କାଲି ବଡ ବୁଧବାର, ବାସ ଟିକେ ଚାଉଳ… ମିଳିବ ସବୁ କଷ୍ଟ ଓ ସଙ୍କଟରୁ ମୁକ୍ତି

ଗଣେଶ ଭଗବାନ ସଙ୍କଟ ହର୍ତା ଅଟନ୍ତି, ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କୌଣସି ଶୁଭ କାର୍ଯ୍ୟ ଆଗରୁ ଭଗବାନ ଶ୍ରୀ ଗଣେଶଙ୍କ ପୂଜା ହୋଇଥାଏ । ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ଗୋଟେ ଏମିତି ବ୍ରତ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ସବୁ ମନ ଇଛା ପୂର୍ଣ୍ଣ ହବ ଆଉ ଆପଣ ନିଜ ଜୀବନରେ ବହୁତ କିଛି ପାଇ ପାରିବେ । ତେବେ ଭଗବାନ ଗଣେଶଙ୍କୁ ସବୁ ଭଗବାନ ମାନଙ୍କ ଦ୍ଵାରା ଏହି ବରଦାନ ମିଳିଥିଲା ଯେ ଯେ କୌଣସି ପୂଜା ପର୍ବ ଆଗରୁ ଭଗବାନ ଗଣେଶଙ୍କ ପୂଜା ହବ ତେବେ ଯାଇ ପୂଜା ସଫଳ ହୋଇ ପାରିବ ନଚେତ ପୂଜା ସଫଳ ହବ ନାହିଁ ।

ଗଣେଶଙ୍କ ସଙ୍କଷ୍ଠୀ ଚତୁର୍ଥୀ ବହୁତ ଶୁଭ ଫଳ ଦାଇ ହୋଇଥାଏ ଏହି ଦିନ ପୂଜା କରିବା ଦ୍ଵାରା ମଣିଷ ନିଜ ମନସ୍କାମନା ପୁର୍ତି କରିଥାଏ । ତେବେ ବୁଧବାର ଦିନ ଉଠି ଆପଣଙ୍କୁ ଘର ଝାଡୁ କରି ଲୁଣ ବା ଫିଟିକିରି ଦ୍ଵାରା ଘର ପୋଛିବାକୁ ହବ ଏହା ପରେ ଆପଣଙ୍କୁ ନିଜ ଘରେ ଆମ୍ବ ପତ୍ର ସାହାଯ୍ୟରେ ହଳଦୀ ପାଣି ଛିଞ୍ଚିବାକୁ ହବ ଏହା ପରେ ଆପଣ ବଳିଥିବା ହଳଦୀ ପାଣି କୌଣସି ଗଛ ମୂଳରେ ଦେଇ ପାରିବେ ।

ଏହା ପରେ ଆପଣ ସ୍ନାନ କରି ସଫା ବସ୍ତ୍ର ଧାରଣ କରି ଭଗବାନଙ୍କ ପାଖରେ ପୂଜା କରିବା ପାଇଁ ବସି ଯାନ୍ତୁ ଏହା ପରେ ଆପଣ ଭଗବାନଙ୍କୁ ଆଗ ପୋଛି ଦିଅନ୍ତୁ ଏହା ପରେ ତାଙ୍କୁ ଚନ୍ଦନ ଲଗାଇ ଦିଅନ୍ତୁ ଏହା ପରେ ଫୁଲ ଅର୍ପଣ କରନ୍ତୁ ଓ ତାହା ପରେ ଆପଣ ଭଗବାନ ଗଣେଶଙ୍କ ବହି ପଢନ୍ତୁ ତାଙ୍କ କଥା ପଢିବା ବହୁତ ଆବଶ୍ୟକ ହୋଇଥାଏ ଆପଣଙ୍କୁ ଭଗବାନ ଗଣେଶଙ୍କ ଆରତୀ ଗାଇବାକୁ ହବ ଏହା ପରେ ଗୋଟେ ମନ୍ତ୍ର ଜାପ କରନ୍ତୁ ଯାହା ଆପଣ ମାନେ ସମସ୍ତେ ଜାଣିଛନ୍ତି ।

ବକ୍ର ତୁଣ୍ଡ ମହାକାୟ, ସୂର୍ୟ କୋଟି ସୁ ସମ୍ପ୍ରଭ ।

ନୀରବିଘ୍ନମ କୁରୁ ମେଦେବ, ସର୍ବ କାର୍ଯେଶୁ ସର୍ବଦା ।।

ତେବେ ଏହି ଜାପ କରନ୍ତୁ, ଆପଣଙ୍କୁ ମନ ଶାନ୍ତି ସହ ଆରଥି ସାହାଯ୍ୟ ମଧ୍ୟ ପ୍ରାପ୍ତ ହବ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ପୂଜା ପର୍ବ ଆମ ମନ ଶାନ୍ତି ପାଇଁ ହୋଇଥାଏ ଆଉ ଏହାକୁ ଭକ୍ତି ସହ କରିବା ଦ୍ଵାରା ଭଗବାନ ଦର୍ଶନ ଦିଅନ୍ତି । ତେବେ ଆପଣ ଯଦି ନିଜ ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଗବାନ ଗଣେଶଙ୍କୁ ନାଲି ମନ୍ଦାର ଅର୍ପଣ କରିବା ଉଚିତ ଏହା ସହ ଆପଣ ଭଗବାନ ଗଣେଶଙ୍କୁ ଲଡୁ ଭୋଗ ରୂପରେ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଲାଭ ପ୍ରାପ୍ତି ହବ ।

Leave a Reply

Your email address will not be published. Required fields are marked *