କୋଭିଡ-୧୯ ର ସଂକ୍ରମଣ ପରିସ୍ଥିତିକୁ ଦେଖି ସରକାର ଦେଲେ ସତର୍କ ଘଣ୍ଟି

କୋରନାର ସଂକ୍ରମଣ ଏମିତି ବଢିବାକୁ ଲାଗିଛି ଏଥିରେ ଲୋକ ଭୟଭୀତ ହୋଇଗଲେଣି । ଆଗକୁ କଣ ହେବ ତାହା କିଛି ଠିକ ନହିଁ । ଲୋକ ଏହି ପରିସ୍ଥିତି ପାଇଁ ବହୁତ ଅସୁବିଧାର ସମୁଖୀନ ମଧ୍ୟ ହେଉଛନ୍ତି । କୋରନା ଏବେ ଚିନ୍ତାର ବିଷୟ ପାଲଟିଛି । ଏହାର ଅନ୍ତ କେବେହେବ ତାହା ମଧ୍ୟ ଠିକ ନହିଁ, ଏହି ପରିସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି । ଆଗକୁ କଣ ହେବ କେହି ଜାଣି ନାହାନ୍ତି । ଏହି ପରିସ୍ଥିତି ହଟିବ ବୋଲି ଆଶା ବାନ୍ଧି ଲୋକ ବସିଛନ୍ତି । ବେଳେ ବେଳେ ଏମିତି ଲାଗୁଛି ଏହା ଅନିଶ୍ଚିତ କାଳ ପାଇଁ ରହିବ ବୋଧେ ।

ଗତ ଦୁଇ ଦିନରେ ୨ ଲକ୍ଷ ସଂକ୍ରମଣ ପରେ ସରକାର ସତର୍କ ସୂଚନା ଦେଇଛନ୍ତି । ନୀତି ଆୟୋଗ ସଦସ୍ୟ ବିକେ ପାଲ କହିଛନ୍ତି ଦେଶରେ ଖରାପ ହେଉଛି ପରିସ୍ଥିତି ଆସନ୍ତା ଚାରି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ । ଆଜି ସାମ୍ବାଦିକ ସମିଳନୀ କରି କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେବା ବେଳେ କହିଛନ୍ତି ନୀତି ଆୟୋଗ ସଦସ୍ୟ । ଦେଶରେ ଗତ କିଛି ଦିନ ହେବ କୋଭିଡ ସଂକ୍ରମଣ ବଢିବା ପରେ ଗତ ଦୁଇ ଦିନରେ ୨ ଲକ୍ଷ ସଂକ୍ରମଣ ଚିହ୍ନଟ ହେବା ପରେ ସତର୍କ କରାଇଛନ୍ତି କେନ୍ଦ୍ର ସରକାର ।

ସୋମର ଦିନ ଦେଶରେ ଏକ ଲକ୍ଷ ତିନି ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ଦିନ ୯୬ ହଜାର ମାମଲା ସାମନାକୁ ଆସୁଛି । ଏହା ଭିତରେ ସଂକ୍ରମଣ କମାଇବାକୁ ହେଲେ କଟକଣା ମାଣିବାକୁ ହେବ ଆଉ ସତର୍କ ରହିବାକୁ କେନ୍ଦ୍ର ସରକାର କହିଛନ୍ତି । ସେତେବେଳେ ସ୍ୱାସ୍ଥ୍ୟ ସଚିବ ରାଜେସ ଭୂଷଣ ସୂଚନା ଦେଇ କହିଛନ୍ତି ଦେଶର ଦଶଟି ଜିଲାରେ ପରିସ୍ଥିତି ଉଦବେଗ ଜନକ ରହିଛି । ଭିକେ ପାଲ କହିଛନ୍ତି ଭ୍ୟାକସିନେସନ ଯେଉଁ ପୁରା ପ୍ଳାନ ଆଚି ତାକୁ ଆପଣାନ୍ତୁ ।

କୋଭିଡର ଯାହା ନୀତି ନିୟମ ରହିଛି ତାକୁ ଆପଣାନ୍ତୁ । ଯେଉଁଠି ଯେଉଁଠି କୋଭିଡ ପରିସ୍ଥିତି ଖରାପ ଅଛି ତାର ନୀତିନିୟମ ମାନନ୍ତୁ । ଯିଏ ବେସୀ କୋଳାହଳ ପୂର୍ଣା ସ୍ଥାନକୁ ଯାଉଛନ୍ତି ଟିକେ କମ କରନ୍ତୁ , ନହେଲେ ଟିକେ ଅପେକ୍ଷା କରନ୍ତୁ । କୋଭିଡର ଏହି ସେକେଣ୍ଡ ଫେଜକୁ ଆମକୁ ଭୋଗିବାକୀ ମଧ୍ୟ ହେବ । ଏହି ପରିସ୍ଥିତିର ସାମ୍ନା କରିବାକୁ ପଡିବ ଔ ତାକୁ ହରାଇବାକୁ ମଧ୍ୟ ପଡିବ ।

Leave a Reply

Your email address will not be published. Required fields are marked *