ଅର୍ଥ ହିଁ ନଥାଏ । କାରଣ କୋଲେଷ୍ଟ୍ରୋଲ ଚର୍ବି ଜାତୀୟ ଖାଦ୍ଯ ରୁ ଆସିଥାଏ । ଏବଂ ଆମେ ଯେଉଁ ତେଲ ବ୍ୟବହାର କରିଥାଉ ତାହା ଏକ ପ୍ଳାଣ୍ଟ ରୁ ଆସିଥାଏ ଅଥବା ଭେଜିଟେବଲ ରୁ ଆସିଥାଏ ।

ବନ୍ଧୁଗଣ ସମସ୍ତ ପ୍ରକାରର ତେଲ ରେ କୋଲେଷ୍ଟ୍ରୋଲ ରହିନଥାଏ । ମାତ୍ର ତାହା ଆମ ଶରୀରକୁ ଯାଇ ଆମ ଲିଭରେ କୋଲେଷ୍ଟ୍ରୋଲ ର ମାତ୍ରା କୁ ବୃଦ୍ଧି କରାଇଥାଏ । ଏଣୁ ଯେତେ କମ ପରିମାଣର ତେଲ ବ୍ୟବହାର କରିବା ତାହା ଅତ୍ୟନ୍ତ ଭଲ ଏବଂ ଲାଭ ଦାୟକ ହେବ ।  ବନ୍ଧୁଗଣ ତେଲ ମଧ୍ୟରୁ ସବୁଠାରୁ ଭଲ ତେଲ ହେଉଛି ଅଲିଭ ଅଇଲ ଯାହା କି ଆମ୍ଭର ମେଟ୍ରୋଜିନ ଏରିଆ ରେ ବ୍ୟବହାର କରାଯାଏ । ମାତ୍ର ସେହି ଅଞ୍ଚଳର ଖାଦ୍ଯ ପ୍ରଣାଳୀ ବହୁତ ଅଲଗା ହୋଇଥାଏ ସେମାନେ ଖାଦ୍ଯ ତିଆରି କରିସାରିବା ପରେ ସେଥିରେ ୧ ରୁ ୨ ଚାମଚ ତେଲ ମିଶାଇ ଥାନ୍ତି ।

ବନ୍ଧୁଗଣ ଆମେ ନୀତିଦିନ ବ୍ୟବହାର କରୁଥିବା ସୋରିଷ ତେଲ, ବାଦାମ ତେଲ, ଅଥବା ଅନ୍ଯାନ୍ଯ ତେଲ ଯେତେ କମ ମାତ୍ରାରେ ବ୍ୟବହାର କରିବା ତାହା ଆମ ଶରୀର ପାଇଁ ଭଲ ହେବ । ଏହା ଛଡା ଖାଦ୍ଯ ପ୍ରସ୍ତୁତି ର ପ୍ରଣାଳୀ ଟିକିଏ ବଦଳାଇବାକୁ ହେବ । ଡିପ ଫ୍ରାଏ, ଡବଲ ଫ୍ରାଏ ଇତ୍ୟାଦି ଠାରୁ ଦୂରେଇ ରହିବାକୁ ହେବ । ଆପଣ ମାନେ ଗଜା ମୁଗ, ସବୁଜ ପନିପରିବା ଯେତେ ପରିମାଣରେ ଖାଇବେ ତାହା ଆପଣଙ୍କ ପାଇଁ ବହୁତ ଭଲ ହେବ ।

ଏହା ସହିତ ଆପଣ ମାନେ ସମୁଦ୍ର ମାଛ ଖାଇବା ଉଚିତ । କାରଣ ସମୁଦ୍ର ମାଛରେ ଓମେଗା-୩ ରହିଅଛି । ଏହା ଶରୀର ନିମନ୍ତେ ବହୁତ ଭଲ ହୋଇଥାଏ । ଅଣ୍ଡା ର ଧଳା ଭାଗ ଟିକୁ ଖାଇବା ଉଚିତ ଏବଂ ତାହାର କେଶର ଭାଗଟିକୁ ଖାଇବା ଅନୁଚିତ । ବନ୍ଧୁଗଣ ଆପଣ ମାନେ ଏହିସବୁ ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ, ଆପଣ କୋଲେଷ୍ଟ୍ରୋଲ ସହିତ ହାର୍ଟ ଆଟାକ ଠାରୁ ମଧ୍ୟ ଦୂରେଇ ରହି ପାରିବେ । ଦର୍ଶକବନ୍ଧୁ ଯଦି ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ, ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *