କୋରୋନା ର ନୂଆ ଲକ୍ଷଣ, ଅଣଦେଖା କରନ୍ତୁ ନାହିଁ- Dr Jayanta Kumar Panda

ବନ୍ଧୁଗଣ, ମ-ହା-ମା-ରି ର ଭିନ୍ନ ଭିନ୍ନ ସ୍ଟେଜ ରେ ଭିନ୍ନ ଭିନ୍ନ ଭୂତାଣୁ ର ପ୍ରଭାବ ଦେଖାଯାଇଥାଏ । ବର୍ଷେ ତଳେ ଦେଖାଯାଇଥିବା ମ-ହା-ମା-ରୀ, ଯାହାକୁ କୋରୋନା ର ପ୍ରଥମ ଲହରୀ ବୋଲି କୁହାଯାଉଅଛି । ସେଠାରେ କୋରୋନା ର ଯେଉଁଭଳି ଭାବରେ କହର ଥିଲା । ତାହା ସଂପୂର୍ଣ୍ଣ ଭାବରେ ଏହି ଦ୍ଵିତୀୟ ଲହରୀ ଠାରୁ ଭିନ୍ନ ଥିଲା । ପ୍ରଥମ ଲହରୀ ରେ ରୋଗୀ ଆକ୍ରାନ୍ତ ହେଉଥିଲେ, ଅନେକ ଗୁରୁତ୍ଵର ମଧ୍ୟ ହେଉଥିଲେ, ମାତ୍ର ଏତେ ପରିମାଣରେ ରୋଗୀ ସାରା ବର୍ଷ ରେ ଦେଖିନାହୁଁ ଯାହା ଆମ୍ଭେ ଗୋଟିଏ ମାସରେ ଦେଖି ସାରିଲୁଣି ।

ବନ୍ଧୁଗଣ ରାଜ୍ୟରେ ବର୍ତ୍ତମାନ ୬୦୦୦ ରୋଗୀ ଆମ୍ଭେ ବର୍ତ୍ତମାନ ୬୦ ରୁ ଆରମ୍ଭ କରି ୬୦୦୦ ରେ ପହଞ୍ଚି ସାରିଛେ । ବନ୍ଧୁଗଣ ଏହି ଦ୍ଵିତୀୟ ଲହରୀ ର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଏହା ଯେ, ପରିବାରର ଗୋଟିଏ ଲୋକଙ୍କୁ ହେଲେ, କ୍ରମଶ ସମସ୍ତେ ଏଥିରେ ଆକ୍ରାନ୍ତ ହେଉ ଯାଉଛନ୍ତି ।

ଏହା ବ୍ଯତୀତ ଯେ କୌଣସି କ୍ଷେତ୍ର ତାହା ଚାକିରି କ୍ଷେତ୍ର ହେଉ ଅଥବା ଅନ୍ୟ କୌଣସି ଗୃପ ଯଦି ଏହି ମାନଙ୍କରେ ଜଣେ ସଂ-କ୍ର-ମି-ତ ହେଉଛନ୍ତି ତେବେ, ତାଙ୍କ ସମେତ ସେଠାରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ କୋରୋନା ସଂ-କ୍ର-ମି-ତ କରିଦେଉଛି । ଏହି ସଂ-କ୍ର-ମ-ଣ ଅଧିକାଂଶ ବ୍ୟକ୍ତିଙ୍କର ପତଳା ଝାଡା ହେଉଛି, ପେଟ ତଥା ଶରୀରରେ ଏହାର ଲକ୍ଷଣ ବହୁତ ଭାବରେ ଦେଖା ଯାଉଅଛି ।

ବନ୍ଧୁଗଣ, ଗତବର୍ଷ ଆମ୍ଭେ ଦେଖିଥିଲେ, ନାକ ବନ୍ଦ ହେବା, ଛାତି ଯନ୍ତ୍ରଣା ହେବା, କାଶ ହେବା, ଜର ହେବା, ହାଲିଆ ଲାଗିବା ବନ୍ଧୁଗଣ ଏ ସବୁ ଶ୍ଵାସନଳୀଗତ ଲକ୍ଷଣ ଥିଲା । ରୋଗୀ ଅବସ ହୋଇ ଯାଉଥିଲେ ତାଙ୍କର ଅକ୍ସିଜେନ ପରିମାଣ କମୁଥିଲା ଏବଂ ତାଙ୍କୁ ଚିକିସ୍ୟା କରିବାକୁ ପଡୁଥିଲା । ମାତ୍ର ବର୍ତ୍ତମାନ ଏହାର ଦ୍ଵିତୀୟ ଲହରୀ ରେ ଦେଖା ଯାଉଛି ଯେ, ଅଧିକାଂଶ ରୋଗୀ ଲକ୍ଷଣ ହି-ନ । ସେମାନଙ୍କର କୌଣସି ପ୍ରକାରର ଲକ୍ଷଣ ନାହିଁ । ଜର, ଥଣ୍ଡା, କାଶ ଭଳି କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ।

ମାତ୍ର ଆମ୍ଭେ ଅଧିକାଂଶ ଲୋକଙ୍କର ଦେଖୁଆଛୁ ଯେ, ସେମାନେ ପଜେଟିଭ ଅଛନ୍ତି ମାତ୍ର ସେମାନଙ୍କର କୌଣସି ଶିମଟନ ଦେଖିବାକୁ ମିଳୁନାହିଁ । ଏହି ପରିସ୍ଥିତି କୁ ଆଧାର କରି ଆମ୍ଭେ ଜାଣି ପାରୁଛୁ ଯେ, ଏହା ସଂପୂର୍ଣ୍ଣ ଅଲଗା ରହିଅଛି । ବନ୍ଧୁଗଣ ଯଦି ହାର୍ଟ ତଥା ପଲ୍ସ ରେଟ ଯଦି ୧୦୦ ଉପରେ ରହୁଅଛି ଯଦି ଟେମ୍ପ୍ରେଚର ଅତ୍ୟଧିକ ରାହୁଅଛି । ନିଶ୍ଵାସ ପ୍ରଶ୍ଵାସ ୨୪/୨୫ ରୁ ବଢି ୩୦/୩୫ ପର୍ଯ୍ୟନ୍ତ ଯାଉଅଛି । ଆମ୍ଭର ବ୍ଲଡ୍ ପ୍ରେସର ଯଦି ୧୦୦ ରୁ କମିଯାଏ, ତେବେ ଏହା ନିଶ୍ଚିତ ଭାବରେ କୋରୋନାର ନିର୍ଣ୍ଣାୟକ ।

ବନ୍ଧୁଗଣ ଯଦି ଆପଣଙ୍କ ର ଆକ୍ସିଜେନର ମାତ୍ରା କମିଯାଉଛି, ତେବେ ଆପଣ ସେହି ସମୟରେ ପ୍ରାଣାୟମ ଅଥବା ଯୋଗ କରନ୍ତୁ । ଏହାଛଡା ଆପଣ ନିଜ ମୁହଁ ମାଡି ଶୁଅନ୍ତୁ । ଅଧିକ ଭୟଭୀତ ହୁଅନ୍ତୁ ନାହିଁ । ନିଜ ମନକୁ ସାନ୍ତ୍ଵନା ଦେଇ ନିଜ ମନରୁ ଭୟ କୁ ବାହାରକୁ ବାହାର କରନ୍ତୁ । ବନ୍ଧୁଗଣ ମନୋବଳ ସଠିକ ରହିଲେ ଏବଂ ଆମ୍ଭେ ଚାହିଁଲେ ନିଜକୁ ଏହି ସଂ-କ୍ର-ମ-ଣ ବଞ୍ଚିତ କରି ରଖି ପାରିବା ।

ଆପଣଙ୍କର ଏହି ବିବରଣୀ କୁ ନେଇ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *