ମୌନ କିଏ ରୁହେ ମୂର୍ଖ ନା ବୁଦ୍ଧିମାନ ବ୍ୟକ୍ତି ? Geeta Gyan

ଆପଣ ଆପଣଙ୍କ ଜୀବନରେ କେବେ ତଲବାର କିଣିଛନ୍ତି । କଣ ଦେଖି ତଲବାର କିଣିଥାନ୍ତି ତାର ରୂପ ଦେଖି ନା ତାର ଧାରା ଦେଖିକି । ଆବଶ୍ୟକ କଣ ହୋଇଥାଏ ଆପଣ ଯୋଦ୍ଧା କି କ୍ଷତ୍ରିୟ ଅଟନ୍ତି । ହୋଇପାରେ ଆପଣ ଜଣେ ବ୍ୟାପାରୀ କି ଛାତ୍ର ଓ ଶିକ୍ଷକ ହୋଇପାରନ୍ତି ।

ଆପଣ ନୂଆ ବସ୍ତ୍ର କେମିତି କିଣନ୍ତି, କଣ  ତାର ରଙ୍ଗ ରୂପ ଦେଖିକି କିଣିଥାନ୍ତି ନା ତାର ଗୁଣବତା ଦେଖି । ଠିକ ସେହି ପରି ଆପଣ ଯେବେ ମନୁଷ୍ୟ ସହିତ ମିସୁଛନ୍ତି ତାର ରଙ୍ଗ ରୂପରେ ଜାଆ ନାହିଁ । ତାର ଆଚାର ବ୍ୟବହାର ଦେଖିବାକୁ ଚେଷ୍ଟା କରନ୍ତୁ ।

ତାର ମେଧାଓ ପ୍ରତିଭାର ମୂଲ୍ୟାଙ୍କନ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଜୀବନ ବହୁତ ସରଲ ହୋଇଯିବ । ଆପଣ ଜୀବନରେ ଗୋଟେ କଥାତ ଶୁଣିଥିବ ଚୁପ ରହିବା ସାହେକୁ ହରାଇଥାଏ ।  ଶୁଣିଛନ୍ତି ନା ସେଥିଲାଗି ଜୀବନରେ ବହୁତ ବାର ଆମେ ଚୁପ ରହିଥାଉ ।  କିନ୍ତୁ ଏହା ସତ୍ୟ ଅଟେକି ଗୋଟେ ମୂର୍ଖ ପାଇଁ ଚୁପ ରହିବାଠୁ ଅଧିକ ଶ୍ରେୟସ୍କର ଆଉ କିଛିବି ହୋଇନଥାଏ । କିନ୍ତୁ କଣ ଜୀବନରେ ସବୁବେଳେ ଚୁପ ରହିବା ଉଚିତ ଅଟେକି, କେବେବି ନୁହେଁ ଯେଉଁଠି ପାପ ବଢିଚାଲିଛି, ଛଳ ହେଉଛି ସେଠି ଚୁପ ରହିଲେ ଅଧିକ ଅପରାଧ ଅଟେ ।

ଚୁପ ରହିକି ଆପଣ କଦାଚିତ ସମସ୍ୟାରୁ ବଞ୍ଚି ଜୀବ କିନ୍ତୁ  ଆପଣ ସଂସାରକୁ ସମସ୍ୟାରେ ପକାଇ ଦିଅନ୍ତି । ଇତିହାସ ସାକ୍ଷୀ ଅଛି ପାପୀ ମାନଙ୍କ ଉଦଣ୍ଡତା ସଂସାରକୁ ଏତେ କ୍ଷତି ପହଞ୍ଚାନ୍ତି ନାହିଁ ଯେତିକି ଭଲ ଲୋକ ଚୁପ ହୋଇକି ପହଞ୍ଚାଇ ଥାନ୍ତି । ଯଦି କେହି ମୂର୍ଖ କହୁଛି ଚୁପ ରହିବା ଉଚିତ ଅଟେ କିନ୍ତୁ ଯେଉଁଠି ଅପରାଧ ହେଉଛି, ଛଳ ହେଉଛି, ଉଠନ୍ତୁ ଓ ସେହି କଥାକୁ ବିରୋଧ କରନ୍ତୁ । ଆପଣ ନ ହୁଅନ୍ତୁ କିନ୍ତୁ ଆପଣଙ୍କ ଭବିଷ୍ୟ ପିଢୀ ଏହି ପାପ ଦଣ୍ଡ ଅବଶ୍ୟ ସହିବ ।

ଯଦି ଆପଣ ବିରୋଧ ନକରୁଛନ୍ତି ସେଇ ଲୋକର ବହୁତ ସାହସ ହୋଇଯିବ ଆପଣଙ୍କ ଉପରେ ଚଢି କଥା କହିବ ପାଇଁ ସେଥିପାଇଁ ଏମିତି ସମୟ ଆସିବାକୁ କେବେବି ଦେବେନି ଯଦି କେଉଁଠି ଅନ୍ୟାୟ ହେଉଛିତ ସେହି କଥାର ବିରୋଧ କରନ୍ତୁ । ସେଠି ଚୁପ ରୁହ ଯେଉଁଠି ତୁମର ଭୁଲ ରହୁଛି, କିନ୍ତୁ ଅନ୍ୟାୟରେ କେବେବି ଚୁପ ରୁହନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *