ଗାଈର କ୍ଷୀର ପିଇବା ଦ୍ଵାରା ହୋଇଥାଏ ଏହି ଚମତ୍କାରୀ ଲାଭ, ହାଡକୁ ମଜବୁତ କରିବା ବ୍ୟତୀତ ଏହି ବଡ ରୋଗରୁ ମଧ୍ୟ ବଞ୍ଚାଏ

ଯେତେବେଳେ କାହା ଶରୀରରେ ଫ୍ରାକ୍ଚର ହୋଇଥାଏ ବା ମସ୍ତିସ୍କ ତେଜ କରିବା କଥା ଆସିଥାଏ ତେବେ ବାଦାମ ସାଥିରେ କ୍ଷୀର କଥା ନିଶ୍ଚୟ ହୋଇଥାଏ । ଏହା ବ୍ୟତୀତ ବି କ୍ଷୀରକୁ ଆଉ କିଛି ସମୟରେ ମନେ ପକାଯାଏ , ଯେମିତି କେଉଁଠି ଖଣ୍ଡିଆ ହୋଇଗଲେ ହଳଦୀ ସହିତ କ୍ଷୀର , ପିଲାମାନଙ୍କର ଉଚ୍ଛତା ପାଇଁ ବୋର୍ନଭିଟା ବା ହର୍ଲିକ୍ସି ସହିତ କ୍ଷୀର ମାନେ କୌଣସି ବି କଥାରେ କ୍ଷୀର କେବେ ବି ଏକୁଟିଆ ନ ଥାଏ ଏବଂ ଏହାର କିଛି ଲାଭ ଆପଣ ମଧ୍ୟ ଜାଣିଥିବେ ।

କ୍ଷୀର ମଧ୍ୟରେ ଯଦି ଆପଣ ଗାଈର କ୍ଷୀର ଉପରେ ଧ୍ୟାନ ଦିଅନ୍ତି ତେବେ ତା ଠାରୁ ଏକ ଅଲଗା ଭିଟାମିନ ଆପଣଙ୍କୁ ମିଳିବ । ଗାଈ କ୍ଷୀର ପିଇବା ଦ୍ଵାରା ହୋଇଥାଏ ଏହି ଚମତ୍କାରୀ ଲାଭ , ଏହା ବିଷୟରେ ଜାଣିବା ପରେ ଯଦି ଆପଣ ଗାଈ କ୍ଷୀର ପସନ୍ଦ କରୁନଥିବେ ତେବେ ଆପଣ ଏହାକୁ ସେବନ କରିବାକୁ ଲାଗିବେ ।

୧ । ମେଲବର୍ନରେ ହୋଇଥିବା ଏକ ରିସର୍ଚ ରେ ଜଣାପଡିଛି ଗାଈର କ୍ଷୀରକୁ ସହଜରେ କ୍ରିମ କରାଯାଇପାରେ ଯିଏ ବ୍ୟକ୍ତିକୁ ଏଡସରୁ ରକ୍ଷା କରିଥାଏ । ମେଲବର୍ନ ରେ ଗର୍ଭବତୀ ଗାଈମାନଙ୍କ ଉପରେ କରାଯାଇଥିବା ଅଧ୍ୟୟନରେ ଏହି କଥା ସାମ୍ନାକୁ ଆସିଥିଲା ।

୨ । ପିଲାମାନଙ୍କର ବୌଦ୍ଧିକ ବିକାଶ ପାଇଁ ଗାଈର କ୍ଷୀର ବହୁତ ଭଲ ହୋଇଥାଏ ଓ ମସ୍ତିସ୍କର ସନ୍ତୁଳନ ରଖିବା ପାଇଁ ମଧ୍ୟ ଗାଈର କ୍ଷୀର ବହୁତ ଭଲ ହୋଇଥାଏ ।

୩ । ଗାଈର କ୍ଷୀର ହଜମ କରିବା ପାଇଁ ସହଜ ହୋଇଥାଏ ଓ ଏହାକୁ ହଜମ କରିବା ପାଇଁ ତନ୍ତକୁ ଅଧିକ ପରିଶ୍ରମ କରିବାକୁ ପଡେ ନାହିଁ । ଖାଦ୍ୟ ଖାଇବା ପରେ ଏକ ଗ୍ଲାସ ଗାଈର କ୍ଷୀର ଖାଦ୍ୟକୁ ସହଜରେ ହଜମ କରିଦିଏ ।

୪ । ପୁରୁଷମାନଙ୍କ ଭିତରେ ଶୁକ୍ରାଣୁର ଅଭାବ ମଧ୍ୟ କ୍ଷୀର ଦୂର କରିଥାଏ ।

୫ । ନିୟମିତ ରୂପରେ ରାତିରେ ଗାଈର କ୍ଷୀର ପିଇବା ଦ୍ଵାରା ଟିବି ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ । ବୃଦ୍ଧଲୋକଙ୍କ ପାଇଁ ମଧ୍ୟ ଗାଈର କ୍ଷୀର ବଳ ପ୍ରଦାନ କରିଥାଏ ।

୬ । ପିତ୍ତ ସମ୍ବନ୍ଧୀୟ ସବୁ ରୋଗର ନିବାରଣ ପାଇଁ ଗାଈର କ୍ଷୀର ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ ।

୭ । ପିଲାଙ୍କୁ ରିକ୍ଟେସ ବା ଶୁଖିଲା ରୋଗ ହେଲେ ଗାଈର କ୍ଷୀର ବାଦାମ ସହିତ ଦେଲେ ଏହା ଔଷଧ ଭଳି କାମ କରିଥାଏ । ରକ୍ତ କୋସିକା ମଧ୍ୟ ବୃଦ୍ଧି କରିଥାଏ ।

୮ । ଗାଈର କ୍ଷୀର ମୁହଁର ସୌନ୍ଦର୍ଜ୍ୟକୁ ମଧ୍ୟ ବଢାଇ ଥାଏ । ଗାଈର କଞ୍ଚା କ୍ଷୀରରେ ମୁହଁର ମସାଜ କରିବା ଦ୍ଵାରା ତ୍ଵଚ୍ଚା ଗୋରା , ବେଦାଗ ଓ ଚମକିଥାଏ ।

୧୦ । ଗାଈର କ୍ଷୀର କ୍ୟାନ୍ସର , ଟିବି , ହଇଜା ଓ କେତେ ରୋଗରୁ ବଞ୍ଚାଇଥାଏ । ଏହା ଏକାକୀ ପିଲାଙ୍କୁ ପୂର୍ଣ୍ଣ ପୋଷଣ ଦେବାରେ ସକ୍ଷମ ହୋଇଥାଏ ।

Leave a Reply

Your email address will not be published. Required fields are marked *