ଫୁସ୍‌ଫୁସକୁ ସୁସ୍ଥ ରଖିବା ପାଇଁ Best ଅଟେ ଏହି ଯୋଗାସନ- Swami Ramdev

ଅଧିକାଂଶ ଘରେ ବଡ଼ ଲୋକ ମାନେ କୁହନ୍ତି କି ଫୁସ୍‌ଫୁସ୍‌ ସୁସ୍ଥ ଅଛି ତ ଶରୀର ବି ସୁସ୍ଥ ଅଛି । ଫୁସ୍‌ଫୁସ୍‌ କୁ ସୁସ୍ଥ ରଖିବା ସବୁଠୁ ବେଶୀ ମହତ୍ୱପୂର୍ଣ୍ଣ କାରଣ ଶରୀରର ଏହି ଅଂଶରେ ଅଧିକ ସଂକ୍ରମଣ ସମ୍ଭାବନା ରହିଥାଏ । ସବୁବେଳେ ଲମ୍ବା ନିଶ୍ୱାସ ନେବା ଓ ଛାଡ଼ିବା ଫୁସ୍‌ଫୁସରେ ବାୟୁ ର ସଞ୍ଚାର ଠିକ ଭାବରେ ହୋଇଥାଏ ।

କିନ୍ତୁ କଣ ଆପଣ ଜାଣନ୍ତିକି ଫୁସ୍‌ଫୁସକୁ ଯୋଗ କରିବା ଦ୍ଵାରା ସୁସ୍ଥ ରଖାଯାଇପାରିବ । ନିୟମିତ ଭାବରେ ଯୋଗାସନ କଲେ ଛାତିର ମାଂସପେଶୀ ମଜବୁତ ହୁଏ । ଏହା ସହିତ ଫୁସ୍‌ଫୁସର କାର୍ଯ୍ୟକ୍ଷମତା ର ବିକାଶ ହୋଇଥାଏ । ଆସନ୍ତୁ ଜାଣିବା କେଉଁ କେଉଁ ଯୋଗାସନ କରିବା ଦ୍ୱାରା ଫୁସ୍‌ଫୁସକୁ ସୁସ୍ଥ ରଖାଯାଇପାରିବ ।

Image Courtesy: Google

ପ୍ରାଣାୟମ

ଫୁସ୍‌ଫୁସର କ୍ଲିନିଂ ପାଇଁ ପ୍ରାଣାୟମକୁ ସବୁଠୁ ଭଲ ଓ ସହଜ ମନାଯାଇଥାଏ । ଏହାଦ୍ବାରା ପଯ୍ୟାପ୍ତ ମାତ୍ରାରେ ଅକ୍ସିଯେନ ମିଳିଥାଏ ଯାହା ଫୁସ୍‌ଫୁସ କ୍ଲିନ କରିବାର କାର୍ଯ୍ୟ କରିଥାଏ ।

ଅନୁଲୋମ ବିଲୋମ

Image Courtesy: Google

ସାରା ଶରୀର କ୍ଲିନିଂ ଓ ମତିଷ୍କ କୁ ମଜବୁତ କରିବା ପାଇଁ ଅନୁଲୋମ ବିଲୋମ ଉତ୍ତମ ଅଟେ । ନିୟମିତ ଏହାକୁ କରିବା ଦ୍ଵାରା ତନ ମନ ସବୁ ଚିନ୍ତାମୁକ୍ତ ରହିଥାଏ ।

କପାଳଭାରତି

ଫୁସ୍‌ଫୁସ ପରିଷ୍କାର ହେବା ସହ ନାଡି କ୍ଲିନିଂ କରିବା ପାଇଁ ଏହା ଉତ୍ତମ ଅଟେ । ଯୋଗବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହାକୁ ନିୟମିତ କଲେ ଫୁସ୍‌ଫୁସର ବ୍ଲକେଜ ଖୋଲିଥାଏ ଓ ପାଚନ ପ୍ରକ୍ରିୟା ସଠିକ ହୋଇଥାଏ ।

ତ୍ରିକୋଣାସନ

Image Courtesy: Google

ଏହାକୁ କରିବା ପାଇଁ ସାରା ଶରୀରର ଶକ୍ତି ଲାଗିଥାଏ । ଏହା ଫୁସ୍‌ଫୁସର କ୍ଲିନ କରିବାରେ ସହାୟକ ହୋଇଥାଏ । ପ୍ରତିଦିନ ସକାଳୁ 10 ରୁ 15 ମିନିଟ ତ୍ରିକୋଣାସନ କଲେ ମତିଷ୍କକୁ ଏକାଗ୍ର କରିବା ପାଇଁ ସାହାଯ୍ୟ ମିଳିଥାଏ ।

ଏହି ଜିନିଷରୁ ରୁହନ୍ତୁ ଦୂରରେ

ଯୋଗ ଦ୍ୱାରା ଫୁସ୍‌ଫୁସକୁ ସୁସ୍ଥ କରିବା ଲୋକମାନେ କିଛି ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହି ଯୋଗାସନ କରିବା ସମୟରେ ଧୁମ୍ରପାନ, ମଦ ଏହି ପରି ନିଶାଦ୍ରବ୍ୟ କଦାପି ସେବନ କରନ୍ତୁ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *