ଏହି ଚୂର୍ଣ୍ଣରେ ଥରେ ଦାନ୍ତ ଘସନ୍ତୁ, ଦାନ୍ତ ବଜ୍ର ଭଳି ଟାଣ ହୋଇଯିବ- Home Remedies

କିଛି ବ୍ୟକ୍ତିଙ୍କ ଠାରେ ଦାନ୍ତ ସମସ୍ଯା ଅଧିକ ରହିଥାଏ । ଯଦି ବ୍ୟକ୍ତିଙ୍କ ଠାରେ ମାଢି ସହ ଜଡିତ ସମସ୍ଯା ଥିଲେ ତାହାକୁ ଅଣଦେଖା କରିବା ଅନୁଚିତ । ଅନେକ ସମୟରେ ଏତେ କଷ୍ଟ ଅନୁଭବ ହୋଇଥାଏ ଯାହା ଦ୍ଵାରା ଖାଇବା ପାଇଁ ଅସୁବିଧା ହୋଇଥାଏ । ମାଢି ବିନ୍ଧିବା କାରଣରୁ ଯନ୍ତ୍ରଣା ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଦାନ୍ତ ସମସ୍ୟାର ଯେଉଁ ସବୁ କାରଣ ରହିଛି ତାହା ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ । ଦାନ୍ତକୁ ମଜବୁତ କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଗୁଆ ।

ଯାହାକୁ ଆମେ ପୂଜା ବା ପାନରେ ବ୍ୟବହାର କରିଥାଉ । ଗୋଟେ ଗୁଆ ନେଇ ତାର ଛୋଟ ଛୋଟ ଖଣ୍ଡ କରନ୍ତୁ । ଏହା ପରେ ଏକ ପାତ୍ର ରେ ଗୁଆ ଖଣ୍ଡ ଗୁଡିକୁ ଭଲ ଭାବେ ଜଳିବାକୁ ଦିଅନ୍ତୁ ଯେପରି ଗୁଆ କଳା ହୋଇଯିବ ।

ଗୁଆ ସମ୍ପୂର୍ଣ୍ଣ ଭାବେ ଜାଲିଗଲେ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ତାହା ହେଉଛି ଫିଟିକିରି ଗୁଣ୍ଡ । ଏକ ଛୋଟ ଫିଟିକିରି ଖଣ୍ଡ କୁ ଏକ ଲୁହା ପାତ୍ରରେ ଗରମ କାରନ୍ତୁ । ଏହା ପରେ ଏହାର ଚୂନ ପ୍ରସ୍ତୁତ କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ଖଇର ଯାହା ପାନ ଖାଇବାରେ ବ୍ୟବହାର କରାଯାଏ ।

ଏହା ପରେ ରହିଛି କର୍ପୁର ଯାହା ଆମେ ପୂଜା ରେ ବ୍ୟବହାର କରିଥାଉ । ଏହା ପରେ ଜଳା ଯାଇଥିବା ଗୁଆ ଗୁଣ୍ଡ, କର୍ପୁର ଗୁଣ୍ଡ, ଖଇର ସହ ଅଳ୍ପ ଫିଟିକିରି ଗୁଣ୍ଡ ମିଶ୍ରଣ କରନ୍ତୁ । ଏହା ପରେ ଏ ସବୁ ଜିନିଷରେ ଏକ ଚାମଚ ପାଣି ମିଶାଇ ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ରେମଡି କୁ ଆପଣ ନିଜ ଦାନ୍ତ ରେ ପ୍ରତି ଦିନ ଲଗାନ୍ତୁ । ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ ଦାନ୍ତ ଜନିତ ଯେଉଁ ସବୁ ସମୟା ଯେମିତିକି ଦାନ୍ତରେ ରକ୍ତ ପଡିବା ବା ପାଇରିୟା ବା ମାଢି ଫୁଲିବା ଇତ୍ୟାଦି ଦୂର ହେବ ।

ଏହା ଛଡା ଯଦି ମୁହଁ ରେ ବ୍ୟାକ୍ଟେରିୟା ହୋଇଥାଏ ବା ମଧ୍ୟ ରେ ରକ୍ତ ପଡୁଥାଏ ତେବେ ଏହି ହୋମ ରେମେଡିର ପ୍ରୟୋଗ ଦ୍ଵାରା ଏ ସବୁ ସମସ୍ଯା ଦୂର କରି ହେବ । ଏହା ଏକ ଚମତ୍କାରୀ ଆୟୁର୍ବେଦିକ ଔଷଧ ଭାବେ କାମ କରିଥାଏ । ଏହି ରେମେଡି ର ପ୍ରୟୋଗ ଦ୍ଵାରା ଦାନ୍ତ ଟାଣ ହେବା ସହ ସବୁ ରୋଗ ଭଲ ହେବାରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *