କେବଳ ଡାଳିମ୍ବ ନୁହେଁ ଏହାର ପତ୍ର ମଧ୍ୟ ଅଟେ ବହୁତ ଗୁଣକାରୀ, କରେ ଏହି ବଡ ରୋଗ ଭଲ

ଡାଳିମ୍ବ ଗଛ ବୈଜ୍ଞାନିକ ନାମ ପୁଣିକା ଗ୍ରେନଟମ ଅଟେ ଯାହା ସ୍ଵାଦିଷ୍ଟ ଏବଂ ଔଷଧୀୟ ଫଳ ଅଟେ, ଡାଳିମ୍ବ ପତ୍ର ଛୋଟ ଏବଂ ନରମ ହୋଇଥାନ୍ତି, ଏବଂ ଏଥିରେ ଔଷଧୀୟ ଗୁଣ ମଧ୍ୟ ହୋଇଥାଏ, ତେବେ ବୈଜ୍ଞାନିକମାନଙ୍କ କହିବା ଅନୁଯାଇ ଡାଳିମ୍ବ ଗଛରୁ ପ୍ରାପ୍ତ ସବୁ ଅଙ୍ଗରେ ଔଷଧୀୟ ଗୁଣ ହୋଇଥାଏ । ତେବେ ଏହା ଡାଳିମ୍ବ ପତ୍ର ହେଉ ବା ଫୁଲ ବା ଡାଳିମ୍ବ ଫଳ ବା ଡାଳିମ୍ବ ଚୋପା ବା ଡାଳିମ୍ବ ଗଛ ଛାଲ । ତେବେ ଡାଳିମ୍ବ ଗଛ ବହୁତ ପ୍ରକାର ଅସୁବିଧାରେ କାମ କରିଥାଏ ଏବଂ ଏହି ସବୁ ସମସ୍ୟା ଠାରୁ ବଞ୍ଚିବା ପାଇଁ ଏହାର ଉପଯୋଗ କରା ଯାଇଥାଏ ।

Image Courtesy: Google

ତେବେ ଡାଳିମ୍ବ ପତ୍ର ଜଣ୍ଡିସ ଉପଚାର ପାଇଁ ଲାଭକାରୀ ଅଟେ, ପେଟ ଦରଜ ବା ପେଟ ଖରାପରେ ମଧ୍ୟ ଆବଶ୍ୟକ ହୋଇଥାଏ, ଅନିଦ୍ରା ଇତ୍ୟାଦି ଅସୁବିଧାରେ ଚିକିତ୍ସାରେ କାମ କରିଥାଏ, ତେବେ ଆସନ୍ତୁ ବିସ୍ତାର ସହ ଜାଣିବା ଡାଳିମ୍ବ ପତ୍ର ସ୍ୱାସ୍ଥ୍ୟ ଲାଭକାରୀ ଗୁଣ ବିଷୟରେ ।

ଅନିଦ୍ରା ଦୂର କରିଥାଏ :

ଡାଳିମ୍ବ ପତ୍ର ଅନିଦ୍ରା ପାଇଁ ବହୁତ ଲାଭକାରୀ ଜଡି ବୁଟି ଅଟନ୍ତି, ଅନିଦ୍ରା ଚିକିତ୍ସା ପାଇଁ ଆପଣ ଡାଳିମ୍ବ ତାଜା ପତ୍ର ବ୍ୟବହାର କରନ୍ତୁ, ତେବେ ୩ ଗ୍ରାମ ଡାଳିମ୍ବ ତାଜା ପତ୍ର ପେଷ୍ଟ ବନାନ୍ତୁ ଓ ଏହାକୁ ୨୦୦ ମିଲି ଗ୍ରାମ ପାଣି ରେ ଫୁଟେଇ ଦିଅନ୍ତୁ । ଏହି ପାଣିକୁ ଭଲ ଭାବରେ ଫୁଟାନ୍ତୁ ଯେମିତିକି ୨୦୦ ମିଲି ଗ୍ରାମ ପାଣି ୫୦ ଗ୍ରାମ ହେଇଯାଉ । ଏହି ମିଶ୍ରଣକୁ ରାତିରେ ଶୋଇବା ଆଗରୁ ପିଅନ୍ତୁ, ଦେଖିବେ ଆପଣଙ୍କୁ ବହୁତ ଭଲ ନିଦ ଆସିବ ।

Image Courtesy: Google

କାସ ପାଇଁ :

ଡାଳିମ୍ବ ପତ୍ର ରୋଗ ପ୍ରତିରୋଧକ କ୍ଷମତା ବଢେଇବାରେ ସାହାଜ୍ଯ କରିଥାଏ, ଆପଣ କାସ ଚିକିତ୍ସା ପାଇଁ ମଧ୍ୟ ଡାଳିମ୍ବ ପତ୍ର ବ୍ୟବହାର କରିପାରନ୍ତି ଏହା ବହୁତ ଲାଭକାରୀ ଅଟେ, ଯଦି ଆପଣଙ୍କୁ ବହୁତ କାସ ଅସୁବିଧା ହେଉଛି ତେବେ ଡାଳିମ୍ବ ତାଜା ପତ୍ର କାଢା ବନାନ୍ତୁ । ଏହାକୁ ବନେଇବା ପାଇଁ ଡାଳିମ୍ବ ତାଜା ପତ୍ର ଧୋଇ ସଫା କରି ନିଅନ୍ତୁ ଏବଂ ପାଣିରେ ଏହାକୁ ଫୁଟେଇ ଦିଅନ୍ତୁ ଏହି ପାଣିକୁ ଫୁଟେଇ ରଖନ୍ତୁ ଓ ଦିନରେ ଦୁଇ ତିନି ଥର ପିଅନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

Image Courtesy: Google

କାନ ଦରଜ ପାଇଁ :

କାନ ଦରଜ ପାଇଁ ଡାଳିମ୍ବ ପତ୍ର ବହୁତ ଲାଭକାରୀ ହୋଇଥାଏ, ଡାଳିମ୍ବ ପତ୍ର ଧୋଇ ବାଟି ନିଅନ୍ତୁ ଏହା ପରେ ସୋରିଷ ବା ରାଶି କିଛି ମାତ୍ରା ରେ ବାଟି ଏହି ମିଶ୍ରଣ ରସ ବାହାର କରି କିଛି ବୁନ୍ଦା କାନରେ ପକାନ୍ତୁ । ଦେଖିବେ ଏହା ଦ୍ଵାରା ଆପଣଙ୍କୁ ତୁରନ୍ତ ଆରମ ମିଳିବ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *