ସ୍ଵାମୀ ସ୍ତ୍ରୀ ସମ୍ପର୍କକୁ ଦୃଢ କରିବାକୁ ଚାହୁଁଛନ୍ତି ତ! ନିଶ୍ଚୟ କରନ୍ତୁ ଏହି ଗୋଟେ କାମ

ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଆପଣ ସବୁ କିଛି ସେୟାର କରୁଥିଲେ ମଧ୍ୟ ନିଜ ପାର୍ଟନର କୁ ପର୍ଶନାଲ ସ୍ପେସ ଦେବା ନିହାତି ଆବଶ୍ୟକ । କୌଣସି ବି ସମ୍ପର୍କକୁ ଭଲ ଭାବରେ ପାଳନ କରିବାକୁ ହେଲେ ଦୁହେଁ ଦୁହିଁଙ୍କୁ ସ୍ପେସ ଦେବା ନିହାତି ଦରକାର କିନ୍ତୁ ବହୁତ ଥର ଲୋକ ଭୁଲ କରି ବସନ୍ତି । ଭଲ ପାଇବା ପରେ ମଧ୍ୟ ନିଜ ପାର୍ଟନରକୁ ସ୍ପେସ ଦେବା ଦରକାର । ପର୍ଶନାଲ ସ୍ପେସକୁ ଭୁଲ ପ୍ରଣାଳିଲେ ନେବା ଠିକ ନୁହେଁ । ପାର୍ଟନରକୁ ସ୍ପେସ ଦେବା ମାନେ ଏହା ବିଲକୁଲ ନୁହେ କି ତାର ଆପଣଙ୍କ ଉପରୁ ମନ ଛାଡି ଗଲାଣି ବା ଆପଣଙ୍କୁ ଧୋକା ଦେଉଛି ।

ଏହି ସମ୍ପର୍କରେ ଦୁଇ ଜଣ ଦୁଇ ଜଣଙ୍କ ସହିତ ସବୁ କଥା, ସବୁ ଅନୁଭବ ସେୟାର କରୁଥିଲେ ମଧ୍ୟ ଦୁହେଁ ଦୁହିଁଙ୍କର ପର୍ଶନାଲ ସ୍ପେସ ର ଧ୍ୟାନ ଦେବା ଦରକାର । ଚାଲନ୍ତୁ ଜାଣିବା କି କେମିତି ଆପଣ ଆପଣଙ୍କ ପାର୍ଟନର କୁ ପର୍ଶନାଲ ସ୍ପେସ ଦେବାର ଅଭ୍ୟାସ କରି ପାରିବେ ।

ସବୁବେଳେ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତୁ

କିଛି ସମୟ ପାଇଁ ଅଲଗା ହୋଇ ଏକାକୀ ନିଜ କାମ କରିବା ନା କେବଳ ଆପଣଙ୍କ ପାର୍ଟନର ପାଇଁ ନୁହେଁ ଆପଣଙ୍କ ପାଇଁ ମଧ୍ୟ ଭଲ ହୋଇଥାଏ । ଏହା ଦ୍ଵାରା ଆପଣଙ୍କର ନିଜର ଜୀବନ ଓ ଦାମ୍ପତ୍ୟ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇଥାଏ । ଆପଣ ଆପଣଙ୍କର ଜୀବନର ପ୍ରତ୍ୟେକ ଭାଗକୁ ବଞ୍ଚିପାରିଥାନ୍ତି ।

ଏହାକୁ ଆପଣଙ୍କ ଭିତରର ଅଭାବ ବୋଲି ନ ଭାବନ୍ତୁ

କିଛି ଲୋକଙ୍କୁ ଲାଗେ କି ଯଦି ପାର୍ଟନର ନିଜ ପାଇଁ ସ୍ପେସ ମାଗୁଛି ତେବେ ସେ ଏହି ସମ୍ପର୍କରେ ଖୁସି ନୁହେଁ ବା ସେ ଏହି ସଂପର୍କକୁ ଶେଷ କରିବାକୁ ଚାହୁଁଛି କିନ୍ତୁ ଏହା ସତ୍ୟ ନୁହେ । ପର୍ଶନାଲ ସ୍ପେସ ଦେବା ଦ୍ଵାରା ଆପଣଙ୍କ ଭିତରର ଅସୁରକ୍ଷାର ଭାବନା ଶେଷ ହୋଇ ଯାଇଥାଏ ।

ଆପଣ କଣ ଅନୁଭବ କରୁଛନ୍ତି , ପାର୍ଟନରଙ୍କୁ କୁହନ୍ତୁ

ଯଦି ପାର୍ଟନର ଙ୍କୁ ପର୍ଶନାଲ ସ୍ପେସ ଦେବା ପାଇଁ ଆପଣଙ୍କୁ ଚିନ୍ତା ହେଉଛି ତେବେ ନିଜ ପାର୍ଟନରଙ୍କ ସହିତ ଏହା ଅବଶ୍ୟ ସେୟାର କରନ୍ତୁ । ଆପଣ ଦୁହେଁ ମିଶି କିଛି ଅନ୍ୟ ରାସ୍ତା ବି ବାହାର କରି ପାରନ୍ତି । ଧ୍ୟାନ ରଖନ୍ତୁ କି ଦ୍ଵିତୀୟ ଲୋକକୁ ଏହା ଯେପରି ଅନୁଭବ ନ ହୁଏ କି ଆପଣ ତାଙ୍କୁ ନିଜ ଠାରୁ ଦୂରେଇ ଯିବାକୁ ବାଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *