ହେ ଭଗବାନ! Mo Busରୁ ଚୋରୀକରି ଧରା ପଡିଲେ 2ଝିଅ… ମହିଳା ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ମୋ ବସ ଭିତରେ ଚୋରୀ କରୁଥିବାର ଧାରା ପଡିଲେ ଦୁଇ ଝିଅ। ମୋ ବସ ରେ ଜଣେ ମା ଝିଅ ଯାଉଥିଲେ, ମା ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ବର ର ହସ୍ପିଟାଲ AIMS ରେ ଦେଖାଇବା ପାଇ ଆଣି ଥିଲେ ତାଙ୍କ ଝିଅ । ହଠାତ କଣ୍ଡକ୍ଟଟର ମହିଳା ଙ୍କୁ ପଇସା ମାଗିଲେ ସେ ନିଜ ପର୍ସ ଖୋଜିବା ବେଳେ ଏହା ମିଳି ନଥିଲା । ସେହି ସମୟରେ ତାଙ୍କର ମନେ ପଡିଲା କି ତାଙ୍କ ପଛରେ ଦୁଇଟି କମ ବୟସ୍କ ଝିଅ ଠିଆ ହୋଇଥିଲେ ଓ ସେମାନେ ଡେଣ୍ଟାଲ ପାଖରେ ଓଲହାଇ ଯାଇଥିଲେ ।

ସେମାନେ ବୋଧେ ହୁଏ ନେଇ ଥିବେ ତାଙ୍କ ପର୍ସ କାରଣ ତାଙ୍କ ପଛରେ ସେମାନେ ଠିଆ ହୋଇ ଥିଲେ ଓ ତାଙ୍କ ପର୍ସ ର ଚେନ ମଧ୍ୟ ଖୋଲା ହୋଇ ଯାଇଛି । ସେ ହଠାତ ଗାଡିରୁ ତଳକୁ ଆସିକି ନିଜ ମା ଙ୍କୁ ତଳକୁ ଆଣିଲେ ଓ ଅପେକ୍ଷା କରିବା ପାଇଁ କହିଲେ ।

ଅଟୋ କରିକି ଡେଣ୍ଟାଲ ଯାଏ ମହିଳା ଜଣଙ୍କ ଏକା ଯାଇ ଥିଲେ ଓ ସେହି ସାମନାରେ ଥିବା ଏକ ଦୋକାନୀ କୁ ପଚାରି ଥିଲେ କି ଆପଣ ଏହି ଜାଗାରେ ଦୁଇ ମହିଳା ଙ୍କୁ ଦେଖି ଛନ୍ତି କି ଯେଉଁ ମାନେ ଖଇରିଆ ଓ ପିଂକ ରଙ୍ଗର ଡ୍ରେସ ପିନ୍ଧି ଥିଲେ । ଯୁବକ ଜଣକ ହଁ କହିବାରୁ ।

ମହିଳା ତାଙ୍କୁ ଅନୁରୋଧ କରିଥିଲେ ସାହାଜ୍ଯ ପାଇଁ କହିଲେ କି ମୋର ସବୁ ଟଙ୍କା ଚୋରୀ ହୋଇ ଯାଇଛି ମୁ ମୋ ମାଙ୍କ ଚିକିସ୍ଛା ପାଇଁ ପଇସା ଆଣିଥିଲି । ଦୟା କରିକି ସାହାଜ୍ଯ କରନ୍ତୁ । ଏହା ପରେ ଦୁହେଁ CRP ଯାଏ ଯାଇ ଥିଲେ ମାତ୍ର ଚୋରୀ କରିଥିବା ଦୁଇ ମହିଳା ଙ୍କୁ ପାଇ ନଥିଲେ ହଠାତ ଯୁବକ ଜଣକ ଫାୟାରଷ୍ଟେସନ ପାଖରେ ଦୁଇ ଜଣଙ୍କୁ ଦେଖି ଥିଲେ ଓ ଗାଡି ସାଇଡ କରିକି ତାଙ୍କୁ ଧରି ଥିଲେ ।

ଦୁଇ ମହିଳା ମାନି ନଥିଲେ କି ସେମାନେ ଚୋରି କରିଛନ୍ତି । ଏହା ପରେ ଆଉ ଯୁକ୍ତି ନକରି ତାଙ୍କୁ ପୋଲିସ ହାତରେ ଦିଆ ଯାଇ ଥିଲା । ପୋଲିସ ତାଙ୍କ ପାଖରୁ 10 ରୁ ଅଧିକା ଫୋନ ପାଇ ଥିଲା ଓ କିଛି ଟଙ୍କା ମଧ୍ୟ, ଏହା ସହ ଚୋରୀ ହୋଇଥିବା 5000 ଟଙ୍କା ଯାହା ମହିଳାଙ୍କ ମା ଙ୍କ ସ୍ୱାସ୍ଥ୍ୟ ପାଇଁ ଥିଲା ତାହା ମଧ୍ୟ ଜବତ କରିଥିଲା ।

ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦୁଇ ଝିଅ ଓଡିଆ ବୁଝି ପାରୁ ନଥିଲେ ସେମାନେ ଓଡିଆ ନୁହଁନ୍ତି । ସେମାନେ ହିନ୍ଦୀ ଅଳ୍ପ ଅଳ୍ପ ବୁଝି ପାରୁ ଥିଲେ ଓ କିଛି ଅଲଗା ଭାଷା ରେ କଥା ହେଉ ଥିଲେ । ଚୋରୀ ପଇସା ପାଇବା ପରେ ମହିଳା କହିଛନ୍ତି କି ଏହି ଭଳି କମ ବୟଶ ରୁ ଚୋରୀ କରୁଥିବା ଝିଅମାନଙ୍କୁ ମଧ୍ୟ କଠିନ ଦଣ୍ଡ ମିଳିବା ଦରକାର । କାରଣ ସେମାନେ ଅନ୍ୟର ଝାଳ ବୁହା ଧନକୁ ଚୋରୀ କରୁଛନ୍ତି । ଏହାର ତଦନ୍ତ କରୁଛି ଏବେ ପୋଲିସ କାରଣ ଏହା ଆଗରୁ ଅନେକ ଥର ଏହି ଭଳି ଘଟଣା ହୋଇଛି ଭୁବନେଶ୍ବରରେ ।

Leave a Reply

Your email address will not be published. Required fields are marked *